www.samajalive.in
Sunday, December 7, 2025
26.1 C
Bhubaneswar

ନିର୍ଭୟା ଦୋଷୀଙ୍କୁ କାଲି ହେବ ତ ଫାଶୀ ? ପବନର କ୍ୟୁରେଟିଭ୍‌ ପିଟିଶନ ଉପରେ ଶୁଣାଣି ଆଜି

ନୂଆଦିଲ୍ଲୀ: ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ମାମଲାର ୪ ଦୋଷୀଙ୍କୁ ଆସନ୍ତା କାଲି ଅର୍ଥାତ ମାର୍ଚ୍ଚ ୩ରେ ଫାଶୀ ଦେବାକୁ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। କିନ୍ତୁ ଦୋଷୀମାନେ ଫାଶୀରୁ ବର୍ତ୍ତିବା ଲାଗି ନୂଆ ନୂଆ ବାଟ ଆପଣାଉଥିବାରୁ ଫାଶୀକୁ ନେଇ ଅନିଶ୍ଚିତତା ଲାଗି ରହିଛି। ଆଜି ସୁପ୍ରିମକୋର୍ଟ ଦୋଷୀ ପବନ ଗୁପ୍ତାର କ୍ୟୁରେଟିଭ୍‌ ପିଟିଶନ ଉପରେ ଶୁଣାଣି କରିବେ।

ସେହିପରି ଦୋଷୀ ଅକ୍ଷୟ ସିଂହ ଗତ ଶନିବାର ରାଷ୍ଟ୍ରପତିଙ୍କ ନିକଟକୁ ପୁଣି ଥରେ ଏକ ରାଜକ୍ଷମା ଆବେଦନ କରିଛି। ପୂର୍ବରୁ ଅକ୍ଷୟର ରାଜକ୍ଷମା ଆବେଦନ ଖାରଜ ହୋଇସାରିଥିଲେ ହେଁ ସେତେବେଳେ କାଗଜପତ୍ର ଠିକ୍‌ ନ ଥିବା ଦର୍ଶାଇ ପୁନର୍ବାର ଆବେଦନ କରିଛି।

- Advertisement -

ଅନ୍ୟପଟେ ଦୋଷୀଙ୍କ ବାରମ୍ବାର ଏଭଳି ଚାଲ୍‌କୁ ନେଇ ନିର୍ଭୟାଙ୍କ ମା’ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ମୁଁ ୭ ବର୍ଷ ୩ମାସ ଧରି ନ୍ୟାୟ ପାଇଁ ସଂଘର୍ଷ କରୁଛି। ଦୋଷୀମାନେ କହୁଛନ୍ତି ଆମକୁ କ୍ଷମା କରିଦିଅ। କିଏ କହୁଛି ମୋ ସ୍ବାମୀ ଆଉ ପୁଅର ଦୋଷ କ’ଣ। ମୁଁ ପ୍ରଶ୍ନ କରୁଛି ମୋ ଝିଅର କ’ଣ ଭୁଲ ଥିଲା ?

ପବନର ପିଟିଶନ ଉପରେ ଜଷ୍ଟିସ ଏନ.ବି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ସୋମବାର ଶୁଣାଣି କରିବେ। ଅନ୍ୟ ୩ ଦୋଷୀଙ୍କ କ୍ୟୁରେଟିଭ ପିଟିଶନ ପୂର୍ବରୁ ଖାରଜ ହୋଇସାରିଛି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories