www.samajalive.in
Monday, December 8, 2025
24.1 C
Bhubaneswar

କ୍ଷମତା ପାଇଁ ୪୦ ଯବାନଙ୍କ ଜୀବନକୁ ବାଜି ଲଗାଇ ପାରନ୍ତି ସରକାର: ଉଦିତ୍‌ ରାଜ

ମୁମ୍ବଇ: ପୁଲୱାମା ଆକ୍ରମଣର ପ୍ରଥମ ବର୍ଷ ପୂର୍ତ୍ତି ହେବା ପରେ କଂଗ୍ରେସ ନେତାମାନେ ମୋଦୀ ସରକାରକୁ ବାରମ୍ବାର କଟୁ ସମାଲୋଚନା କରିବାରେ ଲାଗିପଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ଉଦିତ୍‌ ରାଜ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଉଦିତ୍‌ ଟ୍ବିଟ୍‌ କରି କହିଛନ୍ତି, ଯେଉଁ ଲୋକ କ୍ଷମତା ହାସଲ କରିବା ଲାଗି ଗୁଜରାଟରେ ନରସଂହାର କରାଇ ପାରନ୍ତି, ସେମାନେ କ୍ଷମତାରେ ରହିବା ପାଇଁ ୪୦ ଯବାନଙ୍କ ଜୀବନକୁ ବାଜି ବି ଲଗାଇ ପାରନ୍ତି। ଏମାନଙ୍କ ପାଇଁ ଦେଶଭକ୍ତି ଏବଂ ରାଷ୍ଟ୍ରବାଦ ଲୋକମାନଙ୍କୁ ବିପଥଗାମୀ କରିବାର ଏକ ହତିଆର।

ଏହା ପରେ ସେ ପୁଣି ଏକ ଟ୍ବିଟ୍‌ କରି କହିଥିଲେ, ଦେଶ ଶହୀଦମାନଙ୍କୁ ନେଇ ସମ୍ବେଦନଶୀଳ ରହିଛି। ଏଥିପାଇଁ ଶହୀଦମାନଙ୍କ ଲାଗି ଗଠିତ ପାଣ୍ଠିରେ ପୁଲୱାମା ଆକ୍ରମଣ ପରେ ୧୨ ଗୁଣା ବୃଦ୍ଧି ଦେଖିବାକୁ ମିଳିଛି। ଯଦି ଏତେ ଅର୍ଥ ରହିଛି, ତେବେ ଶହୀଦଙ୍କ ପରିବାର କ’ଣ ପାଇଁ କେଉଁଠି ଭିକ୍ଷା ବୃତ୍ତି ତ ଆଉ କେଉଁଠି ପରିବା ବିକ୍ରି କରୁଛନ୍ତି। ସରକାର ପୁଲୱାମା ନାମରେ ନୋଟ୍‌/ଭୋଟ ତିଆରି କଲା, କିନ୍ତୁ ଶହୀଦଙ୍କ ପରିବାରକୁ ଭୁଲିଗଲା।

- Advertisement -

ଉଦିତ୍‌ ରାଜଙ୍କ ପୂର୍ବରୁ ଗତ ଶୁକ୍ରବାର ରାହୁଲ ଗାନ୍ଧୀ ପୁଲୱାମା ଆକ୍ରମଣକୁ ନେଇ ୩ଟି ପ୍ରଶ୍ନ ପଚାରିଥିଲେ। ରାହୁଲ ଟ୍ବିଟ୍‌ କରି ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ସିଆରପିଏଫଙ୍କ ୪୦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏହା ପରେ ସେ ୩ଟି ପ୍ରଶ୍ନ କରିଥିଲେ। ତାହା ହେଉଛି, ଆକ୍ରମଣ ଯୋଗୁ କାହାକୁ ଫାଇଦା ହେଲା ? ଆକ୍ରମଣର ତଦନ୍ତରୁ କ’ଣ ନିଷ୍କର୍ଶ ବାହାରିଲା ଏବଂ ସରକାରରେ କିଏ ଏଥିପାଇଁ ଉତ୍ତରଦାୟୀ ରହିଲେ ?

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories