ଭେଣ୍ଡି ମସଲା
ଆବଶ୍ୟକ ସାମଗ୍ରୀ:
ଜିରା- ୧ଚାମଚ
ସୋରିଷ- ୧ଚାମଚ
ଅଦା- ଛୋଟ ଖଣ୍ଡେ
ରସୁଣ- ୭ରୁ ୮ ଟି
ଭେଣ୍ଡି- ୬ଟି
ତେଲ- ୨ଚାମଚ
ଶୁଖିଲା ଲଙ୍କା- ୨ଟି
ପିଆଜ- ୧ଟି
ଟମାଟୋ- ୧ଟି
ହଳଦୀ ଗୁଣ୍ଡ- ୧ ଚାମଚ
ଲଙ୍କା ଗୁଣ୍ଡ- ୧ଚାମଚ
ପ୍ରସ୍ତୁତ ପ୍ରଣାଳୀ:
ପ୍ରଥମେ ଭେଣ୍ଡିକୁ ସିଝାଇ ଦିଅନ୍ତୁ। ତାପରେ ଜିରା,ସୋରିଷ,ଅଦା,ରସୁଣ,ଶୁଖିଲା ଲଙ୍କାକୁ ବାଟନ୍ତୁ। କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ପ୍ରଥମେ ପିଆଜ ପକାନ୍ତୁ। ପିଆଜ ଅଳ୍ପ ଲାଲ ରଙ୍ଗ ହୋଇଗଲା ପରେ ମସଲା ପକାନ୍ତୁ। ମସଲା ଅଳ୍ପ କଷିଲା ପରେ ସେଥିରେ ଟମାଟୋ ପକାନ୍ତୁୁ। ତାପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ପକାଇ ମସଲାକୁ କଷନ୍ତୁ। ମସଲା ପ୍ରସ୍ତୁତ ହୋଇଗଲା ପରେ ବାହାର କରି ଦିଅନ୍ତୁ। ଭେଣ୍ଡି ସିଝିଗଲା ପରେ ତାକୁ ବାହାର କରି ଦିଅନ୍ତୁ। ଭେଣ୍ଡିରେ କୋଟିଏ କଡ଼ରୁ କାଟି ଦିଅନ୍ତୁ। କଟା ହୋଇଥିବା ଭେଣ୍ଡିରେ ମସଲା ପୁରାଇ ଦିଅନ୍ତୁ। ପୁନଶ୍ଚ କଡ଼େଇରେ ତେଲ ଗରମ କରି ଭେଣ୍ଡିକୁ ଭାଜନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ଭେଣ୍ଡି ମସଲା।