www.samajalive.in
Thursday, December 11, 2025
15.1 C
Bhubaneswar

‘ଇଣ୍ଡିକା’ର ବ୍ରାଣ୍ଡ୍‍ ଆମ୍ବାସାଡର ହେଲେ ଅକ୍ଷୟ କୁମାର ଓ ଇଲିଆନା ଡି’କ୍ରୁଜ୍‍

ଭୁବନେଶ୍ୱର :  ଭାରତର ଅଗ୍ରଣୀ ଏଫଏମସିଜି ଉତ୍ପାଦକାରୀ ଗ୍ରୁପ୍‍ କାଭିନ୍‍କେୟାର ତାହାର ଉତ୍ପାଦ ‘ଇଣ୍ଡିକା’ର ସଦ୍ୟତମ ବ୍ରାଣ୍ଡ୍‍ ଆମ୍ବାସାଡର ଭାବେ ଅକ୍ଷୟ କୁମାର ଏବଂ ଇଲିଆନା ଡି’କ୍ରୁଜ୍‍ଙ୍କୁ ନିଯୁକ୍ତ କରିଛି। ଏହାର ଉତ୍ପାଦଶୃଙ୍ଖଳାରେ ରହିଛି ଇଣ୍ଡିକା ଇଜି ୧୦ ମିନିଟ ସାମ୍ପୁ ହେୟାର କଲର୍‍; ଇଣ୍ଡିକା କ୍ରିମ- ୧୦ ମିନିଟ କ୍ରିମ ହେୟାର କଲର ଏବଂ ଇଣ୍ଡିକା ୧୦ ମିନିଟ୍‍ସ- ଏକମାତ୍ର ୧୦ ମିନଟ୍‍ ପାଉଡର ହେୟାର କଲର୍‍।

ନୂତନ ଆମ୍ବାସାଡର ନିଯୁକ୍ତି ସଂପର୍କରେ ମତଦେଇ ପର୍ସନାଲ କେୟାର ଆଣ୍ଡ୍‍ ଆଲାଏନ୍ସର ଡାଇରେକ୍ଟର ତଥା ସିଇଓ ଭେଙ୍କଟେଶ ବିଜୟରାଘବନ୍‍ କହିଛନ୍ତି, ଇଣ୍ଡିକାକୁ ପ୍ରତିନିଧିତ୍ୱ କରିବା ସକାଶେ ଅକ୍ଷୟ କୁମାର ଏବଂ ଇଲିଆନା ଡି’କ୍ରୁଜ୍‍ଙ୍କ ଭଳି ପ୍ରତିଭାଧାରୀ ଏବଂ ସ୍ପଷ୍ଟ ପରିଦୃଶ୍ୟ ବ୍ୟକ୍ତିତ୍ୱଙ୍କୁ ପାଇ ସେମାନେ ଆନନ୍ଦିତ। ଅଭିନେତା ଅକ୍ଷୟ କୁମାର କହିଛନ୍ତି, କାଭିନ୍‍କେୟାରର ଏକ ଉତ୍ପାଦ ଇଣ୍ଡିକା ହେୟାର କଲର୍‍ର ବ୍ରାଣ୍ଡ ଆମ୍ବାସାଡର ଭାବେ ସଂପୃକ୍ତ ହୋଇ ସେ ଆନନ୍ଦିତ। ଏଥିରେ କେଶର ରଙ୍ଗ ମାତ୍ର ୧୦ ମିନିଟ୍‍ ମଧ୍ୟରେ କରାଯାଇପାରିବ। ଅଭିନେତ୍ରୀ ଇଲିଆନା ଡି’କ୍ରୁଜ୍‍ କହିଛନ୍ତି, କାଭିନ୍‍କେୟାର ପରିବାର ଏବଂ ଇଣ୍ଡିକା ହେୟାର କଲର୍‍ ସହିତ ସଂଯୁକ୍ତ ହୋଇ ସେ ମଧ୍ୟ ଅତ୍ୟନ୍ତ ଆନନ୍ଦିତ। ଅକ୍ଷୟ କୁମାର ଓ ତାଙ୍କର ସଂପୃକ୍ତି ଦ୍ୱାରା ସର୍ବଭାରତୀୟ ସ୍ତରରେ ସେମାନେ ଯୁବସୁଲଭ ଅନୁଭବ କରିବା ବାର୍ତ୍ତାନେଇ ଏବଂ ଜନସାଧାରଣଙ୍କୁ ଜୀବନରେ ଅଗ୍ରସର ହେବା ନିମନ୍ତେ ସଠିକ ଆତ୍ମବିଶ୍ୱାସ ଯୋଗାଇ ଦେଇପାରିବେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories