www.samajalive.in
Thursday, December 11, 2025
16.1 C
Bhubaneswar

ଇରାନ ସ୍ବାସ୍ଥ୍ୟମନ୍ତ୍ରୀ କରୋନା ସଂକ୍ରମିତ

ତେହରାନ୍‌/ ବେଜିଂ : ଇରାନ୍‌ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଇରାଜ ହାରିଛି କରୋନା ଭୂତାଣୁ ସଂକ୍ରମିତ ହୋଇଛନ୍ତି। ଏ ସମ୍ପର୍କରେ ଦେଶର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଇରାନ୍‌ରେ ଇତିମଧ୍ୟରେ ୧୪ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହେଲାଣି। ଚୀନ୍‌ ବାହାରେ କୌଣସି ରାଷ୍ଟ୍ରରେ ଏହା ସର୍ବାଧିକ ବୋଲି ଜଣାପଡ଼ିଛି। ଇରାନ୍‌ରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯୦୦ରେ ପହଞ୍ଚିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହାକୁ ଲକ୍ଷ୍ୟକରି ଇରାକ ପକ୍ଷରୁ ୭ ଦେଶ ସହିତ ଯୋଗାଯୋଗ ବିଚ୍ଛିନ୍ନ କରାଯାଇଛି। ଜାପାନରୁ ଭାରତୀୟଙ୍କୁ ଆଣିବା ପାଇଁ ଚାଟାର୍ଡ ବିମାନ ପ୍ରସ୍ତୁତ ଥିବା ଟୋକିଓସ୍ଥିତ ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଜାପାନ ଜାହାଜରେ ଆଉ ୨ଜଣଙ୍କୁ ମିଶାଇ ମୋଟ ୧୪ ଭାରତୀୟ ସଂକ୍ରମିତ ହୋଇଥିବା କୁହାଯାଇଛି।
ଚୀନ୍‌ରେ ଗତ ୨୪ଘଣ୍ଟା ମଧ୍ୟରେ ୫୦୮ ନୂଆ ସଂକ୍ରମଣ ଘଟଣା ସମ୍ମୁଖକୁ ଆସିଥିବାବେଳେ ମୋଟ ସଂଖ୍ୟା ୭୭ହଜାର ୭୦୦ ଛୁଇଁଛି। ସମୟ ବିଶ୍ବରେ ଏହା ୮୦ହଜାର ଅତିକ୍ରମ କରିଛି। ଏତଦ୍‌ବ୍ୟତୀତ ୭୧ଜଣଙ୍କ ମୃତ୍ୟୁ ଫଳରେ ଏହି ସଂଖ୍ୟା ୨୬୬୪ରେ ପହଞ୍ଚିଛି। କେବଳ ଉହାନରେ ଗତ ୨୪ଘଣ୍ଟାରେ ୬୮ଜଣଙ୍କ ମୃତ୍ୟୁ ଘଟିଥିବା ଜାତୀୟ ସ୍ବାସ୍ଥ୍ୟ କମିସନ୍‌ ପକ୍ଷରୁ କୁହାଯାଇଛି। ଚୀନ୍‌ ସରକାର ବଣ୍ୟଯନ୍ତୁଙ୍କ କିଣା-ବିକା ଓ ଖାଇବାକୁ ନିଷିଦ୍ଧ କରିଛନ୍ତି। ଇତିହାସରେ ଦ୍ବିତୀୟ ଥର ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ବନ୍ୟପ୍ରାଣୀଙ୍କ ମାଧ୍ୟମରେ କରୋନା ବ୍ୟାପୁଥିବା ସ୍ପଷ୍ଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି।
ସେହିଭଳି ଦକ୍ଷିଣ କୋରିଆରେ ସଂକ୍ରମିତଙ୍କ ସଂଖ୍ୟା ୮୯୪ରେ ପହଞ୍ଚିଛି। ଗତ ୨୪ଘଣ୍ଟାରେ ନୂଆ ୬୦ ସଂକ୍ରମିତ ହୋଇଛନ୍ତି। ଇଟାଲୀରେ ମଧ୍ୟ ଏହା ଗୁରୁତର ରୂପ ଧାରଣ କରିଛି। ଦେଶରେ ଅବସ୍ଥା ସାଙ୍ଘାତିକ ଥିବା ସରକାରଙ୍କ ପକ୍ଷରୁ ସ୍ବୀକାର କରାଯାଇଛି। ରାଷ୍ଟ୍ରୟପତି ମୁନ୍‌ ଜାଏ ଇନ୍‌ କହିଛନ୍ତି ଯେ ଚର୍ଚ୍ଚର ଆହୁରି ୨ଲକ୍ଷ ସଦସ୍ୟଙ୍କର ସ୍ବାସ୍ଥ୍ୟ ପରୀକ୍ଷା ହେବ। କ୍ରୋଏସିଆରେ ପ୍ରଥମ ସଂକ୍ରମର ଘଟଣା ସାମ୍ନାକୁ ଆସିଛି। ବାଲକାନ୍ସ ଅଞ୍ଚଳରେ ଜଣେ ସଂକ୍ରମିତ ହୋଇଥିବା ସରକାରୀ ଭାବେ କୁହାଯାଇଛି। ଜାପାନ ଜାହାଜ ‘ଡାଇମଣ୍ଡ ପ୍ରିନ୍‌ସେସ୍‌’ରେ ସାନି ୪ଜଣ ସଂକ୍ରମିତ ହୋଇଥିଲାବେଳେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଆମେରିକା ପ୍ରଶାସନ କରୋନାର ମୁକାବିଲା ପାଇଁ ୨.୫ବିଲିୟନ ଡଲାର ଅନୁମୋଦନ ପାଇଁ କଂଗ୍ରେସକୁ ଅନୁରୋଧ କରିଛି। ଟୀକାକରଣ ପାଇଁ ୧ ବିଲିୟନ ଡଲାର ମଗାଯାଇଛି। ଜରୁରିକାଳୀନ ବ୍ୟୟ ପାଇଁ ୧.୮ ବିଲିୟନ ଡଲାର ମଗାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories