www.samajalive.in
Wednesday, December 10, 2025
26.1 C
Bhubaneswar

ଅକ୍ଟୋବରରେ ଚାଣକ୍ୟ

ମୁମ୍ବଇ : ନିର୍ମାତା ନିରଜ ପାଣ୍ଡେଙ୍କ ଆଗାମୀ ଚଳଚ୍ଚିତ୍ର ‘ଚାଣକ୍ୟ’ରେ ମୁଖ୍ୟ ଭୂମିକାରେ ଅଜୟ ଦେବଗନ୍ ଅଭିନୟ କରିବେ ବୋଲି ସ୍ପଷ୍ଟ ହୋଇଛି। ଅକ୍ଟୋବରରେ ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ। ଚଳଚ୍ଚିତ୍ରର ପ୍ରି-ପ୍ରଡକ୍ସନ୍ କାମ ଚାଲିଥିବାବେଳେ ଏହି ଐତିହାସିକ ଚଳଚ୍ଚିତ୍ର ପାଇଁ ଅଜୟଙ୍କ ଲୁକ୍ ସମ୍ପୂର୍ଣ୍ଣ ପରିବର୍ତ୍ତନ କରାଯିବ। ଅଜୟଙ୍କୁ ୫-୬ କିଲୋ ଓଜନ ବଢ଼ାଇବାକୁ ହେବ, ଏଥିପାଇଁ ସେ ଜୋର୍‌ସୋର୍‌ରେ ଲାଗିପଡ଼ିଛନ୍ତି। ପ୍ରଥମଥର ପାଇଁ ଅଜୟଙ୍କ ପରି ଜଣେ ଅଭିଜ୍ଞ କଳାକାରଙ୍କ ସହ ନିରଜ୍ କାମ କରିବାକୁ ଯାଉଛନ୍ତି। ସାକ୍ଷାତକାର୍‌ରେ ସେ କହିଛନ୍ତି, ଅଜୟଙ୍କ ସହ ଯେତେବେଳେ ସେ ଫୋନ୍‌ରେ ବାର୍ତ୍ତାଳାପ କଲେ, ସେଇ ସମୟରେ ହିଁ ସେ ସବୁଜ ସଙ୍କେତ ଦେଇଦେଲେ। କାରଣ ଚାଣକ୍ୟ ପରି ଚରିତ୍ରରେ ଅଭିନୟ କରିବା ନିମନ୍ତେ କାହାଣୀ ଶୁଣିବାର ଆବଶ୍ୟକତା ନଥିଲା ବୋଲି ଅଜୟଙ୍କ ଯୁକ୍ତି। ନିରଜ ପାଣ୍ଡେ ‘ସ୍ପେଶଲ୍-୨୬’, ‘ବେବି’, ‘ଏମ୍‌.ଏସ୍.ଧୋନି’ ପରି ହିଟ୍ ଚଳଚ୍ଚିତ୍ରର ନିର୍ଦେଶନା ଦେଇଛନ୍ତି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories