www.samajalive.in
Saturday, December 13, 2025
21.1 C
Bhubaneswar

‘ରୁଷିଆର ଅଣୁ ଅସ୍ତ୍ର ଦ୍ୱାରା ଯେକୌଣସି ସ୍ଥାନ ଉପରେ ଆକ୍ରମଣ ସମ୍ଭବ’

ମସ୍କୋ : ରୁଷର ଅଣୁ ଅସ୍ତ୍ର ଦ୍ୱାରା ବିଶ୍ୱର ଯେକୌଣସି ସ୍ଥାନ ଉପରେ ଆକ୍ରମଣ ସମ୍ଭବ। ଏହି ଅସ୍ତ୍ରକୁ କୌଣସି ମତେ ଅକାମୀ କରିହେବ ନାହିଁ ବୋଲି କହି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ପରୋକ୍ଷରେ ବିଶ୍ୱ ସମୁଦାୟକୁ ଧମକାଇବାର ଉଦ୍ୟମ କରିଛନ୍ତି। ପୁଟିନ୍‌ ଆହୁରି କହିଛନ୍ତି, ତାଙ୍କ ଦେଶ କୌଣସି ଆକ୍ରମଣକାରୀଙ୍କ ଦ୍ୱାରା ପରାହତ ହେବ ନାହିଁ। ଏପରିକି ଏହାର ନୂତନ ଅଣୁ ଅସ୍ତ୍ରଗୁଡିକ ଯେକୌଣସି ପ୍ରକାରର ପ୍ରତିରକ୍ଷା ବ୍ୟବସ୍ଥାକୁ ବିଧ୍ୱଂସ କରିପାରେ। ଦେଶର ଆଇନପ୍ରଣେତାମାନଙ୍କୁ ବାର୍ଷିକ ଉଦ୍‌ବୋଧନ ଦେଇ ପୁଟିନ କହିଛନ୍ତି, ରୁଷ୍‌ର ମିତ୍ର ରାଷ୍ଟ୍ରଗୁଡିକ ବିରୋଧରେ ଅଣୁ ଅସ୍ତ୍ରର ବ୍ୟବହାରକୁ ରୁଷ ନିଜ ଉପରେ ଆଣବିକ ଆକ୍ରମଣ ଭାବେ ଗ୍ରହଣ କରିବ। ତତ୍‌କ୍ଷଣାତ ଏଭଳି ଆକ୍ରମଣର ଜବାବ୍‌ ଦିଆଯିବ ବୋଲି ବିଶ୍ୱସମୁଦାୟକୁ ଚେତାଇ ଦେବା ଉଦ୍ଦେଶ୍ୟରେ ସେ କହିଛନ୍ତି। କିନ୍ତୁ ରୁଷ୍‌ର କେଉଁ ମିତ୍ର ରାଷ୍ଟ୍ର ଉପରେ ସଦ୍ୟ ଆଣବିକ ଆକ୍ରମଣ ବିପଦ ରହିଛି ତାହା ସେ ସ୍ପଷ୍ଟ ପ୍ରକାଶ କରିନାହାନ୍ତି ବୋଲି ୱାଶିଂଟନ୍‌ ପୋଷ୍ଟ ପ୍ରକାଶ କରିଛି। ପୁଟିନ୍‌ ଏହି ଅଭିଭାଷଣ ଦେବା ବେଳେ ମଞ୍ଚରେ ତାଙ୍କ ପଛପାର୍ଶ୍ବରେ ରହିଥିବା ପରଦା ଉପରେ ଦେଶର ନୂତନ ଆଣବିକ ଅସ୍ତ୍ରର ଭିଡିଓ ପ୍ରଦର୍ଶନ କରାଯାଇଥିଲା। ଏଥିରେ ରୁଷରୁ ଛଡାଯାଇଥିବା ଏକ ଅଣୁ ଅସ୍ତ୍ର ଆଟଲାଣ୍ଟିକ୍‌ ମହାସାଗର ଉପର ଦେଇ ଦକ୍ଷିଣ ଆମେରିକା ଅତିକ୍ରମ କରି ଶେଷରେ ପ୍ରଶାନ୍ତ ମହାସାଗର ଆଡକୁ ଯାଉଥିବା ଦେଖିବାକୁ ମିଳିଥିଲା। ତେବେ ରୁଷର ଏହି ଆଣବିକ କ୍ଷମତାକୁ ଠିକ୍‌ ଆକଳନ କରିବାରେ ୱାଶିଂଟନ ଡିସି ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ପୁଟିନ୍‌ ଦର୍ଶାଇଥିଲେ। ଦୁଇ ଘଣ୍ଟାର ଏହି ବକ୍ତବ୍ୟ ବେଳେ ରୁଷର ଘରୋଇ ଜୀବନ ଜୀବିକାର ମାନ ବୃଦ୍ଧି ଦିଗରେ ଯତ୍ନଶୀଳ ହେବାକୁ ଦେଶର ଆଇନପ୍ରଣେତାମାନଙ୍କୁ ପରାମର୍ଶ ଦେବା ସହିତ ଆମେରିକାକୁ କଡ଼ା ଧମକ ଦେଇ ସେ ବକ୍ତବ୍ୟ ଶେଷ କରିଥିଲେ।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories