www.samajalive.in
Thursday, December 11, 2025
13.1 C
Bhubaneswar

ବାଙ୍କୀ ଡବଲ ମର୍ଡର ଘଟଣା : ୫ ଜଣ ଅଭିଯୁକ୍ତଙ୍କୁ ଗିରଫକଲା ବାଙ୍କୀ ପୁଲିସ

କଳାପଥର(ବାଙ୍କୀ): :ବାଙ୍କୀ ନିଆଗାଁ ପଞ୍ଚାୟତର କଂଗ୍ରେସ ସମର୍ଥିତ ସରପଞ୍ଚ ମମତା ମହାପାତ୍ରଙ୍କ ସ୍ୱାମି ଭଗବାନ ସ୍ୱାଇଁ ଓ ସାମ୍ବାଦିକ ଆଦିତ୍ୟ ରଣସିଂହଙ୍କ ହତ୍ୟା ଘଟଣାରେ ବାଙ୍କୀ ପୁଲିସ୍‍ ଇତି ମଧ୍ୟରେ ୪ ଜଣଙ୍କୁ ଗିରଫ କରିଥିବାବେଳେ ଗତ କାଲି ଅନ୍ୟତମ ଅଭିଯୁକ୍ତ ବୋଲି କୁହାଯାଉଥିବା ଖଜୁରିପଦା ଗ୍ରାମର ଭରତ ପ୍ରଧାନବୟସ(୪୨)ଙ୍କୁ ଗିରଫ କରିଛି। ଭରତ ପ୍ରଧାନକୁ ପୁଲିସ୍‍ ଗତ ଦୁଇଦିନ ତଳେ ଗିରଫ କରିଥିବାବେଳେ ହତ୍ୟାକାଣ୍ଡର ସମ୍ପୁର୍ଣ୍ଣ ବିବରଣୀ ସମ୍ପର୍କରେ ଜାଣିବାପାଇଁ ତାକୁ ନିଜ ହେପାଜତରେ ରଖି ପଚରାଉଚରା କରିବାପରେ ଆଜି ତାକୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ସାମ୍ବାଦିକ ଓ କଂଗ୍ରେସ ନେତାଙ୍କ ହତ୍ୟା ଘଟଣାରେ ବାଙ୍କୀ ପୁଲିସ୍‍ ଇତି ମଧ୍ୟରେ ୫ ଜଣଙ୍କୁ ଗିରଫ କରିସାରିଲାଣି। ପୂର୍ବରୁ ବଳଭଦ୍ର ପ୍ରଧାନ ଓରଫ ବଳିଆ,ଜୀତୁ ସ୍ୱାଇଁଙ୍କୁ ଗିରଫ କରିଥିବାବେଳେ ୨୦ ତାରିଖରେ ଡେଙ୍ଗା କାଳିଆ ଓରଫ ସୁଶାନ୍ତ ପ୍ରଧାନ ଓ ହିମାଂଶୁ ରାଉତରାଙ୍କୁ ଗିରଫ କରିଥିଲା। ତେବେ ଗତକାଲି ଖଜୁରିପଦା ଗ୍ରାମର ଅନ୍ୟତମ ଅଭିଯୁକ୍ତ ଭରତ ପ୍ରଧାନଙ୍କୁ ଗିରଫ କରିବାପରେ ଏହି ଗିରଫଦାରୀ ସଂଖ୍ୟା ୫ରେ ପହଞ୍ଚିଛି।

ଏଠାରେ ଉଲେଖ ଯୋଗ୍ୟ ଯେ, ଗତ ୧୫ ତାରିଖ ଶନିବାର ସାମ୍ବାଦିକ ଆଦିତ୍ୟ ରଣସିଂହ,ମହିଳାସରପଞ୍ଚଙ୍କ ସ୍ୱାମି ଭଗବାନ ସ୍ୱାଇଁ ଓ ଆଦିତ୍ୟର ପୁତୁରା ମାନସ ରଞ୍ଜନ ସିଂହ ବାଙ୍କୀରୁ ଏକ ପଲସର ବାଇକ୍‍ ନମ୍ବର – ଓଡି-୦୫ସି-୦୨୭୫ ଯୋଗେଁ ନିଜ ଗାଁ ଖଜୁରିପଦା ଯାଉଥିବା ଯାଉଥିବା ବେଳେ ଯୋକଲାଞ୍ଜି ନିକଟରେ ଖଜୁରିପଦା ଓ ତତ୍‍ ସଲଗ୍ନ ଗ୍ରାମର ପ୍ରାୟ ୧୦ ଜଣରୁ ୧୫ ଜଣ ଲୋକ ମେଳି ହୋଇ ଉଭୟଙ୍କୁ ମାରଣାସ୍ତ୍ରରେ ହତ୍ୟାକରିଥିଲେ। ହତ୍ୟାକାରୀମାନେ ଏତେ ନୃସଂଶ ହୋଇଥିଲେ ଯେ, ଉଭୟଙ୍କୁ ମାରଣାସ୍ତ୍ର ରେ ଖଣ୍ଡ ଖଣ୍ଡ କରି ପକାଇଥିଲେ। ଏଭଳି ବର୍ବରୋଚିତ ହତ୍ୟାକାଣ୍ଡ ବାଙ୍କୀ ସମେତ ସାରା ରାଜ୍ୟରେ ଚହଳ ପକାଇ ଦେଇଥିଲା। କଂଗ୍ରେ ନେତା ଭଗବାନ ସ୍ୱାଇଁଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁସେ ହତ୍ୟାକାରୀଙ୍କ ମଧ୍ୟରୁ କେତେକଙ୍କ ନାମ କହିଦେଇଥିଲେ। ଏହି ଜମାନବନ୍ଦି ହତ୍ୟାକାରୀଙ୍କୁ ଖସି ଯିବାର ବାଟ ସବୁଆଡେ ବନ୍ଦ ହୋଇଯାଇଥିଲା। ରାଜନୈତିକ ବିବାଦରୁ ଉଭୟ ସାମ୍ବାଦିକ ଆଦିତ୍ୟ ରଣସିଂହ ଓ କଂଗ୍ରେସ ନେତା ଭଗବାନ ସ୍ୱାଇଁଙ୍କୁ ହତ୍ୟାକରାଯିବା ଏକ ପ୍ରମୁଖ କାରଣ ବୋଲି ପ୍ରଥମରି ସ୍ପଷ୍ଟ ହୋଇଯାଇଥିଲା। ପଞ୍ଚାୟତରେ ଚାଲିଥିବା ବ୍ୟାପକ ଦୃର୍ନିତୀ ,କୋଟି କୋଟି ଟଙ୍କାର ଠିକା କାମକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ନେତାଙ୍କ ମଧ୍ୟରେ ବିବାଦ ଉପୁଜି ଶେଷରେ ହତ୍ୟାକାଣ୍ଡର ରୂପ ନେଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories