www.samajalive.in
Sunday, December 14, 2025
26.1 C
Bhubaneswar

କଟକ ବଡ଼ ଡାକ୍ତରଖାନାରେ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ : ବାମ ବଦଳରେ ଡାହାଣ କାନରେ ଅସ୍ତ୍ରୋପଚାର

ଟାଙ୍ଗୀ (ଖୋର୍ଦ୍ଧା) ; କଟକ ଏସ୍‌ସିବି ମେଡିକାଲରେ ଡାକ୍ତରଙ୍କ ଖାମଖିଆଲ ଓ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଜଣେ ୧୩ ବର୍ଷର ନାବାଳିକା ଶ୍ରବଣଶକ୍ତି ହରାଇଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ୱର ପଞ୍ଚାୟତର ଭାଗୀରଥି ସାମନ୍ତରାୟଙ୍କ ଏହି ନାବାଳିକା ଝିଅ ଆରତିଙ୍କ କ୍ଷେତ୍ରରେ ଏହା ଘଟିଛି। ସାଥିମେଳରେ ଖେଳ ଖେଳୁଥିବା ଆରତି ପାଇଁ ସାରା ଦୁନିଆ ହୋଇଯାଇଛି ନିରବ ନିସ୍ତବ୍ଧ। ଆରତି ଏବେ ୮ମ ଶ୍ରେଣୀରେ ପଢ଼ୁଛନ୍ତି।
ଭାଗୀରଥି ସ୍ଥାନୀୟ ଚଣ୍ଡୀହରଦେବ ମନ୍ଦିରରେ ପୂଜାର୍ଚ୍ଚନା କରି ପରିବାର ପ୍ରତିପୋଷଣ କରନ୍ତି। ସେଥିରେ ସ୍ତ୍ରୀ ଓ ୪ ଝିଅଙ୍କୁ ନେଇ ଚଳିବା କଷ୍ଟକର ହୋଇଥିବାବେଳେ ଆରତିର ଏପରି ଅବସ୍ଥା ପରିବାରର ଚିନ୍ତା ବଢ଼ାଇଛି। ପୋଖରୀରେ ଗାଧୋଇବା ସମୟରେ ଆରତିର ବାମକାନରେ ପାଣି ପଶି କାନ ସଂକ୍ରମିତ ହୋଇଥିଲା। ପରିବାର ଲୋକେ ବିଭିନ୍ନ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ବାମକାନଟି ଏକପ୍ରକାର ଅକାମୀ ହୋଇଯାଇଥିଲା। ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସିଥିଲେ ସରକାରୀ ଡାକ୍ତରୀ ଦଳ। ଆରତିର ମଧ୍ୟ ଚିକିତ୍ସା କରାଯାଇ ରାଷ୍ଟ୍ରୀୟ ବାଲ ବିକାଶ ଯୋଜନାରେ କଟକ ବଡଡାକ୍ତରଖାନରେ ଚିକିତ୍ସା କରାଇବାକୁ ପରାମର୍ଶ ଦିଆଯାଇଥିଲା। ଗତ ଜାନୁଆରୀରେ ଆରତି ମା’ ରଶ୍ମିତାଙ୍କ ସହିତ ଯାଇଥିଲେ କଟକ ବଡଡାକ୍ତରଖାନା। ସେଠାରେ ୩୧ ତାରିଖରେ କାନ, ନାସା ଓ ଗଳା ବିଭାଗରେ ଆରତିକୁ ଭର୍ତ୍ତି କରାଯାଇଥିଲା। ବିଭାଗରେ ଆରତିଙ୍କ ପଞ୍ଜିକୃତ ନମ୍ବର ୧୨୯୧/୩୧ା୧ା୨୦୨୦ ରହିଥିଲା। ପରୀକ୍ଷା ନିରୀକ୍ଷା ପରେ କାନ ଅସ୍ତ୍ରୋପଚାର କରାଯିବାକୁ ସ୍ଥିର ହୋଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ବାମ କାନର ଅସ୍ତ୍ରୋପଚାର କରିବା ବଦଳରେ ଡାହାଣ କାନରେ ଅସ୍ତ୍ରୋପଚାର କରାଯାଇଥିଲା। ଅପରେସନ ରୁମରୁ ବାହାରିବା ପରେ ଝିଅର ଏଭଳି ଅବସ୍ଥା ଦେଖି ହତବାକ ହୋଇଯାଇଥିଲେ ଆରତିର ମା’ ରଶ୍ମିତା। ଏହାର ନିରାକରଣ ଦିଗରେ ରଶ୍ମିତା ଡାକ୍ତରଙ୍କ ପାଖରେ ଗୁହାରି କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରି ନ ଥିଲେ; ବରଂ ସେଠାରୁ ସେମାନଙ୍କୁ ଚଳିତମାସ ୧୮ ତାରିଖରେ ଜୋର୍‌ କରି ଡିସ୍‌ଚାର୍ଜ କରାଇ ଦିଆଯାଇଥିଲା ବୋଲି ରଶ୍ମିତା ଅଭିଯୋଗ କରିଛନ୍ତି। ଅପରପକ୍ଷେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ସତ୍ତ୍ବେ ବିଭାଗୀୟ ଡାକ୍ତର କିଭଳି ରୋଗୀର ଅବସ୍ଥା ସ୍ଥିର ରହିଥିବା ରିପୋର୍ଟରେ ଦର୍ଶାଇଲେ ତାହାକୁ ନେଇ ରଶ୍ମିତା ପ୍ରଶ୍ନ ଉଠାଇଛନ୍ତି। ଏହି ଗରିବ ପରିବାରର ମେଧାବୀ ଝିଅ ଆରତିକୁ ଉପଯୁକ୍ତ ନ୍ୟାୟ ଦେଇ ତା’ର ଶ୍ରବଣଶକ୍ତି ଫେରାଇ ଆଣିବା ଦିଗରେ ସ୍ବାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ରଶ୍ମିତା ନିବେଦନ କରିଛନ୍ତି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories