www.samajalive.in
Saturday, December 13, 2025
26.1 C
Bhubaneswar

ବମ୍ବେ ହାଇକୋର୍ଟର ବିଚାରପତି ଧର୍ମାଧିକାରୀଙ୍କ ଇସ୍ତଫା

ବମ୍ବେ : ବମ୍ବେ ହାଇକୋର୍ଟର ଦ୍ବିତୀୟ ବରିଷ୍ଠ ବିଚାରପତି ସତ୍ୟରଞ୍ଜନ ଧର୍ମାଧିକାରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଜଷ୍ଟିସ ଧର୍ମାଧିକାରୀଙ୍କ ଇସ୍ତଫା ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଜଷ୍ଟିସ ଧର୍ମାଧିକାରୀଙ୍କ ଇସ୍ତଫା ଫେବୃଆରୀ ୧୫ ତାରିଖରୁ କାର୍ଯ୍ୟକାରୀ ହେବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ଜଷ୍ଟିସ ଧର୍ମାଧିକାରୀଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ପୂର୍ବକ ବଦଳି କରାଯାଇଥିବା ଚର୍ଚ୍ଚା ହୋଇଥିଲା। ବମ୍ବେ ଛାଡି ସେ ଅନ୍ୟ କେଉଁଠାକୁ ଯିବେ ନାହିଁ ବୋଲି ଏଭଳି ଇସ୍ତଫା ଦେଇଥିବା ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ। ଇସ୍ତଫା ପତ୍ରରେ ସେ ବ୍ୟକ୍ତିଗତ ଓ ପାରିବାରିକ କାରଣ ଦର୍ଶାଇଛନ୍ତି। ୧୯୬୦ ଜାନୁଆରୀରେ ଜନ୍ମ ଗ୍ରହଣ କରିଥିବା ଜଷ୍ଟିସ ଧର୍ମାଧିକାରୀ ବମ୍ବେ ବିଶ୍ବବିଦ୍ୟାଳୟରୁ ଏଲଏଲବି ପାସ୍ କରିଥିଲେ। ପରେ ସେ ବମ୍ବେ ହାଇକୋର୍ଟରେ ନିଜର ଓକିଲାତି ବୃତ୍ତି ଆରମ୍ଭ କରିଥିଲେ। ୨୦୦୩ ନଭେମ୍ବର ୧୪ରେ ସେ ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ବମ୍ବେ ହାଇକୋର୍ଟର ୧୬ଟି ପ୍ରମୁଖ କମିଟିର ସେ ଅଧ୍ୟକ୍ଷ ଥିଲେ। ତାଙ୍କ ପିତା ସ୍ବର୍ଗତ ଚନ୍ଦ୍ରଶେଖର ଧର୍ମାଧିକାରୀ ବମ୍ବେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories