www.samajalive.in
Saturday, December 6, 2025
26.1 C
Bhubaneswar

ତଳମାଳ ଉନ୍ନୟନ ପରିଷଦ ପକ୍ଷରୁ ଚତୁର୍ଦଶ ବାର୍ଷିକ ଉତ୍ସବ

ଧାମନଗର: ଭଦ୍ରକ ଜିଲା ବେତାଳି ଗାଁସ୍ଥିତ ତଳମାଳ ଉନ୍ନୟନ ପରିଷଦ ପକ୍ଷରୁ ପାଳସାହି ସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ଚତୁର୍ଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ତଳମାଳ ଉନ୍ନୟନ ପରିଷଦର ସଭାପତି ତଥା ଅବସରପ୍ରାପ୍ତ ଇଞ୍ଜିନିୟର ଡ. ନରହରୀ ତ୍ରିପାଠୀଙ୍କ ସଞ୍ଚାଳନରେ ଚଳିତ ବର୍ଷ ନିମନ୍ତେ ବାର୍ଷିକ ଉତ୍ସବ ସମ୍ବର୍ନ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ପୂଜ୍ୟ ପୂଜା ପରିଷଦର ସଭାପତି କରୁଣାକର ବେହୁରିଆ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଆଇ.ଜିଏମ କଲେଜର ଅଧ୍ୟାପକ ଚିତ୍ତରଞନ ଦାସ, ସମ୍ମାନୀୟ ଅତିଥି ଭାବେ ପାଳସାହି ବାଳିକା ଉଚ୍ଚ ବିଦୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅନ୍ନପୁର୍ଣ୍ଣା ବଳ ଯୋଗ ଦେଇଥିବା ବେଳେ ବାବାମଣି ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ନିକୁଞ କିଶୋର ଜେନା ପରିଚାଳନା କରିବା ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ବିଶେଷକରି ତଳମାଳ ଅଞ୍ଚଳର ବିକାଶ ଓ ଭିତ୍ତିଭୂମୀ ସଜାଡିବା ପାଇଁ ଏ ଅଞ୍ଚଳର ସଭିଏଁ ଅଣ୍ଟା ଭିଡିବା ଦରକାର ବୋଲି ଅତିଥିମାନେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଳଗ ପଞ୍ଚାୟତର ବୁଦ୍ଧିଜିବୀ ଶଶାଙ୍କ ଶେଖର ବେହୁରୀଆ, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କହ୍ନେଇ ଚରଣ ବିଳାସ, ଆଇନଜିବୀ ରମେଶଚନ୍ଦ୍ର ବେହେରା, ଅଧ୍ୟାପକ ବିଭୁତି ଭୂଷଣ ବାରିକ, ପ୬ସାନ୍ତ କୁମାର ନାୟକ, ତ୍ରିଲୋଚନ ଦାସ, ସାମ୍ବାଦିକ ପ୍ରତାପ ବାରିକ ପ୍ରମୁଖ ତଳମାଳ ଅଞ୍ଚଳର କିପରି ବିକାଶ ହେବ ତାହା ସହିତ ଏ ଅଞ୍ଚଳର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳ ଆଖଣ୍ଡଳମଣି ପୀଠର ଉନ୍ନତି ପାଇଁ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିବା ପାଇଁ ଉଦବୋଧନ ଦେଇଥିଲେ। ଏ ଅଞ୍ଚଳର ଲୋକମାନଙ୍କର ଚାଷ ମୁଖ୍ୟ ରୋଜଗାର ପ୍ରନ୍ଥା ହୋଇଥିବାରୁ ୨ଜଣ ଶ୍ରେଷ୍ଠଚାଷୀ ଯୁଧିଷ୍ଟିର ବେହେରା ଓ ବଟକୃଷ୍ଣ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ୩ଜଣ ମେଧାବୀ ଛାତ୍ର, ୨ଜଣ ଅବସରପ୍ରାପ୍ତ ଶିକ୍ଷକ ମୁରଲିଧର ବଳ ଓ ଗୋବିନ୍ଦ ଚନ୍ଦ୍ର ବାରିକ, ସାମ୍ବାଦିକ ବାବାଜି ସଙ୍କର ପାଢୀଙ୍କୁ ପୁଷ୍ପଗୁଛ ଓତରୀୟ ପ୍ରଦାନ କରାଯାଇ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ଶିକ୍ଷକ ଚିତ୍ରଭାନୁ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାମକୁମାର ରାୟ, ନଟବର ନାୟକ, ଅନାଦି ମହାନ୍ତି ପ୍ରମୁଖ ସହେଯାଗ କରିଥିଲେ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories