www.samajalive.in
Monday, December 8, 2025
13.1 C
Bhubaneswar

ଅସଦାଚରଣ ବିରୋଧରେ ଗାର୍ଗୀ କଲେଜରେ ଛାତ୍ରୀଙ୍କ ପ୍ରତିବାଦ ପ୍ରଦର୍ଶନ

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଧିନରେ ଥିବା ଗାର୍ଗୀ କଲେଜ ଉତ୍ସବରେ ଛାତ୍ରୀଙ୍କ ସହ ହୋଇଥିବା ଅସଦାଚରଣ ମାମଲା ଏବେ ବଡ ପ୍ରସଙ୍ଗ ପାଲଟିଛି। ଏହି ମାମଲା ସଂସଦରେ ମଧ୍ୟ ଝଡ ସୃଷ୍ଟି କରିଛି। ଏନେଇ କଲେଜ କର୍ତ୍ତୃପକ୍ଷ ଚୁପ୍ ରହିଥିବାର ଛାତ୍ରୀମାନେ ସୋମବାର ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ଏବଂ ନିଜର ସୁରକ୍ଷା ଦାବି କରିଛନ୍ତି। ଏହି ମାମଲାର ପୁଲିସ ତଦନ୍ତ ଆରମ୍ଭ କରିଛି। ଏହି ମାମଲାକୁ କେନ୍ଦ୍ର କରି ବିରୋଧୀ ଦଳ ଶାସକ ଦଳକୁ ଘେରିଛନ୍ତି।


ଏହି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଟୁଇଟ୍ କରି ଲେଖିଛନ୍ତି, ଗାର୍ଗୀ କଲେଜରେ ଛତ୍ରୀଙ୍କ ସହ ଅସଦାଚରଣ ଦୁଃଖର ବିଷୟ ଏବଂ ନିରାଶଜନକ। ଏହାକୁ କଦାପି ଗ୍ରହଣ କରାଯିବନାହିଁ। ଅଭିଯୁକ୍ତମାନଙ୍କୁ ଧରାଯାଇ କଠୋରରୁ ଅତି କଠୋର ଦଣ୍ଡ ମିଳିବା ଉଚିତ୍। ଏହା ସୁନିଶ୍ଚିତ ଯେ ଆମ କଲେଜରେ ପଡୁଥିବା ଛାତ୍ରୀମାନେ ସୁରକ୍ଷିତ।

- Advertisement -

ସୂଚନାଯୋଗ୍ୟ, ଗତ ସପ୍ତାହରେ କଲେଜରେ ଚାଲିଥିବା ‘ରିଭେରି’ ଉତ୍ସବରେ କିଛି ଦୁର୍ବୃତ୍ତ ନିଶାସକ୍ତ ଅବସ୍ଥାରେ କଲେଜ ପରିସରରେ ପସି ଛାତ୍ରୀଙ୍କ ସହ ଅସଭ୍ୟ ବ୍ୟବହାର କରିଥିଲେ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories