www.samajalive.in
Wednesday, December 10, 2025
26.1 C
Bhubaneswar

ମାର୍ଚ୍ଚ ୨୬ରେ ରାଜ୍ୟସଭା ନିର୍ବାଚନ : ଓଡ଼ିଶାରୁ ୪ ଆସନ

ଭୁବନେଶ୍ବର : ଆସନ୍ତା ମାର୍ଚ୍ଚ ୨୬ରେ ଓଡ଼ିଶାରୁ ଖାଲିପଡ଼ୁଥିବା ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଓଡ଼ିଶା ସମେତ ୧୭ଟି ରାଜ୍ୟରେ ଖାଲି ପଡୁଥିବା ୫୫ ଆସନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ଏଥିନେଇ ଜାରି ବିଜ୍ଞପ୍ତିରୁ ସୂଚନା ମିଳିଛି। ପୂର୍ବରୁ ରାଜ୍ୟସଭା ସାଂସଦ ପଦରୁ ଅନୁଭବ ମହାନ୍ତି ଇସ୍ତଫା ଦେଇଥିବାରୁ ଗୋଟିଏ ଆସନ ଖାଲି ଥିଲା। ଅନୁଭବ କେନ୍ଦ୍ରାପଡ଼ାଲୋକସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରି ସାଂସଦ ଭାବେ ନିର୍ବାଚିତ ହୋଇସାରିଛନ୍ତି। ଏହାଛଡ଼ା ବିଜେଡିର ନରେନ୍ଦ୍ର କୁମାର ସ୍ବାଇଁ ଏବଂ ସରୋଜିନୀ ହେମ୍ବ୍ରମ ଏବଂ କଂଗ୍ରେସର ରଞ୍ଜୀବ ବିଶ୍ବାଳଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୨ରୁ ସମାପ୍ତ ହେଉଥିବାରୁ ଏହା ପୂର୍ବରୁ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ଆସନ୍ତା ମାର୍ଚ୍ଚ ୬ରେ ବିଜ୍ଞପ୍ତି ପ୍ରକାଶ ପାଇବ। ୧୩ ମାର୍ଚ୍ଚ ହେଉଛି ନାମାଙ୍କନପତ୍ର ଦାଖଲର ଶେଷ ତାରିଖ। ୧୬ ମାର୍ଚ୍ଚରେ ନାମାଙ୍କନପତ୍ର ଯାଞ୍ଚ ଓ ୧୮ ମାର୍ଚ୍ଚ ନାମାଙ୍କନପତ୍ର ପ୍ରତ୍ୟାହାର ​‌େ‌ଶଷ ତାରିଖ ରଖାଯାଇଛି। ମାର୍ଚ୍ଚ ୨୬ରେ ପୂର୍ବାହ୍ନ ୯ଟାରୁ ଅପରାହ୍ନ ୪ଟା ମଧ୍ୟରେ ନିର୍ବାଚନ ଓ ୫ଟାରେ ଭୋଟ ଗଣତି ଅନୁଷ୍ଠିତ ହେବ।
ରାଜ୍ୟସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଜାରି ହେବା ପରେ ଏଥିନେଇ ରାଜନୈତିକ ଉଷ୍ମତା ପ୍ରକାଶ ପାଇଛି। ବିଜୁ ଜନତା ଦଳ ପାଖରେ ତିନିଟି ଆସନ ପାଇଁ ଯଥେଷ୍ଟ ସଂଖ୍ୟା ରହିଥିବାରୁ ଦଳ ନିର୍ବିଘ୍ନରେ ପ୍ରାର୍ଥୀ ବାଛିପାରିବ; କିନ୍ତୁ ଚିନ୍ତା ଚତୁର୍ଥ ଆସନ ପାଇଁ। ଏହି ଆସନ କାହା ସପକ୍ଷରେ ଯିବ ଏବଂ ବିଜେଡ଼ି ଏଥିପାଇଁ କି ପ୍ରକାର ରଣନୀତି ଆପଣାଇବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏଥର ରାଜ୍ୟସଭାକୁ ପଛୁଆ ବର୍ଗ ଏବଂ ମହିଳାଙ୍କୁ ପ୍ରତିନିଧିତ୍ବ ଦେବା ନିମନ୍ତେ ଦଳୀୟ ମହଲରେ ବିଚାର ଚାଲିଥିବା ଜଣାପଡ଼ିଛି।
ବିଜେଡ଼ି ପକ୍ଷରୁ ଏଥିନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନଥିଲେ ହେଁ ୪ଟି ଆସନରେ ପ୍ରାର୍ଥୀ ଦେବା ପାଇଁ ଦଳ ପ୍ରାଥମିକ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଇଛି। ନିକଟରେ ରାଜ୍ୟ ସରକାର ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ ପାଇଁ ଜନଗଣନା ଉପରେ ଜୋର ଦେବା ସହିତ ସେମାନଙ୍କ ପାଇଁ ସ୍ବତନ୍ତ୍ର କମିଶନ ଗଠନ କରିଛନ୍ତି। ଏହାଛଡ଼ା ବିଧାନସଭା ଓ ସଂସଦରେ ମହିଳାଙ୍କ ପାଇଁ ‌୩୩ ପ୍ରତିଶତ ଆସନ ସଂରକ୍ଷିତ ରଖିବା ପାଇଁ ପୂର୍ବରୁ ନିଜର ନୀତି ସ୍ପଷ୍ଟ କରିସାରିଛି। ତେଣୁ ଖାଲି ପଡ଼ୁଥିବା ୪ଟି ଆସନରୁ ଦୁଇଟି ଏହି ବର୍ଗର ପ୍ରାର୍ଥୀଙ୍କୁ ଦିଆଯିବା ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି। ଏଥର ଦଳ ଭିତରୁ ଜଣେ ଯୋଗ୍ୟତା ସମ୍ପନ୍ନ ତଥା ଦକ୍ଷ ମହିଳା ନେତ୍ରୀଙ୍କୁ ଦଳ ରାଜ୍ୟସଭାକୁ ପଠାଇବା ଯୋଜନାରେ ଅଛି। ଏଥିପାଇଁ ଦଳରେ ବି ବହୁ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି।
ଦଳର ସାଙ୍ଗଠନିକ ସ୍ଥିତି ସୁଧାରିବା ସହିତ ନିର୍ବାଚନରେ କଠୋର ପରିଶ୍ରମ କରି ମଧ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ଜିତି ପାରି ନଥିବା କିଛି ନେତାଙ୍କ ଭାଗ୍ୟ ହୁଏତ ରାଜ୍ୟସଭା ନିର୍ବାଚନରେ ଖୋଲିପାରେ। ଏହାଛଡ଼ା ଗତ ନିର୍ବାଚନରେ ଟିକଟରୁ ବଞ୍ଚିତ ହୋଇଥିବା କିଛି ନେତାଙ୍କୁ ଦଳର ସୁପ୍ରିମୋ ସନ୍ତୁଷ୍ଟ କରିବାର ଯୋଜନା ରଖିଥାଇ ପାରନ୍ତି ବୋଲି ଦଳ ଭିତରେ ଆଲୋଚନା ହେଉଛି। ରାଜ୍ୟସଭା ନିର୍ବାଚନରେ ଦଳୀୟ ନେତାଙ୍କ ସମ୍ପର୍କରେ ଯେଉଁସବୁ ଆଲୋଚନା ହୁଏ ଶେଷ ମୁହୂର୍ତ୍ତରେ ଅଙ୍କ ଓଲଟପାଲଟ ହୋଇଯାଏ। ଏ ଦିଗରେ ନବୀନଙ୍କ ନିଷ୍ପତ୍ତି ଆକଳନ କରିବା ସହଜ ନୁହେଁ। କାରଣ ଗତ ନିର୍ବାଚନରେ ବିଜେପିରୁ ଅଶ୍ବିନୀ ବୈଷ୍ଣବଙ୍କ ନାମ ଘୋଷଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଥିଲା। ତେଣୁ ଏଥର ଚତୁର୍ଥ ଆସନ ପାଇଁ ଦଳ ପକ୍ଷରୁ ସେଭଳି କିଛି ଗୋଟିଚାଳନା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories