Patra electronics

ଭାରତୀୟ ବୈଜ୍ଞାନିକ ଆବିଷ୍କାର କଲେ ନୂଆ ଗ୍ରହ

0

ଚେନ୍ନଇ : ଗୁଜରାଟର ଅହମଦାବାଦସ୍ଥିତ ଫିଜିକାଲ ରିସର୍ଚ୍ଚ ଲାବୋରଟୋରୀ (ପିଆରଏଲ)ର ଏକ ବୈଜ୍ଞାନିକ ଦଳ ମହାକାଶରେ ଏକ ନୂଆ ଗ୍ରହର ଆବିଷ୍କାର କରିଛନ୍ତି। ଏହି ନୂଆ ଗ୍ରହଟି ପୃଥିବୀ ଠାରୁ ୬୦୦ ଆଲୋକବର୍ଷ ଦୂରରେ ଅବସ୍ଥିତ। ଗ୍ରହଟି ସୂର୍ଯ୍ୟଙ୍କ ଭଳି ଏକ ନକ୍ଷତ୍ର ଚାରିପଟେ ଘୂର୍ଣ୍ଣନ କରୁଛି। ଏହାର ଆକାର ଶନି ଗ୍ରହ ଠାରୁ ଛୋଟ ଓ ନେପଚୁନ ଗ୍ରହ ଠାରୁ ବଡ। ଏହାର ଓଜନ ପୃଥିବୀର ୨୭ ଗୁଣ ଓ ବ୍ୟାସାର୍ଦ୍ଧ ପୃଥିବୀର ୬ଗୁଣ। ଏହି ଗ୍ରହର ଭୂପୃଷ୍ଠ ତାପମାତ୍ରା ୬୦୦ ଡିଗ୍ରୀ ସେଲସିୟସ। ନକ୍ଷତ୍ରକୁ ପରିକ୍ରମଣ ପାଇଁ ଏହାକୁ ୧୯.୫ ଦିନ ଲାଗୁଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଏହି ଗ୍ରହର ନାମ ରଖିଛନ୍ତ୍‍ି କେ୨-୨୩୬ବି। ଏହା ପରିକ୍ରମଣ କରୁଥିବା ନକ୍ଷତ୍ରର ନାମ କେ୨-୨୩୬।

Leave A Reply