www.samajalive.in
Thursday, December 11, 2025
13.1 C
Bhubaneswar

ବାସଗୃହ ଓ ପିଲାଙ୍କ ନାଁରେ ଚାଉଳ ମିଳିବ କେବେ

ଲାଠୋର : ସରକାର ଗରିବ ବାସଗୃହହୀନ ପରିବାର ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଇନ୍ଦିରା ଆବାସ ଯୋଜନା, ବିଜୁ ପକ୍କାଘର ସହ ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅନୁସାରେ ସୁଲଭ ମୂଲ୍ୟରେ ମୁଣ୍ଡ ପିଛା ମାସକୁ ୫ କେଜି ଚାଉଳ ଯୋଗାଇ ଦିଆଯାଉଛି। ହେଲେ ବେଳେବେଳେ ଗରିବ ପରିବାର ବିଭିନ୍ନ ପ୍ରକାର ତୃଟି ଯୋଗୁଁ ବାଦ ପଡିବାନେଇ ଅଭିଯୋଗ ହୋଇଥାଏ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଲାଠୋର ପଞ୍ଚାୟତ କଲୋନି ପଡାରେ ।

ସୂଚନା ଅନୁଯାୟୀ,  ଉକ୍ତ ପଡାରେ ଭୁଦ୍ର ନାଏକ (୩୬) ସ୍ତ୍ରୀ ଧନମତୀ (୩୧) ତିନିପୁଅ ସଚିଦାନନ୍ଦ (୮), ମାଣିକ୍ୟ (୫), କୁଞ୍ଜ ବିହାରୀ (୨)ଙ୍କୁ ନେଇ ତାଙ୍କର ସଂସାର। ସମ୍ପତିବାଡି କହିଲେ କିଛି ଜାଗାକୁ ଛାଡି ଦେଲେ ଆଉ କିଛି ନାହିଁ। ସ୍ୱାମୀ ସ୍ତ୍ରୀ ମଜୁରୀ କରି ପେଟ ପୁସୁଛନ୍ତି। ଯେଉଁ ଜାଗାଟିକ ଅଛି ସେଥିରେ ସେମାନେ ମାଟି ଖପର ଘର କରି ମୁଣ୍ଡ ଗୁଞ୍ଜିଛନ୍ତି। ସ୍ୱାମୀ- ସ୍ତ୍ରୀ ଯାହା ରୋଜଗାର କରନ୍ତି ପେଟକୁ ହେଲେ ଦେହକୁ ହେଉନାହିଁ। ଘରେ ୫ ପ୍ରାଣୀ କୁଟୁମ୍ବ ରହିଥିଲେ ହେଁ ସେମାନଙ୍କୁ ସୁଳଭ ମୂଲ୍ୟରେ ପଞ୍ଚାୟତ ପକ୍ଷରୁ କେବଳ ୧୦ କିଲୋ ଚାଉଳ ମିଳୁଛି। ଯାହାକି ପରିବାରକୁ ନିଅଣ୍ଟ ହେଉଛି। କେବଳ ସ୍ୱାମୀ- ସ୍ତ୍ରୀଙ୍କ ନାମରେ ଚାଉଳ ମିଳୁଥିବା ବେଳେ ପିଲାମାନଙ୍କ ନାମରେ ଚାଉଳ ଦିଆଯାଉନାହିଁ। ପିଲାମାନଙ୍କ ନାମରେ ଚାଉଳ ଦେବା ପାଇଁ ଅନେକ ଥର ପଞ୍ଚାୟତ କାର୍ଯ୍ୟାଳୟରେ ଆବେଦନ କରିଥିଲେ ସୁଦ୍ଧା ଆଜି ଯାଏ ଚାଉଳ ମିଳି ପାରିନାହିଁ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ସେମାନେ ଘର ଖଣ୍ଡିଏ କରିବା ପାଇଁ ସକ୍ଷମ ହୋଇନପାରି ଘରଟିଏ ପାଇବା ପାଇଁ ଆବେଦନ କରିଛନ୍ତି। ତେବେ ଯଥା ଶିଘ୍ର ପିଲାମାନଙ୍କ ନାମରେ ଚାଉଳ ପ୍ରଦାନ ସହ ଘର ଖଣ୍ଡିଏ ଯୋଗାଇ ଦେବା ପାଇଁ ପରିବାରବର୍ଗ ଦାବି କରିଛନ୍ତି।

- Advertisement -

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories