www.samajalive.in
Monday, December 8, 2025
13.1 C
Bhubaneswar

ସୋମବାର ରାଶିଫଳ ୧୭। ୦୨।୨୦୨୦

ମେଷ: ଯିବା ଆସିବା ସମୟରେ ସତର୍କତା ଆବଶ୍ୟକ। ଭୟାତୁର ହୋଇପାରନ୍ତି। ମାନସିକ ଓ ଶାରୀରିକ କ୍ଳେଶ ଅନୁଭବର ସୂଚନା ମିଳୁଛି। ଚିନ୍ତାଧାରା ଉନ୍ନତମାନର ହେବ। ନୀତିନିଷ୍ଠ ହେବେ।
ବୃଷ: ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି। ଭାଗ୍ୟର ପରିବର୍ତ୍ତନ ଘଟିବ। ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ। ଧର୍ମାସକ୍ତ ହେବେ। ମତିମାନ୍‍ ହୋଇପାରନ୍ତି। ପତ୍ନୀଙ୍କ ସହାୟତାରେ ଅସାଧ୍ୟ-ସାଧନ କରିପାରନ୍ତି।
ମିଥୁନ: ଯେତେ ବିରୋଧ ହେଲେବି କାର୍ଯ୍ୟରେ ସଫଳତା ଲାଭ କରିବେ। ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସର୍ବ ସୁଖ ଆଶା କରାଯାଏ। ଶାସ୍ତ୍ରାଭ୍ୟାସୀ ଓ ବିନୀତ ସ୍ୱଭାବର ହୋଇପାରନ୍ତି।
କର୍କଟ: ଯୋଗାଯୋଗ ଶୁଭଦାୟକ ହେବ। ଶୁଭା-ଶୁଭ ମିଶ୍ରିତ ଫଳ ମିଳିିବ। ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ୍‍ ହେବାକୁ ପଡ଼ିବ। ସ୍ତ୍ରୀ ଧନହେତୁ ସୁଖୀ ହୋଇପାରନ୍ତି। ମନ୍ତ୍ରଣାଦାତା ହେବେ।
ସିଂହ: ଯତ୍ନବାନ ନ ହେଲେ ଦ୍ରବ୍ୟନଷ୍ଟ ହୋଇପାରେ। ଆର୍ଥିକ କ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ପାରିବାରିକ ସୁଖ-ଶାନ୍ତି ମିଳିବ। ମନ ଉଲ୍ଲସିତ ହେବ। ସୁଖ ଭୋଗ କରିବେ।
କନ୍ୟା: ଯାତ୍ରା ଶୁଭପ୍ରଦ ହେବ। ଭୁଲ କରି ଅନୁତପ୍ତ ହୋଇପାରନ୍ତି। ସକଳ ଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ପ୍ରଭୂତ ବିଦ୍ୟାର ଅଧିକାରୀ ହୋଇପାରନ୍ତି। ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିବେ। ବିଳାସୀ ହେବେ।
ତୁଳା: ଯୋଗାଯୋଗରେ ତ୍ରୁଟି ରହିପାରେ। କ’ଣ କରିବେ; ନକରିବେ ଦ୍ୱିଧାଗ୍ରସ୍ତ ହୋଇପାରନ୍ତି। କାର୍ଯ୍ୟ ହାସଲରେ ସିଦ୍ଧହସ୍ତ ହେବେ। ବିଳମ୍ବରେ ସମସ୍ୟା ଦେଖା ଦେଇପାରେ। ତ୍ୟାଗଶୀଳ ଓ ନୀତିନିଷ୍ଠ ହେବେ। ଧନାଗମର ସୂଚନା ମିଳୁଛି।
ବିଛା: ପାରିବାରିକ ସ୍ନେହ-ଶ୍ରଦ୍ଧା ମିଳିବ। ଧନବାନ୍‍ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ଉପାର୍ଜନକାରୀ ଓ ବଳିଷ୍ଠ ହେବେ। ସତ୍ୟବାଦୀ ହୋଇପାରନ୍ତି। ରାଜପୂଜିତ ହେବେ।
ଧନୁ: ଶୁଭକାର୍ଯ୍ୟରେ ଅଧିକ ବ୍ୟୟ କରିପାରନ୍ତି। କାର୍ଯ୍ୟ ପରିଚାଳନାରେ ବିଘ୍ନ ଉପୁଜି ପାରେ। ଧର୍ମ-କର୍ମ ସଂପାଦନ କରିପାରନ୍ତି। ବ୍ୟବସାୟ ଉନ୍ନତମାନର ହେବ। ପଦୋନ୍ନତି ମିଳିପାରେ। ସୁଭାଷୀ ଓ ଶାସ୍ତ୍ରପଟୁ ହେବେ।
ମକର: ସଂପର୍କରେ ଉନ୍ନତି ଘଟିବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ। ବନ୍ଧୁ ଦର୍ଶନ ମିଳିବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି।
କୁମ୍ଭ: ପରିଶ୍ରମ ଅତ୍ୟଧିକ ହେଲେବି; ତା’ର ଉପଯୁକ୍ତ ମୂଲ୍ୟ ମିଳିବ। ପାରିବାରିକ ସୁଖ-ଶାନ୍ତି ମିଳିବ। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି। ବିଭାଗୀୟ ଅର୍ଥ ମିଳିବ।
ମୀନ: ମନସ୍କାମନା ପୂରଣ ହେବ। ସେବା-ପୂଜାରେ ମନୋନିବେଶ କରିପାରନ୍ତି। ଦ୍ରବ୍ୟନଷ୍ଟ ହେବାର ସମ୍ଭାବନା ଅଛି। ଧର୍ମପ୍ରିୟ ହେବେ। ଶିଳ୍ପବିଦ୍ୟାପ୍ରିୟ ହୋଇପାରନ୍ତି। କ୍ରିୟାଶୀଳ ହେବେ।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories