ପାଉଁରୁଟି ମସଲା ଟୋଷ୍ଟ

0

ଆବଶ୍ୟକ ସାମଗ୍ରୀ:
ପାଉଁରୁଟି- ୪ଟି
ଚିଜ
ପିଆଜ- ୧ଟି
ବନ୍ଧାକୋବି,ଫୁଲ କୋବି,ମଟର,ଶିମଲା ଲଙ୍କା(କଟା ହୋଇଥିବା)
ଆଳୁ(ସିଝା ହୋଇଥିବା)- ୧କପ
କଞ୍ଚା ଲଙ୍କା- ୨ଟି
ଲଙ୍କା ଗୁଣ୍ଡ- ୧ଚାମଚ
ଗରମ ମସଲା- ୧ଚାମଚ
ଧନିଆ ପତ୍ର
ଲୁଣ- ସ୍ୱାଦ ଅନୁସାରେ
ତେଲ- ୨ଚାମଚ


ପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ପିଆଜ ପକାଇ ସୁନେଲି ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ପିଆଜ ଗାଜି ହୋଇ ସାରିଲା ପରେ ସେଥିରେ ସିଝାଇ ଥିବା ପରିବା, ଆଳୁ, କଞ୍ଚାଲଙ୍କା, ଲଙ୍କା ଗୁଣ୍ଡ, ଗରମ ମସଲା, ଧନିଆ ଓ ଲୁଣ ପକାଇ ଭଲ ଭାବରେ ଭାଜି ଦିଅନ୍ତୁ। ବର୍ତ୍ତମାନ ଏକ ତାୱାରେ ଅଳ୍ପ ଘିଅ ପକାଇ ପାଉଁରୁଟିକୁ ଭଲ ଭାବରେ ଭାଜନ୍ତୁ। ହାଲକା ସୁନେଲୀ ରଙ୍ଗ ହେବା ପରେ କାଢି ଦିଅନ୍ତୁ। ପାଉଁରୁଟିରେ ପୂର୍ବରୁ ପ୍ରସ୍ତୁତ ମସଲା ରଖନ୍ତୁ। ତାପରେ ପାଉଁରୁଟିରେ ଚିଜ ପକାଇ ତାହା ତରଳିଲା ପର୍ଯ୍ୟନ୍ତ ଓଭାନରେ ୧୮୦ଂ ସେଣ୍ଟିଗ୍ରେଡରେ ୫ମିନିଟ ରଖନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ପାଉଁରୁଟି ମସଲା ଟୋଷ୍ଟ।

Leave A Reply