www.samajalive.in
Saturday, December 6, 2025
26.1 C
Bhubaneswar

୨ୟ ଟେଷ୍ଟ: ଭୁଶୁଡ଼ିଲା ମିଡିଲ ଅର୍ଡର, ଭାରତ ୨୪୨ରେ ଅଲଆଉଟ୍‌

କ୍ରିଷ୍ଟଚର୍ଚ୍ଚ: ନ୍ୟୁଜିଲାଣ୍ଡ ବିପକ୍ଷ ୨ୟ ଟେଷ୍ଟରେ ଭାରତର ବ୍ୟାଟିଂ ବିଫଳତା ପୁଣି ଥରେ ପଦାରେ ପଡ଼ିଛି। ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଟିମ୍‌ ଇଣ୍ଡିଆ ମାତ୍ର ୬୩ ଓଭର ଖେଳିପାରି ୨୪୨ ରନରେ ଅଲଆଉଟ୍‌ ହୋଇଯାଇଛି। ଓପନିଂ ଏବଂ ମିଡିଲ ଅର୍ଡର ଭୁଶୁଡ଼ି ପଡ଼ିବା କାରଣରୁ ଦଳ ନ୍ୟୁଜିଲାଣ୍ଡ ସମ୍ମୁଖରେ ବଡ଼ ସ୍କୋର ଛିଡ଼ା କରିବାରେ ବିଫଳ ହୋଇଛି। ପୃଥ୍ବୀ ଶ, ହୁନମା ବିହାରୀ ଏବଂ ଚେତେଶ୍ଵର ପୂଜାରାଙ୍କ ଅର୍ଦ୍ଧଶତକ ଭାରତକୁ ସମ୍ମାନଜନକ ସ୍କୋର କରିବାରେ ସହାୟକ ହୋଇପାରି ନାହିଁ।

ଭାରତ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସାମ୍ନା କରିଥିଲା। ୧୧୩ ରନରେ ଦଳ ୪ ୱିକେଟ ହରାଇବା ପରେ ପୂଜାରା ଏବଂ ହନୁମା ବିହାରୀ ଦଳର ସ୍ଥିତିକୁ ସୁଧାରିଥିଲେ। ମାତ୍ର ୧୯୪ ରନରେ ହନୁମା ବିହାରୀ ଆଉଟ୍‌ ହୋଇଯିବା ପରେ ଟିମ୍‌ର ମେରୁଦଣ୍ଡ ଭାଙ୍ଗିଯାଇଥିଲା। ନିୟମିତ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ୱିକେଟ୍‌ ହରାଇ ଚାଲିବା ଫଳରେ ଦଳ ୨୪୨ ରନରେ ସୀମିତ ହୋଇଯାଇଥିଲା। ହନୁମାଙ୍କ ପରେ ପୂଜାରା ବି ବେଶି ସମୟ ତିଷ୍ଠି ରହିପାରି ନ ଥିଲେ। ମାତ୍ର ୪୮ ରନ୍‌ରେ ଦଳ ଶେଷ ୬ଟି ୱିକେଟ୍‌ ହରାଇଥିଲା। ଶ’ ୫୩, ପୂଜାରା ୫୪ ଏବଂ ହନୁମା ୫୫ ରନ୍‌ କରିଥିଲେ। ନ୍ୟୁଜିଲାଣ୍ଡ ବୋଲର କାଇଲ ଜାମିଶନ ଭାରତ ପାଇଁ ସବୁଠୁ ବେଶି ଘାତକ ସାବ୍ୟସ୍ତ ହୋଇଥିଲେ। ସେ ଏକା ଟିମ୍‌ ଇଣ୍ଡିଆର ୫ଟି ୱିକେଟ ଅକ୍ତିଆର କରି ଦଳକୁ ବିପର୍ଯ୍ୟୟ ମୁହଁକୁ ଠେଲି ଦେଇଥିଲେ। ସେହିପରି ଟିମ୍‌ ସୌଥି ଏବଂ ଟ୍ରେଣ୍ଟ ବୋଲ୍ଟ ୨ଟି ଲେଖାଏ ଓ ନିଲ୍‌ ୱାଗନର ୧ଟି ୱିକେଟ୍‌ ନେଇଥିଲେ।

- Advertisement -

ପ୍ରଥମ ଦିନରେ ଆହୁରି ୨୭ ଓଭର ଖେଳ ବାକି ଥିବାରୁ ନ୍ୟୁଜିଲାଣ୍ଡ ବ୍ୟାଟିଂ ଆରମ୍ଭ କରିଛି। ଦଳ ବିନା କୌଣସି ସ୍ବିକେଟ୍‌ ହରାଇ ୧୮ ରନ୍‌ ସଂଗ୍ରହ କରିଥିବାବେଳେ ଓପନର ଯୋଡ଼ି ଟମ ଲଥାମ ଓ ଟମ୍ ବ୍ଲଣ୍ଡେଲ କ୍ରିଜରେ ଉପସ୍ଥିତ ଅଛନ୍ତି।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories