www.samajalive.in
Monday, December 8, 2025
13.1 C
Bhubaneswar

ଆଦିବାସୀ ବିକାଶ ସମିତି ସଭାପତିଙ୍କୁ ନିଲମ୍ବନ ଦାବିରେ ଛାତ୍ରଛାତ୍ରୀଙ୍କ ରାସ୍ତା ଅବରୋଧ

ବଲାଣି: କେନ୍ଦୁଝର ଜିଲା ବଡ଼ବିଲ ଥାନା ସେରେଣ୍ଡା ସ୍ଥିତ ଆଦିବାସୀ ବିକାଶ ସମିତି ସଭାନେତ୍ରୀ ଦମୟନ୍ତୀ ସାମଲଙ୍କ ବହିଷ୍କାର ଦାବିରେ ମଙ୍ଗଳବାର ଆଦିବାସୀ ବିକାଶ ସମିତି ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନେ ବଡ଼ବିଲ-ଭଦ୍ରସାହି ରାସ୍ତା ଅବରୋଧ କରିଥିଲେ। ଫଳରେ ରସ୍ତାର ଉଭୟ ପାର୍ଶ୍ବରେ ଦୀର୍ଘ ସମୟ ଧରି ଶହଶହ ଗାଡ଼ି ମଟର ଅଟକି ରହିଥିଲା।

ସଭାନେତ୍ରୀ ଦମୟନ୍ତୀ ସାମଲ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନିଜସ୍ୱ କାମ କରାଇବା ସହ ଆଶାଳୀନ ବ୍ୟବହାର କରୁଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସେମାନେ ପୂର୍ବରୁ ଜିଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ଫଳ ମିଳିଲା ନାହିଁ। ଓଲଟି ତାଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରି ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରିଥିଲେ। ଖବରପାଇ ବଡ଼ବିଲ ଏସଡିପିଓ, ବଡ଼ବିଲ ତହସିଲଦାର ପୁଲିସ ଫୋର୍ସ ସମେତ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲେ। ପରେ ଆଦିବାସୀ ବିକାଶ ସମିତି ମୁଖ୍ୟ ପୃଷ୍ଠପୋଷକ ବିଶିଷ୍ଟ ସମାଜସେବୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ତୁଳସୀ ମୁଣ୍ଡା ଦମୟନ୍ତୀ ସାମଲଙ୍କୁ ୭ ଦିନ ପାଇଁ ନିଲମ୍ବନ କରିଛନ୍ତି। ଏହା ସହିତ ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ପୁଲିସକୁ ନିବେଦନ କରିବାପରେ ରାସ୍ତାରୋକ ହଟିଥିଲା। ତେବେ ଦମୟନ୍ତୀ ସାମଲଙ୍କୁ ଆଦିବାସୀ ବିକାଶ ସଂସ୍ଥାରୁ ତୁରନ୍ତ ବାହାର କରା ନ ଗଲେ ଛାତ୍ରଛାତ୍ରୀମାନେ ହଷ୍ଟେଲକୁ ଆଉ ଯିବେନାହିଁ କହି ଏବେ ମଧ୍ୟ ବିଦ୍ୟାଳୟ ସମ୍ମୁଖ ରାସ୍ତାରେ ବସି ରହିଛନ୍ତି। ଏହି ଅବସରରେ ଛାତ୍ରଛାତ୍ରୀମାନେ ଦମୟନ୍ତୀ ସାମଲଙ୍କ କୁଶ ପୁତ୍ତଳିକା ମଧ୍ୟ ଦାହ କରିଥିଲେ।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories