www.samajalive.in
Friday, December 12, 2025
17.1 C
Bhubaneswar

ଡରୁଛନ୍ତି କି ସରକାର? ରାସ୍ତାରେ ଝୁଲୁଛି ତାର କିନ୍ତୁ ସାଉଥକୋର ବକେୟା ଆଦାୟ ନେଇ ହୁଙ୍କାର

ସମାଜ ପୋର୍ଟାଲ ଡେସ୍କ: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଟୁଲୁ ରାସ୍ତାରେ କନ୍ୟା ଘରକୁ ନିର୍ବନ୍ଧ ପାଇଁ ଯାଉଥିବା ବର ପକ୍ଷର ପରିବାରବର୍ଗ ଓ ବନ୍ଧୁବାନ୍ଧବଙ୍କୁ ନେଇ ଯାଉଥିବା ବସ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବାରୁ ଏକ ବଡ ଧରଣର ଦୁର୍ଘଟଣା ଘଟିଛି ଓ ସେଥିରେ ୯ ଜଣଙ୍କ ମୃତ୍ୟୁ ହେବା ସହ ୪୦ ଜଣ ଆହତ ହୋଇଛନ୍ତି। ତେଲୁଗୁ ସମ୍ପ୍ରଦାୟର ସେହି ଯାତ୍ରୀମାନଙ୍କ ମଧ୍ୟରୁ ପ୍ରାୟ ୧୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। କେବଳ ସେତିକି ନୁହେଁ, ଅନେକ ସମୟରେ ବିଦ୍ୟୁତ ବିତରଣ କମ୍ପାନୀର ଖାମଖିଆଲି କାର୍ଯ୍ୟକଳାପ ଯୋଗୁ ମଣିଷ ଓ ହାତୀ ମୃତ୍ୟୁ ଘଟଣା ରାଜ୍ୟରେ ଏକ ସାଧାରଣ ଘଟଣା ପାଲଟିଛି।

ଗୋଟିଏ ପଟେ ରାଜ୍ୟ ସରକାର ଅନୁକମ୍ପା ରାଶି ଘୋଷଣା କରି ହାତଗୋଡ ବାନ୍ଧି ବସିଯାଉଥିବା ବେଳେ ବିଦ୍ୟୁତ ବିତରଣ କମ୍ପାନୀ ଏସବୁ ଘଟଣାକୁ କୌଣସି ଗୁରୁତ୍ୱ ଦେଉନାହାନ୍ତି। ରାଜ୍ୟ ସରକାର ଏବଂ ଶକ୍ତି ବିଭାଗ ବିଦ୍ୟୁତ ବିତରଣ କମ୍ପାନୀ ବିରୋଧରେ ତ ପଦକ୍ଷେପ ନେବା ଦୂରର କଥା, ବରଂ ଦୋଷୀ ଅଧିକାରୀଙ୍କ ବିରୁଦ୍ଧରେ କୌଣସି ଆଖି ଦୃଷ୍ଟିଆ ଦଣ୍ଡ ବିଧାନ କରାଯାଉନାହିଁ। ଆଜିର ଘଟଣାରେ ୧୧ କେଭି ତାର ଆବଶ୍ୟକ ଉଚ୍ଚତାଠାରୁ ବହୁତ ତଳେ ଝୁଲୁ ଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସ୍ପଷ୍ଟ ହୋଇଛି। ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ ସେମାନେ ଏ ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସାଉଥକୋ ବିଦ୍ୟୁତ ବିତରଣ କମ୍ପାନୀ ସେମାନଙ୍କ କଥା ଶୁଣିନଥିଲେ।

- Advertisement -

ଗତ କିଛି ଦିନ ପୂର୍ବରୁ ସେସୁ ପକ୍ଷରୁ ବିଦ୍ୟୁତ ବକେୟା ଆଦାୟ ନେଇ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହେବା ପରେ ସାଉଥକୋ ମଧ୍ୟ ଅଭିଯାନ ଆରମ୍ଭ କରିଛି। ଫେବୃଆରୀ ୧ରେ ସାଉଥକୋର ଅଧିକାରୀ ପ୍ରଦୀପ କୁମାର ସାହୁ କହିଥିଲେ ଯେ ଫେବୃଆରୀ ୧୫ ସୁଦ୍ଧା ବକେୟା ଅର୍ଥ ନ ଦେଲେ ୧୬ରୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରାଯିବ। ରାଜ୍ୟ ସରକାର ବିଦ୍ୟୁତ ବିତରଣ କମ୍ପାନୀଗୁଡ଼ିକଠାରୁ ମୋଟା ଅଙ୍କର ରାଜସ୍ବ ପାଉଥିବା ବେଳେ ସମ୍ପୃକ୍ତ ସଂସ୍ଥାଗୁଡିକର ନିମ୍ନ ମାନର ସେବା ନେଇ ଆଖି ବୁଜି ଦେଇଥିବା ଭଳି ମନେ ହେଉଛି। ଅନ୍ୟ ପକ୍ଷରେ ରାଜ୍ୟରେ ବିଦ୍ୟୁତ ବିତରଣ କରୁଥବା ସଂସ୍ଥାଗୁଡିକ ପାଖରେ ବ୍ୟାପକ ପରିମାଣର ସ୍ୱତନ୍ତ୍ର ପାଣ୍ଠି ରହିଥିବା ବେଳେ ଆନୁସଙ୍ଗିକ ବ୍ୟବସ୍ଥାର ବିକାଶ ପାଇଁ ଦୃଷ୍ଟି ନ ଦେବା ଫଳରେ ଅନେକ ଧନଜୀବନ ନଷ୍ଟ ହେଉଛି।

Hot this week

ଦିବ୍ୟାଙ୍ଗ୍‌ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

Related Articles

Popular Categories