www.samajalive.in
Monday, December 8, 2025
14.1 C
Bhubaneswar

ଚାଷୀଙ୍କୁ ନ ଦିଅ ମରଣ, ସରକାର ଧାନ କିଣ – ସର୍ବଦଳୀୟ ବୈଠକ ପରେ ଗୃହ କାର୍ଯ୍ୟ ସ୍ୱାଭାବିକ

ସମାଜ ପୋର୍ଟାଲ ଡେସ୍କ: ଷୋଡଶ ବିଧାନସଭାର ତୃତୀୟ ଅଧିବେଶନର ଅଷ୍ଟମ କାର୍ଯ୍ୟ ଦିବସରେ ଆଜି ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ଧାନ କିଣା ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିବା ଫଳରେ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ପରିସ୍ତିତିକୁ ଦୃଷ୍ଟିରେ ରଖି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଗୃହକୁ ୧୦.୩୦ରୁ ୧୧.୩୦ ଓ ୧୧.୩୧ରୁ ୧୨.୫୦ ଯାଏ ମୁଲତବୀ ରଖିଥିଲେ। ଫଳରେ ପ୍ରଶ୍ନୋତର ଓ ଶୂନ୍ୟକାଳ କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା। ତେବେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିବା ପରେ ପରେ ଗୃହ କାର୍ୟ୍ୟ ସ୍ୱାଭବିକ ହୋଇଥିଲା।

ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉଭୟ ବିଜେପି ଓ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ ଆରମ୍ଭ କରି ଦେଇଥିଲେ। ସେମାନେ ବ୍ୟାନର ଧରି ଗୃହର ମଧ୍ୟ ଭାଗକୁ ଆସି ସରକାର ବିରୋଧୀ ସ୍ଲୋଗାନ ଦେଇଥିଲେ। ‘ଚାଷୀଙ୍କୁ ନ ଦିଅ ମରଣ. ସରକାର ଧାନ କିଣ’ ଲେଖା ଥିବା ବ୍ୟାନର ଧରି ବିଜେପି ବିଧାୟକମାନେ ସ୍ଲୋଗାନ ଦେଉଥିବା ବେଳେ କଂଗ୍ରେସ ବିଧାୟକ ମାନେ ମିଲର ଦଲାଲ ସରକାର ହାୟ ହାୟ ବ୍ୟାନର ଧରିଥିଲେ। ପ୍ରଥମେ ବିଧାୟକ ମାନେ ନିଜ ନିଜ ଆସନରେ ଠିଆ ହୋଇଥିଲେ ଓ ପରେ ଗୃହର ମଧ୍ୟ ଭାଗକୁ ଚାଲି ଆସିଥିଲେ । ସର୍ବଦଳୀୟ ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଅର୍ଥ ମନ୍ତ୍ରୀ ନିରଂଜନ ପୁଜାରୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ,କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡା, କଂଗ୍ରେସ ବିଧାୟକ ଦଳର ନେତା ତାରା ପ୍ରସାଦ ବାହିନୀ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ ।

- Advertisement -

ବୈଠକ ପରେ ବାଚସ୍ପତି କହିଥିଲେ ଯେ ରାଜ୍ୟରେ ଟୋକେନ୍ ମାଧ୍ୟମରେ ଧାନ କିଣା ସମ୍ପର୍କରେ ଯେଉଁ ସମସ୍ୟା ଉପୁଜିଛି ସେ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଜିଲ୍ଲାୱାରୀ ବିଧାୟକମାନଙ୍କ ସହ ଆଲୋଚନା କରିଛନ୍ତି ଏବଂ ଆଲୋଚନାକୁ ଭିତ୍ତି କରି ମନ୍ତ୍ରୀ ପଦକ୍ଷେପ ନେବେ । ରାଜ୍ୟରେ ପଂଜିକୃତ ଚାଷୀର ଧାନ ସରକାରଙ୍କ ନିଷ୍ପତି ଅନୁଯାୟୀ ୩୧ ମାର୍ଚ୍ଚ ୨୦୨୦ ସୁଦ୍ଧା କିଣାଯିବ ତେଣୁ ଚାଷୀମାନଙ୍କୁ ୩୧ ମାର୍ଚ୍ଚ ୨୦୨୦ର ଯଥେଷ୍ଟ ପୂର୍ବରୁ ଟୋକେନ୍ ଦିଆଯାଉ ବୋଲି ବିରୋଧୀ ସଦସ୍ୟମାନେ ଦାବି କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories