www.samajalive.in
Wednesday, December 10, 2025
23.1 C
Bhubaneswar

ୱାର୍ଣ୍ଣରଙ୍କୁ ଆଲାନ୍‌ ବର୍ଡର ପଦକ

ମେଲବୋର୍ଣ୍ଣ : ଅଷ୍ଟ୍ରେଲିଆ କ୍ରିକେଟ୍‌ ଦଳର ବିସ୍ଫୋରକ ଓପନର୍‌ ଡେଭିଡ୍‌ ୱାର୍ଣ୍ଣରଙ୍କୁ ସୋମବାର ସମ୍ମାନଜନକ ଆଲାନ୍‌ ବର୍ଡର ପଦକ ପ୍ରଦାନ କରାଯାଇଛି। କ୍ରିକେଟ୍‌ ଅଷ୍ଟ୍ରେଲିଆ ତରଫରୁ ଆୟୋଜିତ ଏକ ଉତ୍ସବରେ ୱାର୍ଣ୍ଣରଙ୍କୁ ଏହି ପଦକ ପ୍ରଦାନ କରାଯାଇଥିବା ବେଳେ ମହିଳା କ୍ରିକେଟର୍‌ ଏଲିସେ ପେରିଙ୍କୁ ସମ୍ମାନଜନକ ବେଲିଣ୍ଡା କ୍ଲାର୍କ ପୁରସ୍କାର ପ୍ରଦାନ କରାଯାଇଛି।

ଅଷ୍ଟ୍ରେଲିଆର ତାରକା ବ୍ୟାଟସମ୍ୟାନ୍‌ ଷ୍ଟିଭେନ୍‌ ସ୍ମିଥ୍‌ ଓ ଦ୍ରୁତ ବୋଲର ପ୍ୟାଟ୍‌ କମିନ୍‌ସଙ୍କୁ ପଛରେ ପକାଇ ୱାର୍ଣ୍ଣର ଏହି ପଦକ ହାସଲ କରିଥିଲେ। ୨୦୧୮ରେ ବଲ୍ ଟାମ୍ପରିଂ ଅଭିଯୋଗରେ ଏକବର୍ଷ କ୍ରିକେଟ୍‌ରୁ ବାସନ୍ଦ ହୋଇ ପୁନର୍ବାର କ୍ରିକେଟ୍‌ ଜଗତକୁ ଫେରି ଚମତ୍କାର ପ୍ରଦର୍ଶନ କରିଥିବାରୁ ୱାର୍ଣ୍ଣରଙ୍କୁ ଏହି ପଦକ ପ୍ରଦାନ କରାଯାଇଥିବା କ୍ରିକେଟ୍‌ ଅଷ୍ଟ୍ରେଲିଆ ତରଫରୁ କୁହାଯାଇଛି। ସ୍ମିଥ୍‌ଙ୍କୁ ଗୋଟିଏ ଏବଂ କମିନ୍‌ସଙ୍କୁ ୯ଟି ଭୋଟ୍‌ରେ ପଛରେ ପକାଇ ୱାର୍ଣ୍ଣର ପଦକ ଜିତିବାକୁ ସକ୍ଷମ ହୋଇଥିଲେ। ସୂଚନାଥାଉକି ପୂର୍ବରୁ ୨୦୧୬ ଓ ୨୦୧୭ରେ ୱାର୍ଣ୍ଣର ଏହି ପଦକ ହାସଲ କରିଥିଲେ।
ମହିଳା କ୍ରିକେଟର୍ ପେରିଙ୍କୁ ବେଲିଣ୍ଡା କ୍ଲାର୍କ ପୁରସ୍କାର ମିଳିଥିବା ବେଳେ ଆଲିସା ହିଲିଙ୍କୁ ଚଳିତବର୍ଷ ନିମନ୍ତେ ଶ୍ରେଷ୍ଠ ଟ୍ବେଣ୍ଟି୦ ଓ ଦିନିକିଆ ମହିଳା କ୍ରିକେଟର୍‌ ପୁରସ୍କାର ମିିଳିଛି। ଆରୋନ୍‌ ଫିଞ୍ଚ୍‌ଙ୍କୁ ବର୍ଷର ଶ୍ରେଷ୍ଠ ଦିନିକିଆ ପୁରୁଷ କ୍ରିକେଟର୍‌ ଓ ଲାବୁସାନ୍‌ଙ୍କୁ ବର୍ଷରେ ଶ୍ରେଷ୍ଠ ଟେଷ୍ଟ ପୁରୁଷ ଖେଳାଳି ପୁରସ୍କାର ମିଳିଛି। ଆଲାନ ବର୍ଡର ପଦକ ବ୍ୟତୀତ ୱାର୍ଣ୍ଣରଙ୍କୁ ବର୍ଷର ଶ୍ରେଷ୍ଠ ଟ୍ବେଣ୍ଟି୨୦ ପୁରୁଷ କ୍ରିକେଟର୍‌ ପୁରସ୍କାର ମିଳିଛି।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories