www.samajalive.in
Wednesday, December 10, 2025
26.1 C
Bhubaneswar

ମେ’ ସୁଦ୍ଧା ଚିଲିକା ହେବ ଘେରିମୁକ୍ତ

ଭୁବନେଶ୍ବର : ଚିଲିକାର ନୀଳ ଜଳରାଶିରୁ ଚିଙ୍ଗୁଡି ଘେରି କିଭଳି ଉଚ୍ଛେଦ କରାଯିବ ସେନେଇ ସରକାରଙ୍କ ପକ୍ଷରୁ ତତ୍ପରତା ଦେଖାଦେଇଛି। ଆସନ୍ତା ୨୭ରୁ ଆରମ୍ଭ ହେବାକୁ ଥିବା ଚିଙ୍ଗୁଡିଘେରି ଅଭିଯାନକୁ କୌଣସି ପରିପ୍ରେକ୍ଷୀରେ ବି ଅଧାରୁ ବନ୍ଦ କରାଯିବ ନାହିଁ। ଯେଉଁ ଅଞ୍ଚଳରେ ଚିଙ୍ଗୁଡି ଘେରି ଉଚ୍ଛେଦ ବେଳେ ସମସ୍ୟା ଉପୁଜିବ ସେକ୍ଷେତ୍ରରେ ହାଇକୋର୍ଟଙ୍କ ନିର୍ଦେଶନାମାକ୍ରମେ ତ୍ବରିତ ସମାଧାନ ଦିଗରେ ସଂପୃକ୍ତ ଜିଲାପାଳ ପଦକ୍ଷେପ ନେବେ। ଆସନ୍ତା ମାର୍ଚ୍ଚ ସୁଦ୍ଧା ଗଞ୍ଜାମ ଓ କେନ୍ଦ୍ରାପଡା ଜିଲାପାଳ ଚିଲିକାର ନିଜସ୍ବ ଅଞ୍ଚଳରୁ ଘେରିମୁକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ପୁରୀ ଓ ଖୋର୍ଦ୍ଧାକୁ ମେ’ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଛି। ଏହି ସମୟରେ ପୁରୀର ୨ହଜାର ହେକ୍ଟର ଚିଙ୍ଗୁଡି ଘେରି ମୁକ୍ତ କରାଯିବ। ଏଥିପାଇଁ ଗୃହବିଭାଗ ଆବଶ୍ୟକୀୟ ସୁରକ୍ଷାବଳ ଯୋଗାଇ ଦେବ। ଏହି ସମୟରେ ସମସ୍ତ ଚିଙ୍ଗୁଡି ଘେରି ଫାର୍ମରୁ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରାଯିବ। ଯଦି କୌଣସି କ୍ଷେତ୍ରରେ ଚିଙ୍ଗୁଡି ଘେରି ଉଚ୍ଛେଦ ବେଳେ ସମସ୍ୟା ଉପୁଜିଲା ତେବେ ସେକ୍ଷେତ୍ରରେ ଫୌଜଦାରୀ ମାମଲା ରୁଜୁ ହେବ। ଚିଲିକାରୁ ଚିଙ୍ଗୁଡି ଘେରି ଉଚ୍ଛେଦ ନେଇ ଚଳିତମାସ ୨୦ରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରୁ ଏହା ଜଣାଯାଇଛି। ବୈଠକର ନିଷ୍ପତ୍ତିକ୍ରମେ ୪ଜିଲାପାଳଙ୍କୁ ଏଦିଗରେ ତ୍ବରିତ ପଦକ୍ଷେପ ନେବାକୁ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦେଶ ଦେଇଛନ୍ତି।
ଲୋକସେବା ଭବନରେ ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚିଲିକା କିଭଳି ଚିଙ୍ଗୁଡି ଘେରିମୁକ୍ତ ହେବ ସେନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ମାର୍ଚ୍ଚ ୩୧ ସୁଦ୍ଧା ଗଞ୍ଜାମ, କେନ୍ଦ୍ରାପଡା ଜିଲାପାଳ ଚିଲିକାରେ ଥିବା ତାଙ୍କ ଅଂଶକୁ ଘେରିମୁକ୍ତ କରିବେ। ଏହି ସମୟରେ ଚିଲିକାର ଜୈବବିବିଧତା କିଭଳି ନଷ୍ଟ ନହେବ ଏବଂ ବିସ୍ଫୋରଣ ଶବ୍ଦ ବାହାରକୁ ନଶୁଭିବ ତାକୁ ଦୃଷ୍ଟି​‌େ​‌ର ରଖି ମୃଦ୍ୟୁ ବ୍ଲାଷ୍ଟିଂ କରାଯିବ। ସେହିପରି ଖୋର୍ଦ୍ଧା ଜିଲାପ୍ରଶାସନ ଏହି କାର୍ଯ୍ୟ ଆସନ୍ତା ୨୭ରୁ ଆରମ୍ଭ କରି ୨ମାସ ମଧ୍ୟରେ ଶେଷ କରିବ।
ବୈଠକର ସୂଚନା ଅନୁଯାୟୀ ଚିଲିକାରେ ଥିବା ଚିଙ୍ଗୁଡି ଘେରିବନ୍ଧ ଗୁଡିକ ଅଣଓସାରିଆ ଓ ଅଙ୍କାବଙ୍କା ହୋଇଥିବାରୁ ଏହାକୁ ଠିକଣା ଭାବେ ଭାଙ୍ଗିବା ଜିଲା ପ୍ରଶାସନ ପାଇଁ କଷ୍ଟ ସାଧ୍ୟ। ଏହାକୁ ଦୃଷ୍ଟିରେ ରଖି ଘେରିବନ୍ଧ ଭାଙ୍ଗିବାପାଇଁ ମୃଦ୍ୟୁ ବ୍ଲାଷ୍ଟିଂ କରାଯିବ। ତେବେ ବ୍ଲାଷ୍ଟଂ ବେଳେ ପରିବେଶ ଓ ସାମାଜିକ ଦିଗକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ଜିଲା ପ୍ରଶାସନ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି। ତେବେ ପୁରୀ ଜିଲା ପ୍ରଶାସନ ପକ୍ଷରୁ ଚିଙ୍ଗୁଡି ଘେରି ଉଚ୍ଛେଦ ବେଳେ ୨ଜଣ ଡେପୁଟୀ କଲେକ୍ଟର ମେ’ ପର୍ଯ୍ୟନ୍ତ ରହି କାର୍ଯ୍ୟାନ୍ବୟନ କରିବେ। ଏହି ସମୟରେ ୨୦୦୦ହେକ୍ଟର ଅଞ୍ଚଳ ଘେରିମୁକ୍ତ ପାଇଁ ଲକ୍ଷ୍ୟ ରଖାଯାଇଥିବା ଜଣାଯାଇଛି। ଯଦି ଚିଲିକାର କୌଣସି ଅଞ୍ଚଳ ଘେରିମୁକ୍ତ ନହୋଇ ପାରିଲା ତେବେ ଏହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଅଗଷ୍ଟରୁ ପୁଣିଥରେ ଆରମ୍ଭ କରାଯିବ। ତେବେ ଚିଲିକା ଅଞ୍ଚଳରେ ଏହି ବେଆଇନ କାର୍ଯ୍ୟ ଯେଭଳି ଆଗାମୀ ଦିନରେ କରିବାକୁ କେହି ସାହସ ନକରନ୍ତି ସେନେଇ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ପକ୍ଷରୁ ଚେନ୍ନାଇ ‘କୋଷ୍ଟାଲ ଆକ୍ବାକଲଚର ଅଥରିଟି’ଙ୍କଠାରୁ ଅନୁମତି ଆଣିବା ଦିଗରେ ତ୍ବରିତ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ସଚିବ ଜି ରଘୁପ୍ରସାଦ ଏବଂ ସିଡ଼ିଏ ସିଇଓ ଶୁଶାନ୍ତ କୁମାର ନନ୍ଦଙ୍କ ସହିତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories