www.samajalive.in
Monday, December 8, 2025
13.1 C
Bhubaneswar

ଭାରତୀୟ ଔଷଧ ଶିଳ୍ପ ଉପରେ ’କରୋନା’ ପ୍ରଭାବ : ନୀତି ଆୟୋଗର ଜରୁରୀ ବୈଠକ

ନୂଆଦିଲ୍ଳୀ : ଚୀନରେ କରୋନା ଭୂତାଣୁ ସଂକ୍ରମଣ ଓ ଏହାର ବ୍ୟାପକତା ଯୋଗୁଁ  ଭାରତୀୟ ଔଷଧ ଶିଳ୍ପ ଉପରେ ଏହାର ପ୍ରଭାବ ପଡିଛି। ଭାରତ ସେଠାରୁ ଆମଦନୀ କରୁଥିବା ବିଭିନ୍ନ ସାମଗ୍ରୀର ଉପଳବ୍ଧତା ପ୍ରଭାବିତ ହୋଇଛି। ଔଷଧପତ୍ରରେ ବ୍ୟବହାର ହେଉଥିବା କଞ୍ଚାମାଲ ମୁଖ୍ୟତଃ ଚୀନ୍‍ରୁ ଆସିଥାଏ। ଏହି ଆମଦାନୀ ଏବେ ପ୍ରଭାବିତ ହୋଇଥିବାରୁ ତାହାର ମୁକାବିଲା କରିବା ପାଇଁ ନୀତି ଆୟୋଗ ପକ୍ଷରୁ ବିଭିନ୍ନ ଔଷଧ କମ୍ପାନୀର ପ୍ରତିନିଧି ଏବଂ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି।

ଘରୋଇ ଔଷଧ କମ୍ପାନୀଗୁଡ଼ିକ ବର୍ତ୍ତମାନ ପରିସ୍ଥିତିରେ ଜରୁରୀ ଔଷଧ ଉତ୍ପାଦନକୁ ବଢ଼ାଇ ପରିସ୍ଥିତିର ମୁକାବିଲା କରିବାକୁ ଏଥିରେ ପରାମର୍ଶ ଦିଆଯାଇଛି। ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅମିତାଭ କାନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଔଷଧପତ୍ରର ଉପଲବ୍ଧତା ଦେଶରେ ବଜାୟ ରଖିବା ପାଇଁ ଆଲୋଚନା ହୋଇଥିଲା। ବଜାରରେ ଯେପରି ଔଷଧର ଅଭାବ ନ ରୁହେ ସେଥିପାଇଁ ବିଭିନ୍ନ ବିକଳ୍ପ ଉପାୟ ଅବଲମ୍ବନ କରିବାକୁ ଏଥିରେ ମତପ୍ରକାଶ ପାଇଛି। ଏହା ପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଚୀନ୍‍ ଘଟଣା ପରିପ୍ରେକ୍ଷୀରେ ଆମଦାନୀ ପ୍ରଭାବିତ
ହୋଇଥିବାରୁ ଭାରତୀୟ ଔଷଧ ଉଦ୍ୟୋଗ ଉପରେ ଯେଉଁ ପ୍ରଭାବ ପଡ଼ିଛି ତାହାର ମୁକାବିଲା କରିବା ପାଇଁ ନୂଆ ନୀତି ଘୋଷଣା କରାଯିବ। ଏହି
ବୈଠକରେ ଔଷଧ ବିଭାଗ ସଚିବ ପି.ଡି. ବାଘେଲା, ବାଇକନର କୀରଣ ମଜୁମ୍‍ଦାର ସ, ଜାଇଡସର ପଙ୍କଜ ପଟେଲ ଓ ଡକ୍ଟର ରେଡିସ୍‍
ଲାବୋରଟରୀର ଶତୀଶ ରେଡ୍ଡୀ ପ୍ରମୁଖ ଯୋଗ ଦେଇଥିଲେ। ଚୀନ୍‍ ଉପରେ ଏବେ ଆଉ ନିର୍ଭର କରି ହେଉନଥିବାରୁ ଘରୋଇ ଉଦ୍ୟୋଗଗୁଡ଼ିକ ଔଷଧ ଉତ୍ପାଦନ ବଜାୟ ରଖିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

ଦେଶର ୧୦୦ ଦୁର୍ଘଟଣା ପ୍ରବଣ ଜିଲା ତାଲିକା: ୮୪ ରେ ସୁନ୍ଦରଗଡ଼, ୯୦ ରେ ଗଞ୍ଜାମ

ରାଉରକେଲା: ଜାତୀୟ ରାଜପଥ ମନ୍ତ୍ରଣାଳୟ ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର...

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

Related Articles

Popular Categories