www.samajalive.in
Saturday, December 13, 2025
26.1 C
Bhubaneswar

ଓମାର ଅବଦୁଲ୍ଲାଙ୍କ ଛାଡପତ୍ର ମାମଲା : ପତ୍ନୀ ପାୟଲଙ୍କୁ ହାଇକୋର୍ଟ ନୋଟିସ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଓ ପତ୍ନୀ ପାୟଲଙ୍କ ମଧ୍ୟରେ ଚାଲିଥିବା ଛାଡପତ୍ର ମାମଲା ବର୍ତ୍ତମାନ ଦିଲ୍ଲୀ ହାଇକୋର୍ଟରେ ବିଚାରାଧୀନ ରହିଛି। ସେମାନଙ୍କର ବୈବାହିକ ଜୀବନ ଦୁର୍ବିସହ ହୋଇପଡିଥିବାବେଳେ ସେ ଦ୍ୱିତୀୟ ବିବାହ କରିବାକୁ ଚାହୁଁଛନ୍ତି ବୋଲି ଓମାରଙ୍କ ଓକିଲ ମାଳବିକା ରାଜକୋଟିଆ ହାଇକୋର୍ଟଙ୍କୁ ଜଣାଇଛନ୍ତି। ଜଷ୍ଟିସ ସିଦ୍ଧାର୍ଥ ମ୍ରିଦୁଲ ଓ ଜଷ୍ଟିସ ଦୀପା ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁକ୍ରବାର ମାମଲାର ଶୁଣାଣି କରି ପାୟଲଙ୍କୁ ନୋଟିସ ଜାରି କରିଛନ୍ତି। ଏପ୍ରିଲ ୨୩ ସୁଦ୍ଧା ଜବାବ ଦାଖଲ କରିବାକୁ ପାୟଲଙ୍କୁ ଉକ୍ତ ନୋଟିସରେ ନିର୍ଦେଶ ଦିଆଯାଇଛି। ୧୯୯୪ରେ ଓମାର ଓ ପାୟଲଙ୍କ ମଧ୍ୟରେ ବିବାହ ଅନୁଷ୍ଠିତ ହୋଇଥିଲା। ଜାହିର ଓ ଜମୀର ନାମରେ ସେମାନଙ୍କର ଦୁଇ ପୁତ୍ର ସନ୍ତାନ ଅଛନ୍ତି। ତେବେ ୨୦୦୭ରୁ ପତିପତ୍ନୀ ଅଲଗା ରହୁଥିବାବେଳେ ଓମାର ଛାଡପତ୍ର ପାଇଁ ଆବେଦନ କରିଥିଲେ। ପାୟଲ ତାଙ୍କୁ ନିର୍ଯାତନା ଦେଉଥିବା ଦର୍ଶାଇ ଓମାର ଛାଡପତ୍ର ମଞ୍ଜୁରୀ ଲୋଡିଥିଲେ। ତେବେ ୨୦୧୬ରେ ନିମ୍ନ ଅଦାଲତ ତାଙ୍କର ଛାଡପତ୍ର ଆବେଦନକୁ ଖାରଜ କରିବାପରେ ସେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ପାୟଲ ବର୍ତ୍ତମାନ ଦୁଇ ପୁତ୍ରଙ୍କ ସହ ଦିଲ୍ଲୀର ଆକବର ରୋଡସ୍ଥିତ ବାସଭବନରେ ରହୁଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories