www.samajalive.in
Sunday, December 7, 2025
14.1 C
Bhubaneswar

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ବଦଳିଲା କାର୍ଯ୍ୟକ୍ରମର ନାମ ‘କେମ୍ ଛୋ ଟ୍ରମ୍ପ’ ହେଲା ‘ ନମସ୍ତେ ଟ୍ରମ୍ପ’

ଗୁଜୁରାତ: ୨୪ ଫେବୃଆରୀରୁ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଗତ ସେପ୍ଟେମ୍ବରରେ ହଷ୍ଟନରେ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଆୟାଜିତ ‘ହାୱଡି ମୋଦୀ’ ପରି ଫେବୃଆରୀ ୨୪ରୁ ଅହମ୍ମଦାବାଦ ଠାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ‘କେମ୍ ଛୋ ଟ୍ରମ୍ପ ’ କାର୍ଯ୍ୟକ୍ରମ ହେବାର ଥିଲା। କିନ୍ତୁ ଟ୍ରମ୍ପ ଗସ୍ତ ପୂର୍ବରୁ ବଦଳି ଯାଇଛି କାର୍ଯ୍ୟକ୍ରମର ନାମ। ଫେବୃଆରୀ ୨୪ରୁ ଅହମ୍ମଦାବାଦ ଠାରେ ହେବାକୁ ଥିବା ‘କେମ୍ ଛୋ ଟ୍ରମ୍ପ’ କାର୍ଯ୍ୟକ୍ରମର ନାମ ବଦଳାଯାଇ ‘ ନମସ୍ତେ ଟ୍ରମ୍ପ’ ରଖାଯିବା ପାଇଁ ସ୍ଥିର ହୋଇଛି। ରବିବାର କାର୍ଯ୍ୟକ୍ରମର ନାମ ପରିବର୍ତ୍ତନ ନେଇ ଅହମ୍ମଦାବାଦ ନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ‘ନମସ୍ତେ’ ଶବ୍ଦ ଭାରତୀୟ ପରମ୍ପରାର ଏକ ଶବ୍ଦ ହୋଇଥିବା କାରଣରୁ ଏହା ଜରିଆରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସ୍ବାଗତ କରିବାକୁ ଚିନ୍ତା କରି କାର୍ଯ୍ୟକ୍ରମର ନାମ ବଦଳାଇବା ନିଷ୍ପତ୍ତି ଗୁଜୁରାଟ ସରକାର ନେଇଥିବା ଜଣାପଡିଛି । ସୂତ୍ରରୁ ଜାଣିବାକୁ ମିଳିଛି ଯେ ‘ନମସ୍ତେ’ ଶବ୍ଦ ପ୍ରୟୋଗ କରିବାର ନିର୍ଦ୍ଦେଶ କେନ୍ଦ୍ରରୁ ଆସିବା ପରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories