www.samajalive.in
Wednesday, December 10, 2025
26.1 C
Bhubaneswar

ବିଏସ୍‌ଏନ୍‌ଏଲ୍‌ କର୍ମଚାରୀଙ୍କ ଦେଶବ୍ୟାପୀ ଧର୍ମଘଟ

ଭୁବନେଶ୍ବର : ରାଷ୍ଟ୍ରାୟତ୍ତ ଟେଲିକମ୍ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍ଏଲ୍‌)ର ପୁନରୁଦ୍ଧାର ଦାବି କରି ସୋମବାର ଏହାର ଅଧିକାରୀ ଏବଂ କର୍ମଚାରୀମାନେ ଦେଶବ୍ୟାପୀ ଅାମରଣ ଅନଶନ କରିଛନ୍ତି ା ଏହି ଅନୁକ୍ରମରେ ​‌େ​‌ସାମବାର ରାଜଧାନୀ ଭୁବନେଶ୍ବରସ୍ଥିତ ବିଏସ୍‌ଏନ୍ଏଲ୍‌ ଭବନଠାରେ ଅଧିକାରୀ ଓ କର୍ମଚାରୀମାନେ ଧର୍ମଘଟ କରିଥିଲେ ା ଅଲ ୟୁନିଅନ୍ସ ଅାଣ୍ଡ୍‌ ଆସୋସିଏସନ୍ସ ଅଫ୍ ବିଏସ୍‌୍ଏନ୍‌ଏଲ୍‌(ଏୟୁଏବି)ର ମିଳିତ ଆନୁକୂଲ୍ୟରେ ଏହି ଧର୍ମଘଟ ଡାକରାରେ କର୍ମଚାରୀମାନେ ଆମରଣ ଅନସନରେ ବସିଥିଲେ ା
ସଂଘ ପକ୍ଷରୁ ବିଏସ୍‌ଏନ୍‌ଏଲ୍‌କୁ ଯଥାଶୀଘ୍ର ୪ଜି ସେବା ପ୍ରଦାନ କରିବା, ୮୫୦୦ ​‌େକ​‌ାଟି ଟଙ୍କାର ସୋଭରେନ୍‌ ଗ୍ୟାରେଣ୍ଟି ବଣ୍ଡ୍‌ ଯୋଗାଇବା, କର୍ମଚାରୀଙ୍କୁ ଜାନୁଆରୀ ମାସର ଦରମା ସହ ବ‌େକୟା ଅବିଳମ୍ବେ ପ୍ରଦାନ ଏବଂ ଠିକା କର୍ମଚାରୀଙ୍କ ବକେୟା ମାସିକ ଦେୟ ପ୍ରଦାନ କରିବା ଆଦି ଦାବି ଉପସ୍ଥାପନ କରାଯାଇଛି ା ଏହି ଧର୍ମଘଟରେ ରାଜ୍ୟର ପ୍ରାୟତଃ ସମସ୍ତ ଜିଲାରେ ରହିଥିବା ବିଏସ୍‌ଏନ୍ଏଲ୍‌ ଅଧିକାରୀ ଏବଂ କର୍ମଚାରୀମାନେ ସାମିଲ ହୋଇଥିଲେ ା ଆଜିର ଏହି ଧର୍ମଘଟ ଯୋଗୁ ଦେଶରେ ଟେଲିକମ୍‌ ବିଭାଗର ପ୍ରଶାସନିକ ସମେତ ବୈଷୟିକ କାର୍ଯ୍ୟ ବ୍ୟାହତ ହୋଇଥିଲା ା ସ୍ଥାନୀୟ ବିଏସ୍‌ଏନ୍ଏଲ୍‌ ଭବନଠାରେ ଅଧିକାରୀ ଓ କର୍ମଚାରୀମାନେ ଅମରଣ ଅନଶନ​‌େର​‌ ବସିରହିଥିଲେ ା ଏୟୁଏବିର ଓଡ଼ିଶା ଆବାହକ ତଥା କର୍ମଚାରୀ ସଂଘର ମଣ୍ଡଳ ସମ୍ପାଦକ ସରୋଜ ରଞ୍ଜନ ଦାସ, ଏସ୍‌ଏନ୍‌ଇଏର ମଣ୍ଡଳ ସମ୍ପାଦକ ଜଗଦୀଶ ରାଉତ ଏବଂ ସର୍ବଭାରତୀୟ ବିଏସ୍‌ଏନ୍‌ଏଲ୍‌ ଅଫିସର ସଂଘର ଉପମଣ୍ଡଳ ସମ୍ପାଦକ ଅମିୟ କୁମାର ଖିଲାର ପ୍ରମୁଖ ଏହି ଧର୍ମଘଟର ନେତୃତ୍ବ ନେଇଥିଲେ ା

Hot this week

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

Related Articles

Popular Categories