ମୁମ୍ବଇ : ମହାରାଷ୍ଟ୍ର ସରକାରଙ୍କ ରିମୋଟ କଣ୍ଟ୍ରୋଲ ମୋ ହାତରେ ନାହିଁ। ମାତ୍ର ଏହା ମୁଁ ବିଶ୍ବାସର ସହ କହି ପାରିବି ଯେ ଶିବସେନା, ଏନସିପି ଓ କଂଗ୍ରେସ ମେଣ୍ଟ ସରକାର ହେଉଛି ଏକ ସ୍ଥିର ସରକାର। ଏହା ନିଶ୍ଚିତ ଭାବେ ୫ବର୍ଷ ପର୍ଯ୍ୟନ୍ତ ରହିବ। ଏକ ମରାଠୀ ନ୍ୟୁଜ୍ ଚ୍ୟାନେଲର କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ୍ ପାୱର।
ପୱାର କହିଛନ୍ତି, ବର୍ତ୍ତମାନ ରାଜ୍ୟରେ ତିନି ଦଳର ମେଣ୍ଟ ସରକାର ଶାସନ କରୁଛି। ତିନି ଦଳ ଶିବସେନା, ଏନସିପି ଓ କଂଗ୍ରେସ ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି। ରାଜ୍ୟରେ ଯେକୌଣସି ଉନ୍ନତିମୂଳକ କାର୍ଯ୍ୟ ତିନୋଟି ଦଳର ବିଚାରବିମର୍ଶ ପରେ ଯାଇଁ କରାଯାଉଛି। ରାଜ୍ୟରେ ମୋ ଇଛା ଅନୁସାରେ କୌଣସି କାର୍ଯ୍ୟ ହୋଇପାରିବ ନାହିଁ କି ସରକାର ମୋ ଇଛାରେ କାର୍ଯ୍ୟ କରୁନାହାନ୍ତି।
ସରକାରଙ୍କ ରିମୋଟ ମୋ ହାତରେ ନାହିଁ : ଶରଦ୍ ପାୱର
Popular Categories



