ଆଜି +୨ କଳା ଓ ବାଣିଜ୍ୟ ଫଳ

0

ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‍ଏସ୍‍ଇ) ପକ୍ଷରୁ ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳ ଆସନ୍ତାକାଲି (ଶନିବାର) ପ୍ରକାଶ ପାଇବ। ସିଏଚ୍‍ଏସ୍‍ଇ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୦.୩୦ରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷାଫଳ ଘୋଷଣା କରିବେ। ଏହାପରେ ସିଏଚ୍‍ଏସ୍‍ଇ ୱେବ୍‍ସାଇଟ୍‍ www.chseodisha.nic.in ଏବଂ www.orissaresults.nic.inରେ ଏହି ପରୀକ୍ଷାଫଳ ଉପଲବ୍ଧ ହେବ। ଉଭୟ ରୋଲ୍‍ ନମ୍ବର ଓ ରେଜିଷ୍ଟ୍ରେସନ୍‍ ନମ୍ବର ବ୍ୟବହାର କରି ଛାତ୍ରଛାତ୍ରୀ ଓ ଅଭିଭାବକ ୱେବ୍‍ସାଇଟ୍‍ରୁ ପରୀକ୍ଷାଫଳ ଜାଣିପାରିବେ ବୋଲି ପରିଷଦର ପରୀକ୍ଷା ଉପନିୟନ୍ତ୍ରକ ଡ.ପ୍ରବୋଧ କୁମାର ପଣ୍ଡା ସୂଚନା ଦେଇଛନ୍ତି।
ଚଳିତଥର +୨ କଳାରେ ୨,୩୩,୯୯୮, ବାଣିଜ୍ୟରେ ୨୭,୪୪୭ ଓ ଧନ୍ଦାମୂଳକ ଶିକ୍ଷାରେ ୮,୨୨୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଥିଓରି ପରୀକ୍ଷା ପୂର୍ବରୁ ପ୍ରାକ୍ଟିକାଲ୍‍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା ଓ ତାହାର ମୂଲ୍ୟାୟନ ପ୍ରକ୍ରିୟା ଶେଷ କରାଯାଇଥିଲା। ଯୁକ୍ତ ଦୁଇ ଥିଓରୀ ପରୀକ୍ଷା ମାର୍ଚ୍ଚ ୬ରୁ ୨୯ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ସିବିଏସ୍‍ଇ ଢାଞ୍ଚାରେ ପ୍ରସ୍ତୁତ ହୋଇଥିବା ପାଠ୍ୟକ୍ରମ ଅନୁଯାୟୀ ପରୀକ୍ଷା ହୋଇଥିବାରୁ ଏଥର ପାସ୍‍ହାର ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।

Leave A Reply