www.samajalive.in
Monday, December 8, 2025
24.1 C
Bhubaneswar

ମୁଣ୍ଡ କଟିଲା ପରେ ୧୮ ମାସ ଜୀବିତ ରହି ଖେଳ ପ୍ରଦର୍ଶନ କରିଥିଲା କୁକୁଡା  

ସମାଜ ପୋର୍ଟାଲ ଡେସ୍କ (ବୈଜୟନ୍ତୀ ନାୟକ) : କୌଣସି ଜୀବର ମୁଣ୍ଡ କଟିଲା ପରେ ସେ କେତେ ସମୟ ଜୀବିତ ରହିବ? ଉତ୍ତର ଆସିବ ଅଳ୍ପ କିଛି ସମୟ। କିନ୍ତୁ ଏକ କୁକୁଡାର ମୁଣ୍ଡ କଟିଯିବା ପରେ ଗୋଟିଏ ବା ଦୁଇ ଦିନ ନୁହେଁ ବରଂ ୧୮ ମାସ ଜୀବିତ ରହିଥିଲା। ଏହା ଚତ୍ମକାର ନୁହେଁ ତ ଆଉ କ’ଣ ?

ଏହା ଆଜିକାଲିର ଘଟଣା ନୁହେଁ, ୧୯୪୦ ମସିହାର ଘଟଣା। ଆମେରିକାର କୋଲରାଡୋ ରାଜ୍ୟରେ ଏହି ଘଟଣା ଘଟିଥିଲା। ଲୟଡ ନାମକ ଜଣେ କୃଷକକୁ ଭୋକ ଲାଗିଲା। ଖାଦ୍ୟ ଯୋଗାଡ ପାଇଁ ସେ ଖେତକୁ ଗଲା। ସେଠା​‌ରେ ଏକ କୁକୁଡା ବୁଲୁଥିବା ସେ ଦେଖିବାକୁ ପାଇଲା। ସେ ନିଜ କୁରାଢିରେ ସେହି କୁକୁଡାକୁ ହାଣି ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲା। କିନ୍ତୁ କିଛି ଲାଭ ହେଲା ନାହିଁ। କୁକୁଡାର ମୁଣ୍ଡ କଟି ଯିବା ପରେ ମଧ୍ୟ ସେ ବୁଲୁଥିଲା। ଘଣ୍ଟାଏ ବା ଦୁଇ ଘଣ୍ଟା ନୁହେଁ, ଦିନ ସାରା କୁକୁଡାଟି ବୁଲୁଥିଲା। ପରେ ରାତି ହୋଇଗଲା। ଲୟଡ ମଧ୍ୟ ସେଠାରୁ ପଳାଇଗଲା।

- Advertisement -
punjabkesari

ପର ଦିନ ସକାଳେ ଆସି ଦେଖିଲା ବେଳକୁ ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ସେ ପର୍ଯ୍ୟନ୍ତ କୁକୁଡା ଜୀବିତ ଥିଲା ଏବଂ ନିଜର କଟା ମୁଣ୍ଡ ପାଖରେ ଶୋଇଥିଲା। ଲୟଡ ପାଇଁ ଏହି ଦୃଶ୍ୟ କୌଣସି ଚତ୍ମକାରଠାରୁ କମ୍ ନ ଥିଲା। କୃଷକ ସେହି କୁକୁଡାର ନାମ ରଖିଲା ‘ମାଇକ’। ଏହା ପରେ କୁକୁଡାର ଦେଖାଶୁଣା କଲା। ଡ୍ରପର ସାହାଯ୍ୟରେ ସେ କୁକୁଡାର ଖାଦ୍ୟନଳୀରେ ସିଧାସଳଖ ଦାନା ଏବଂ ପାଣି ଦେବା ଆରମ୍ଭ କଲା, ଯାହା ଦ୍ବାରା କୁକୁଡାଟି ଅନେକ ଦିନ ଧରି ଜୀବିତ ରହିଲା।

ଏହି ଖବର ପୁରା ସହରରେ ପ୍ରଚାର ହୋଇଯାଇଥିଲା। ଏହାକୁ ନେଇ କିଛି ଲୋକ କୃଷକ ଲୟଡ ସହ ସର୍ତ୍ତ ମଧ୍ୟ ଲଗାଇଥିଲେ। କିନ୍ତୁ ମୁଣ୍ଡ ବିହୀନ କୁକୁଡା ମାଇକକୁ ଦେଖିଲା ପରେ ସମସ୍ତେ ସର୍ତ୍ତ ହାରି ଯାଇଥିଲେ। ଧୀରେ ଧୀରେ ଏହି କୁକୁଡା ସହରରେ ଚର୍ଚ୍ଚାର ବିଷୟ ପାଲଟିଲା। ସ୍ଥାନୀୟ ଖବରକାଗଜ କୃଷକ ଲୟଡର ସାକ୍ଷାତକାର ନେବା ଆରମ୍ଭ କଲେ।

punjabkesari

ରାସ୍ତା କଡରେ ଖେଳ ପ୍ରଦର୍ଶନ କରୁଥିବା ଜଣେ ବ୍ୟକ୍ତି ନିଜେ ମାଇକକୁ ଭେଟିବା ସହ ତା ନାମ ‘ମିରାକଲ ମାଇକ’ ରଖିଲା। ଏହା ସହ ମାଇକକୁ ତାଙ୍କ ଖେଳରେ ସାମିଲ କରିବା ପାଇଁ ନିମନ୍ତ୍ରଣ କରିଥିଲା। କୃଷକ ଲୟଡ ଖେଳ ପ୍ରଦର୍ଶନ ପାଇଁ ମାଇକକୁ ନେଇ ଯାଉଥିଲା। ଏହିପରି ଭାବରେ ଲୟଡକୁ ରୋଜଗାରର ଏକ ପନ୍ଥା ମଧ୍ୟ ମିଳିଗଲା। କମ୍ ସମୟ ମଧ୍ୟରେ ସେ ବେଶ୍ କିଛି ଟଙ୍କା ରୋଜଗାର ମଧ୍ୟ କଲା।

ଖେଳ ପ୍ରଦର୍ଶନରେ ସାମିଲ କରିବା ପୂର୍ବରୁ ଲୟଡ କୁକୁଡା ମାଇକକୁ ସଲ୍ଟ ଲ୍ୟାକ୍ ସିଟି ସ୍ଥିତ ଉଟାହ ବିଶ୍ବବିଦ୍ୟାଳୟକୁ ନେଇ ଯାଇଥିଲା। ସେଠାରେ ବୈଜ୍ଞାନିକମାନେ ମୁଣ୍ଡ ବିହୀନ କୁକୁଡା ମାଇକକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ତାକୁ ପରୀକ୍ଷା କରିଥିଲେ। ପରୀକ୍ଷାରୁ ଜଣାପଡିଥିଲା ଯେ, ମୁଣ୍ଡରୁ ହୃଦୟ ସହ ଯୋଡି ହୋଇ ରହିଥିବା ଶିରା କୁରାଢି ଚୋଟରେ କଟି ନ ଥିଲା। ଯାହା ଦ୍ବାରା ବେଶି ରକ୍ତ ବୋହି ନଥିଲା ଏବଂ କୁକୁଡା ଜୀବିତ ରହିଥିଲା।

ମାଇକକୁ ଦେଖି ଅନ୍ୟ କୃଷକମାନେ ମଧ୍ୟ ଏଭଳି କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ସଫଳ ହୋଇ ନ ଥିଲେ। କିଛି କୃଷକ ମଧ୍ୟ କୁକୁଡାର ମୁଣ୍ଡରୁ ଗଣ୍ଡି ଅଲଗା କରିବା ଉପାୟ ମଧ୍ୟ ଲୟଡକୁ ପଚାରିଥିଲେ। କିନ୍ତୁ ଲୟଡ ନିଜେ ବିସ୍ମିତ ଥିଲେ, ସେ ଅନ୍ୟକୁ କ’ଣ ପରାମର୍ଶ ଦେବେ।

punjabkesari

ଏହିପରି ୧୮ ମାସ ଧରି ମାଇକର ଖେଳ ପ୍ରଦର୍ଶନୀ ଜାରି ରହିଲା। ଏକଦା ଲୟଡ କୁକୁଡା ମାଇକକୁ ଧରି ଏକ ସ୍ଥାନରେ ରହିଥିଲା। ରାତି ଅଧରେ ଲୟଡ ମାଇକ୍‌ଠାରୁ କିଛି ଶବ୍ଦ ଶୁଣିବାକୁ ପାଇଲା। ତତ୍‌କ୍ଷଣାତ୍ ସେ ମାଇକ ନିକଟକୁ ଦୌଡି ଯାଇଥିଲା। ମାଇକକୁ ପାଣି ଦେବା ପାଇଁ ଡ୍ରପର ଖୋଜିଥିଲେ, ହେଲେ ତାହା ପାଇଲେ ନାହିଁ। ଶେଷରେ ସେହି ଦିନ ମାଇକର ମୃତ୍ୟୁ ହୋଇଥିଲା। ଦୀର୍ଘ ୧୮ ମାସ ପରେ ମୁଣ୍ଡ ବିହୀନ କୁକଡା ମାଇକ ପ୍ରାଣ ହରାଇଥିଲା। ମାଇକର ସ୍ମୃତିରେ କୋଲରାଡୋର ଫ୍ରୁଟା ସହରରେ ମୁଣ୍ଡ ନ ଥିବା ଏକ ପ୍ରତିମା ନିର୍ମାଣ କରାଯାଇଥିଲା। ସେଠାରେ ପ୍ରତିବର୍ଷ ‘ଦ ହେଡଲେସ ଚିକେନ’ ଉତ୍ସବ ପାଳନ କରାଯାଏ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories