www.samajalive.in
Wednesday, December 10, 2025
18.1 C
Bhubaneswar

ଠିକାଦାରଙ୍କ ମନମୁଖୀ କାର୍ଯ୍ୟ : ଜରାଜିର୍ଣ୍ଣ ଅବସ୍ଥାରେ ଅଙ୍ଗନବାଡି କେନ୍ଦ୍ର

ମୋହନା : କେନ୍ଦ୍ର ତଥା ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଉଜ୍ଜଳ କରିବା ନିମନ୍ତେ କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ବେଳେ ମୋହନା ବ୍ଳକ ଠାରୁ ମାତ୍ର ୯ କି.ମି ଦୂର ଚାନ୍ଦିପୁଟ ଗ୍ରାମ ୯ ୱାର୍ଡରେ ପିଲାଙ୍କୁ ଶିକ୍ଷାଦେବା ଓ ଭବିଷ୍ୟତକୁ ଉଜ୍ଜଳ ରଖିବା ପାଇଁ ଅଙ୍ଗନବାଡି ଗୃହ ନିର୍ମାଣ କରାଯାଇଛି। କିନ୍ତୁ ହରିଜନ ସାହିରେ ଥିବା ଅଙ୍ଗନବାଡି କେନ୍ଦ୍ରର ଚିତ୍ରକୁ ଦେଖିଲେ ଜଣାପଡୁଛି ଏଠି ପ୍ରଶାସନର ଅବହେଳା ତଥା ଅପାରଗତା ଯୋଗୁଁ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ କୋମଳମତି ଶିଶୁ ବଳି ପଡୁଥିବା ଦେଖିବାକୁ ମିଳୁଛି।

- Advertisement -

ସୂଚନା ଅନୁଯାୟୀ, ଗତ ୨୦୧୫ ରେ ଅଙ୍ଗନବାଡି ଗୃହ ନିମନ୍ତେ ୫ ଲକ୍ଷ ଟଙ୍କା ପ୍ରଶାସନ ପକ୍ଷରୁ ବ୍ୟୟ କରାଯାଇ ନିର୍ମାଣ କରାଯାଇଥିଲା। ଏହି ଗୃହର ଉଦଘାଟନ କରିଥିଲେ ପୁର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ଏବଂ ଅତିଥି ରୂପେ ଯୋଗଦାନ ଦେଇଥିଲେ ପୂର୍ବତନ ମୋହନା ବିଧାୟିକା ବାସନ୍ତି ମଲ୍ଲିକ, ବ୍ଳକ ଅଧ୍ୟକ୍ଷା କୁମାରୀ ମଲ୍ଲିକ, ବିଡିଓ ଆକୁଳ ମଲ୍ଲିକ, ଚନ୍ଦ୍ରଗିରି ଜିଲ୍ଲାପରିଷଦ ସଭ୍ୟ ଉମାକାନ୍ତ ବେହେରା, ବିପ୍ରବଳିଆର ସିଂ, କନକଲତା ପାଲଙ୍କ ଉପସ୍ଥିତିରେ ୧୩.୦୧.୨୦୧୫ରେ ଉଦଘାଟନ କରାଯାଇଥିଲା। କିନ୍ତୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏହି ଗୃହ କାର୍ଯ୍ୟକାରୀ ନହୋଇ ଗାଇ ଗୁହାଳ ଭାବେ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ନିର୍ମାଣ ହୋଇଥିବା ଗୃହଟିର କାମ ନିମ୍ନ ମାନର ହୋଇଥିବା ଯୋଗୁଁ ଛାତ ଓ କାନ୍ଥରେ ଫାଟ ଦେବା ସହ କବାଟ ଗୁଡିକରେ କଳଙ୍କ ଲାଗି ଖରାପ ହେବାକୁ ବସିଲାଣି। ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ପାଇଁ ଅଙ୍ଗନବାଡି ଗୃହଟି କାର୍ଯ୍ୟକ୍ଷମ ନହୋଇ ଅପରିତ୍ୟକ୍ତ ଅବସ୍ଥାରେ ପଡିରହିଛି ବୋଲି ସ୍ଥାନୀୟଲୋକେ ଅଭିଯୋଗ କରିଛନ୍ତି।

ସେହିପରି ହରିଜନସାହିରେ ରହିଥିବା ଅଙ୍ଗନବାଡି କେନ୍ଦ୍ର ୧ର ଅବସ୍ଥା କହିଲେ ନସରେ। ଗୃହ ନିର୍ମାଣ ହେବାର ୧୨ ବର୍ଷ ବିତିଯାଇଥିଲେ ମଧ୍ୟ ବିନା ଫଳକରେ ଟଙ୍କା ହେରଫେର କରାଯାଇ ଯନ୍ତ୍ରୀଙ୍କୁ ହାତବାରିଷ କରି ଗୃହଟି ନିର୍ମାଣ କରାଯାଇଥିଲା। କିନ୍ତୁ ନିର୍ମାଣ ହେବାର ୧ ବର୍ଷ ନପୁରୁଣୁ କାନ୍ଥ ଓ ଛାତରେ ଫାଟ ଦେବା ସହ କେତେବେଳେ ଯେ ଘରଟି ଭୁଷୁଡି ପଡି ଧନଜୀବନ ନଷ୍ଟ କହିହେବ ନାହିଁ ବୋଲି ଗ୍ରାମାବସୀ ଅଭିଯୋଗ କରିଛନ୍ତି। ଏହି ଖବର ବ୍ଲକ ପ୍ରଶାସନ ପକ୍ଷରେ ଗ୍ରାମବାସୀ ଅଭିଯୋଗ କରିବା ପରେ ପ୍ରଶାସନ ତାକୁ ଉକ୍ତ ଗୃହଟିକୁ କାର୍ଯ୍ୟକ୍ଷମ ନକରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି। ଏ ସମ୍ପର୍କରେ ମୋହନା ବ୍ଳକର ସହକାରି ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟଙ୍କୁ ପଚାରିବାରୁ ଅଙ୍ଗନବାଡି ଘରର ଆର୍ଥିକ ବିବରଣୀ ଅନୁସାରେ ୫ ଲକ୍ଷ ଟଙ୍କା ଠିକାଦାରଙ୍କୁ ଦିଆଯାଇଛି କିନ୍ତୁ ସେ ଘରର ଚାବି ହସ୍ତାନ୍ତର କରି ନ ଥିବା ଯୋଗୁଁ ତାଙ୍କ ପ୍ରତି ପ୍ରଶାସନ ପକ୍ଷରୁ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ସେହିପରି ବ୍ଲକର ବିଭିନ୍ନ କର୍ମଚାରୀଙ୍କୁ ଏହି ଅଙ୍ଗନବାଡି ଗୃହ ସମ୍ପର୍କରେ ପଚାରିବାରୁ ସମସ୍ତେ ଉକ୍ତ କାର୍ଯ୍ୟର କାଗଜ ପତ୍ର ନଥିବା ଦର୍ଶାଇଥିଲେ। ଅନ୍ୟପଟେ ଚାନ୍ଦିପୁଟ ଗ୍ରାମର ନାଏବ ସରପଞ୍ଚ ରୁବି ମାଳି କହିଛନ୍ତି ଉକ୍ତ ଅଙ୍ଗନବାଡି କେନ୍ଦ୍ରରେ ବ୍ୟାପକ ଟଙ୍କା ହେରଫେର ହେବା ସହିତ ଭିଜିଲାନ୍ସ ତଦନ୍ତ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଛନ୍ତି।

ଏ ବିଷୟରେ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟ, ଗ୍ରାମ ସଭା ଓ ପଲ୍ଲୀସଭାରେ ଅଭିଯୋଗ କରିବା ସତ୍ୱେ ମଧ୍ୟ ଠିକାଦାର ଚାବି ହସ୍ତାନ୍ତର କରୁନାହାନ୍ତି। କିନ୍ତୁ ବର୍ତମାନ ଉକ୍ତ କୋଠାର ଚାବି ହସ୍ତାନ୍ତର କରାଗଲେ ମଧ୍ୟ ଆମ ହରିଜନ ସାହିର କୋମଳମତି ଶିଶୁମାନଙ୍କୁ ସେଠାକୁ ପଢିବା ନିମନ୍ତେ ଛାଡିବୁ ନାହିଁ କାରଣ ସେହିକୋଠା ପ୍ରତି ବିପଦ ରହିଛି। ଏହି ୨ଟି ଅଙ୍ଗନବାଡି କେନ୍ଦ୍ରରେ ୩୦ରୁ ଊର୍ଦ୍ଧ୍ବ ପିଲା ପାଠ ପଢୁଛନ୍ତି। ଅଙ୍ଗନବାଡି ଗୃହ ନଥିବା ଯୋଗୁଁ ଅଙ୍ଗନାବଡି ଦିଦିଙ୍କ ଘରବାରଣ୍ଡାରେ ପାଠ ପଢୁଥିବା ଦେଖିବାକୁ ମିଳିଛି। ପ୍ରକାଶ ଥାଉକି ଦିନକୁ ଦିନ ଅଙ୍ଗନବାଡି ଗୃହ ଗୁଡିକ ନିମ୍ନ ମାନର କାମ ହେଉଥିବା ବେଳେ ପିଲାଙ୍କ ପାଇଁ ପାନୀୟ ଜଳର ସୁବିଧା ନିମନ୍ତେ ଖୋଳାଯାଉଥିବା ବୋରୱେଲରେ ମଧ୍ୟ ଘୋଟାଲା ହୋଇଥିବା ଅଭିଯୋଗ ହେଉଛି। କିନ୍ତୁ ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳୁଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories