www.samajalive.in
Monday, December 8, 2025
24.1 C
Bhubaneswar

“ସାହୋ” ପାଇଁ ପ୍ରଭାସ ଜିତିଲେ କ୍ୟାରିଅରର ପ୍ରଥମ ହିନ୍ଦି ସିନେମା ଆୱାର୍ଡ଼

ମୁମ୍ବଇ : ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର ପ୍ରଭାସ ନିକଟରେ ନିଜ କ୍ୟାରିଅରର ପ୍ରଥମ ହିନ୍ଦି ସିନେମା ପୁରସ୍କାର ପାଇଁଛନ୍ତି। ବାହୁବଳି ଚଳଚ୍ଚିତ୍ରରୁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଏହି କଳାକାର ଗତବର୍ଷ ତାଙ୍କ ଅଭିନୀତ ପ୍ରଥମ ହିନ୍ଦି ସିନେମା ସାହୋରେ ନଜର ଆସିଥିଲେ। ସାହୋ ସିନେମାକୁ ଦର୍ଶକାମାନଙ୍କର ମିଶ୍ର ପ୍ରତିକ୍ରିୟା ମିଳିବା ସତ୍ତ୍ବେ ଏହା ଭଲ ବ୍ୟବସାୟ କରିଥିଲା। ଏବେ ଏହି ସିନେମାକୁ ନେଇ ସେ ନିଜ କ୍ୟାରିଅରର ପ୍ରଥମ ହିନ୍ଦି ସିନେମା ପୁରସ୍କାର ପାଇଁଛନ୍ତି। ପ୍ରଭାସ ବଲିଉଡ଼୍ ବିଜନେସ୍ ଆୱାର୍ଡ଼ରେ ସାହୋ ପାଇଁ ସବୁଠାରୁ ଅଧିକ ଆୟ କରିଥିବା ନାୟକ ଭାବେ ରେକର୍ଡ ନିଜ ନାମରେ କରିଛନ୍ତି। ଗତବର୍ଷ ଭାରତରେ ରିଲିଜ ହୋଇଥିବା ଏହି ଫିଲ୍ମକୁ ଚଳିତ ବର୍ଷ ଜାନୁଆରୀ ୨୭ରେ ଜାପାନରେ ମଧ୍ୟ ରିଲିଜ କରାଯାଇଥିଲା।

ଭାରତରେ ସର୍ବାଧିକ ୧୦ ହଜାର ପରଦାରେ ‘ସାହୋ’ ମୁକ୍ତିଲାଭ କରିଥିଲା। ଏ କ୍ଷେତ୍ରରେ ‘ସାହୋ’ ସିନେମା ‘ବାହୁବଳୀ-୨’ ଓ ରଜନୀକାନ୍ତଙ୍କ ‘୨.୦’ର ମଧ୍ୟ ରେକର୍ଡ ଭାଙ୍ଗିଥିଲା । ତେବେ ସିନେମାଟିକୁ ଦର୍ଶକଙ୍କର ମିଶ୍ର ପ୍ରତିକ୍ରିୟା ମିଳିଥିଲା। ପ୍ରଭାସ ଓ ଶ୍ରଦ୍ଧାଙ୍କ ବ୍ୟତୀତ ଏଥିରେ ନୀଲ ନିତିନ ମୁକେଶ, ଜ୍ୟାକି ଶ୍ରଫ୍‌, ଚଙ୍କୀ ପାଣ୍ଡେ ଓ ମହେଶ ମାଞ୍ଜରେକର ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ନଜର ଆସିଥିଲେ।

- Advertisement -

 

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories