www.samajalive.in
Thursday, December 11, 2025
18.1 C
Bhubaneswar

ପୂର୍ବତନ କାଉନସିଲର ବୁଲୁ ମହାନ୍ତିଙ୍କୁ ବୋମାମଡ଼ ଘଟଣା : ୪ଗିରଫ

ରାଉରକେଲା: ପୂର୍ବତନ କାଉନସିଲର ବୁଲୁମହାନ୍ତିଙ୍କୁ ଗତ ୬ତାରିଖରେ ହୋଇଥିବା ବୋମାମାଡ଼ ଘଟଣାରେ ବୁଧବାର ୪ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି। ବିଶ୍ରା ଓ ମାଲଗୋଦମ ପାଖରୁ ରାଉରକେଲା ପୁଲିସ ସେମାନଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ୪ ଅଭିଯୁକ୍ତ ହେଲେ। ମୁସ୍ତାକ ଆଲାମ୍, ଲାଲୁ ଓରଫ ଅବୁଜାର ଘଫାରି, ଆମିନ ରାଜା, ଆକବର ଅଲ୍ଲୀ (ରାଜା)। ଅଭିଯୁକ୍ତମାନେ ନିଜ କାମରେ ସନ୍ତୁଷ୍ଟ ନ ହୋଇ ଅଧିକ ଟଙ୍କା କମାଇବା ଲକ୍ଷ୍ୟରେ ବୋମାମାଡ କରିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଅନ୍‌ମୋଲ ସିଂହଙ୍କ ଗାଡ଼ି ଉପରକୁ ଗୁଳିମାଡ଼ ଘଟଣାରେ ମୁସ୍ତାକ ଜେଲ୍‌ରୁ ବାହାରିବା ପରେ ୱେସ୍କୋର କଲେକ୍ସନ୍ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲା । ବୁଲୁ ମହାନ୍ତିଙ୍କର ରାଉରକେଲା ଓ ମାଲଗୋଦାମ ରେଲୱେ ସାଇଡିଂ ଲୋଡିଂ ପଏଣ୍ଟରେ ଭଲ ଦବଦବା ରହିଥିଲା। ଯଦି ସେ ତାଙ୍କୁ ମାରିଦିଏ ତା’ହେଲେ ଲୋଡିଂ ସାଇଟ୍‌କୁ ନିଜ ନିୟନ୍ତ୍ରଣକୁ ନେଇ ପାରିବ ଓ ସହଜରେ ବହୁତ ଟଙ୍କା ରୋଜଗାର କରିପାରିବ ଭାବିଥିଲା । ଅଧିକ ଟଙ୍କା କମାଇବା ନିଶା ଓ ମାଲଗୋଦାମ ଅଞ୍ଚଳରେ ଦବାଦବା ପାଇଁ ଗତ ୬ତାରିଖରେ ବୋମାମାଡ଼ କରିଥିଲା। ପୁଲିସ ଖବର ପାଇ ଏହି ଘଟଣାରେ ସମ୍ପୃକ୍ତ ୪ଜଣ ଅଭିଯୁକ୍ତକୁ ଆଜି ବିଶ୍ରା ଓ ମଲଗୋଦାମ ପଖରୁ ଗିରଫକରିଛି।  ସେମାନଙ୍କ ନାଁରେ ବିଭନ୍ନ ଥାନାରେ ବହୁ ଅପରାଧିକ ମାମଲା ରହିଛି। ଏହାସହ ଅଭିଯୁକ୍ତଙ୍କ ଘରୁ ବୋମା ତିଆରି ସାମଗ୍ରୀ ଓ ବିସ୍ପୋରକ ସାମଗ୍ରୀ ପୁଲିସ ଜବତ କରିଥିବା ଜଣାପଡ଼ିଛି।

- Advertisement -

 

 

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories