www.samajalive.in
Thursday, December 11, 2025
13.1 C
Bhubaneswar

ସୁପ୍ରିମକୋର୍ଟରେ ନିର୍ଭୟା ମାମଲା : ବିନୟ ଆବେଦନର ରାୟ ଆଜି

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ବିନୟ ଶର୍ମା ରାଜକ୍ଷମା ଆବେଦନ ଅଗ୍ରାହ୍ୟକୁ ଚାଲେଞ୍ଜ କରି ଦାୟର କରିଥିବା ପିଟିସନ ଉପରେ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି କରି ରାୟ ସଂରକ୍ଷଣ ରଖିଛନ୍ତି। ଶୁକ୍ରବାର ଏହି ରାୟ ପ୍ରକାଶ ପାଇବ। ବିନୟ ତାର ଆବେଦନରେ ମୃତ୍ୟୁଦଣ୍ଡକୁ କୋହଳ କରି ଆଜୀବନ କାରାଦଣ୍ଡ କରିବା ଲାଗି ମଧ୍ୟ ଉଲ୍ଲେଖ କରିଛି। ଜେଲ୍‌ରେ ନିର୍ଯାତନା କାରଣରୁ ସେ ମାନସିକ ଭାବେ ଭାରସାମ୍ୟ ହରାଇ ବସିଥିବା ବିନୟ ଦର୍ଶାଇଛି। ବିନୟ ପକ୍ଷରୁ ଓକିଲ ଏପି ସିଂହ ବିଚାରପତି ଆର ବାନୁମତୀ, ଅଶୋକ ଭୂଷଣ, ଏଏସ୍ ବୋପାନ୍ନାଙ୍କ ପୀଠରେ ଯୁକ୍ତି ଉପସ୍ଥାପନ କରିଥିଲେ। ସେହିପରି କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ରାୟ ସଂରକ୍ଷଣ ରଖିଛନ୍ତି। ଶୁକ୍ରବାର ଅପରାହ୍ଣ ୨ଟାରେ ଏହି ରାୟ ପ୍ରକାଶ ପାଇବ।
ଅନ୍ୟପଟେ ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇସାରିଥିବା ଦୋଷୀଙ୍କୁ ଅଲଗା ଫାଶୀ ଦେବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣିକୁ ସୁପ୍ରିମକୋର୍ଟ ଶୁକ୍ରବାର ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ସରକାରଙ୍କ ଏହି ଆବେଦନ ଏ ସମ୍ପର୍କରେ ଦୋଷୀମାନଙ୍କୁ ସେମାନଙ୍କ ଜବାବ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି। ସେହିପରି ଦୋଷୀ ପୱନ ଗୁପ୍ତା ପାଇଁ ପ୍ରତିନିଧିତ୍ବ କରିବା ଲାଗି ସୁପ୍ରିମକୋର୍ଟ ବରିଷ୍ଠ ଓକିଲ ଅଞ୍ଜନା ପ୍ରକାଶଙ୍କୁ କୋର୍ଟ ମିତ୍ର ଭାବେ ନିଯୁକ୍ତ ଦେଇଛନ୍ତି। ପୱନ ପାଇଁ ଅଦାଲତରେ ପ୍ରତିନିଧିତ୍ବ କରିବା ଲାଗି ଓକିଲ ନଥିବା କାରଣରୁ ଏପରି କୋର୍ଟମିତ୍ରଙ୍କୁ ନିଯୁକ୍ତି ଦିଆଯାଇଛି। ଗୁରୁବାର ବିଚାର ବିଭାଗୀୟ ଅଦାଲତ ତାଙ୍କ ରାୟରେ ପୱନକୁ ଆବଶ୍ୟକ ଆଇନଗତ ସହାୟତା ଯୋଗାଇ ଦେବା ଲାଗି ଦିଲ୍ଲୀ ସରକାରଙ୍କୁ ନିର୍ଦେଶ ଦେଇଥିଲେ। ପୱନ ଏକମାତ୍ର ଦୋଷୀ ଯିଏ କି ମୃତ୍ୟୁଦଣ୍ଡ ବିରୋଧରେ ପୁନର୍ବିଚାର ଆବେଦନ ଓ ରାଜକ୍ଷମା ଆବେଦନ କରି ନାହିଁ। ଅନ୍ୟଥା ଅନ୍ୟ ସମସ୍ତ ଦୋଷୀଙ୍କର ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇସାରିଛି।
ସେହିପରି ଦୋଷୀଙ୍କ ବିରୋଧରେ ପୁନର୍ବାର ମୃତ୍ୟୁ ପରୱାନା ଜାରି କରିବା ଲାଗି ପୀଡିତା ନିର୍ଭୟାର ପିତାମାତା ଅତିରିକ୍ତ ସେସନ୍ସ ଜଜ୍‌ କୋର୍ଟରେ କରିଥିବା ଆବେଦନର ଶୁଣାଣି ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରହିଛି। ବିଚାରପତି ଧର୍ମେନ୍ଦ୍ର ରାଣା କହିଛନ୍ତି ଯେ ସମ୍ବିଧାନର ଧାରା ୨୧ ଆଧାରରେ ଜଣେ ଦୋଷୀ ନିଜକୁ ମୃତ୍ୟୁଦଣ୍ଡ ପୂର୍ବରୁ ସମସ୍ତ ପ୍ରକାର ନ୍ୟାୟିକ ସୁବିଧା ସୁଯୋଗ ଦିଆଯିବା ଦରକାର। ଦୋଷୀ ପୱନକୁ ନାମକୁ ମାତ୍ର ନ୍ୟାୟିକ ସୁବିଧା ଦିଆଯିବା ଠିକ୍ ନୁହେଁ। ତାକୁ ଉପଯୁକ୍ତ ନ୍ୟାୟିକ ସୁବିଧା ଦିଆଯିବା ଦରକାର। ଦିଲ୍ଲୀ ରାଜ୍ୟ ନ୍ୟାୟିକ ସେବା କର୍ତ୍ତୃପକ୍ଷ (ଡିଏଲଏସଏସ) ପକ୍ଷରୁ ଦିଆଯାଇଥିବା ନ୍ୟାୟିକ ସୁବିଧା ନେବାକୁ ପୱନ ମନା କରିବା ପରେ ବିଚାରପତି ଏପରି ମତ ଦେଇଛନ୍ତି।
ନିର୍ଭୟା ମାମଲାର ଦୋଷୀଙ୍କ ପରିବାର ଲୋକ ଗୁରୁବାର ପତିଆଲା ହାଉସ ସେସନ୍ସ ଜଜ୍‌ କୋର୍ଟ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ଦାବି କରିଛନ୍ତି ଯେ ଜଣଙ୍କ ମୃତ୍ୟୁ ପାଇଁ ୫ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରିବ ନାହିଁ। ଦୋଷୀ ମୁକେଶର ମା କହିଛନ୍ତି ଯେ ‘ମୋ ପୁଅ ନିର୍ଦୋଷ। ତାକୁ ଗୋଟିଏ ସୁଯୋଗ ଦିଆଯାଉ।’ ଏହି ମାମଲାର ମୁଖ୍ୟ ଦୋଷୀ ତଥା ମୁକେଶର ଭାଇ ରାମ ସିଂହ ଜେଲ୍‌ରେ ଆତ୍ମହତ୍ୟା କରିସାରିଛି। ସେହିପରି ପୱନ ଗୁପ୍ତାର ଭଉଣୀ ଓ ବିନୟ ଶର୍ମାର ମା କୋର୍ଟ ବାହାରେ ବିକ୍ଷୋଭ ପ୍ରଦର୍ଶନ ପୂର୍ବକ ପ୍ଲାକାର୍ଡ ପ୍ରଦର୍ଶନ କରିଥିଲେ। ପୱନର ଭଉଣୀ କହିଥିଲେ ଯେ ତାର ଭାଇ ନିରୀହ। ତାକୁ ମୃତ୍ୟୁଦଣ୍ଡ ଦିଆଯିବା ଅନୁଚିତ। ବିନୟର ମା ମଧ୍ୟ କହିଥିଲେ ଯେ ଜଣଙ୍କ ପାଇଁ ୫ଜଣଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରିବ ନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories