www.samajalive.in
Monday, December 8, 2025
24.1 C
Bhubaneswar

ଜବରଦସ୍ତ ବ୍ୟାଟେରି ବ୍ୟାକଅପ୍ ସହ ବଜାରକୁ ଆସିଲା “ରେଡମି ୮-ଏ ଡୁଆଲ”

ନୂଆଦିଲ୍ଲୀ : ଚୀନର ସ୍ମାର୍ଟଫୋନ କମ୍ପାନୀ ଜିଓମି ରିଅଲମି ସି-୩କୁ ଟକ୍କର ଦେବାପାଇଁ ତାର ନୂଆ ଫୋନ ରେଡମି ୮ଏ ଡୁଆଲର ବଜାର ପ୍ରବେଶ କରିଛି। ଏହି ଫୋନରେ ୫ହଜାର ଏମ୍ଏଚର ବ୍ୟାଟେରି ଦିଆଯାଇଛି। ଏହାସହିତ ଏଥିରେ ଏଚଡି ଡିସପ୍ଲେ ଏବଂ ଦମଦାର ପ୍ରୋସେସର ସପୋର୍ଟ ଦିଆଯାଇଛି। ଏହାବ୍ୟତୀତ କମ୍ପାନୀ ପକ୍ଷରୁ ୧୦ହଜାର ଏବଂ ୨୦ହଜାର ଏମଏଚ୍ ବ୍ୟାଟେରି ଥିବା ପାୱାର ବ୍ୟାଙ୍କର ବଜାର ପ୍ରବେଶ କରାଯାଇଛି।
ଏହାର ୨ଜିବି ରାମ ଓ ୩୨ଜିବି ଷ୍ଟୋରେଜର ମୂଲ୍ୟ ୬ହଜାର ୪୯୯ଟଙ୍କା ରଖାଯାଇଥିବା ବେଳେ ୩ଜିବି ରାମ ଏବଂ ୩୨ଜିବି ଷ୍ଟୋରେଜ ଫୋନର ମୂଲ୍ୟ ୬ହଜାର ୯୯୯ଟଙ୍କା ରଖାଯାଇଛି। ଫେବୃଆରୀ ୧୮ରୁ ଏହାର ବିକ୍ରି ଆରମ୍ଭ ହେବ।
ରେଡମି ୮-ଏ ଡୁଆଲରେ ୬.୨୨ଇଞ୍ଚର ଏଚଡି ପ୍ଲସ ଡିସପ୍ଲେ ଦିଆଯାଇଛି। ଯାହାର ରିଜୋଲ୍ୟୁସନ ୧୫୨୦/୭୨୦ପିକ୍ସଲ ରହିଛି। ସ୍କ୍ରିନରେ ସୁରକ୍ଷା ପାଇଁ କନିଂ ଗରିଲା ଗ୍ଲାସ ୫ର ସୁରକ୍ଷା ଦିଆଯାଇଛି। ଏହାସହିତ ଏଥିରେ କ୍ବାଲାକମ ସ୍ନାପଡ଼୍ରାଗନ ୪୩୯ଏସଓସି ରହିଛି।
ଫୋନରେ ଡୁଆଲ ରିଅର କ୍ୟାମେରା ସେଟଅପ ଦିଆଯାଇଛି। ଯେଉଁଥିରେ ୧୩ମେଗାପିକ୍ସେଲ ଓ ୨ମେଗାପିକ୍ସେଲର ସେନସର ରହିଛି। ସେହିଭଳି ଏଥିରେ ୮ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି।
ସଂଯୋଗ ପାଇଁ ଫୋନରେ ୱାଇଫାଇ, ଜିପିଏସ୍, ବ୍ଲୁଟୁଥ ଏବଂ ୟୁଏସବି ପୋର୍ଟ ଟାଇପ ସି ଭଳି ଫିଚର୍ସ ମିଳିବ। ଏହାବ୍ୟତୀତ ୧୮ୱାଟ ଫାଷ୍ଟ ଚାର୍ଜିଙ୍ଗକୁ ସପୋର୍ଟ କଲା ଭଳି ୫ହଜାର ଏମଏଚର ବ୍ୟାଟେରି ମିଳିବ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories