www.samajalive.in
Sunday, December 7, 2025
13.1 C
Bhubaneswar

ବିଟ୍ ଷ୍ଟ୍ରବେରୀ ସ୍ମୁଦି ବା ଜୁସ୍

ବିଟ୍ କୁ ପରିବା ଭାବରେ ଏବଂ ଷ୍ଟ୍ରବେରୀକୁ ଫଳ ଆକାରରେ ଲୋକେ ଖାଇବାକୁ ପସନ୍ଦ କରିଥାନ୍ତି। କେହି କେହି କେବଳ ବିଟ୍ ବା ଷ୍ଟ୍ରବେରୀ ଜୁସ୍ ପିଇଥାନ୍ତି। କିନ୍ତୁ ବିଟ୍ ଓ ଷ୍ଟ୍ରବେରୀ ଉଭୟକୁ ମିଶାଇ ସେଥିରେ ଜୁସ୍ ପ୍ରସ୍ତୁତ କରି କେବେ ପିଇଛନ୍ତି କି?

ଏହି ଜୁସ୍ ପ୍ରସ୍ତୁତ କରିବା ଯେତିକି ସହଜ, ତାହା ପାଟିକୁ ମଧ୍ୟ ସେତିକି ସୁଆଦିଆ। ଏହା ସହ ଶରୀର ପାଇଁ ମଧ୍ୟ ଫଳପ୍ରଦ। ଏହାକୁ ଆପଣ ବ୍ରେକ୍‌ଫାଷ୍ଟରେ ସେବନ କରି ପାରିବେ। ତେବେ ଆସନ୍ତୁ ଜାଣିବା ଏହାକୁ ଘରେ ପ୍ରସ୍ତୁତ କରିବାର ଉପାୟ…

- Advertisement -

ଆବଶ୍ୟକୀୟ ସାମଗ୍ରୀ: ଏକ କଟା ବିଟ୍, ଏକ କଟା ଷ୍ଟ୍ରବେରୀ, ଗୋଟିଏ କଦଳୀ, ଏକ କପ୍ କ୍ଷୀର, ଏକ ଚାମଚ ଅଳସୀ (ଫ୍ଲେକ୍ସ ସିଡ୍), ଅଧା ଚାମଚ ଡାଲଚିନି ପାଉଡର

ପ୍ରସ୍ତୁତ ପ୍ରଣାଳୀ: ସର୍ବ ପ୍ରଥମେ ବିଟ୍, ଷ୍ଟ୍ରବେରୀ ଓ କଳଦୀକୁ କାଟି ଦିଅନ୍ତୁ। ବର୍ତ୍ତମାନ ଗ୍ରାଇଣ୍ଡର ଜାରରେ ସବୁ ସାମଗ୍ରୀକୁ ନେଇ ପେଶି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବିଟ୍ ଷ୍ଟ୍ରବେରୀ ସ୍ମୁଦି ବା ଜୁସ୍ । ଏହାକୁ ଗ୍ଲାସରେ ନେଇ ସର୍ଭ କରନ୍ତୁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories