www.samajalive.in
Thursday, December 11, 2025
26.1 C
Bhubaneswar

ବଜାର ଖାଦ୍ୟ କେତେ ସୁରକ୍ଷିତ?

ଭୁବନେଶ୍ବର : ବଜାରରେ ମିଳୁଥିବା ଖାଦ୍ୟ କେତେ ସୁରକ୍ଷିତ? ରାସ୍ତା କଡ଼ରେ ମିଳୁଥିବା ଖାଦ୍ୟର ଗୁଣବତ୍ତା ଅଛି ନା ନାହିଁ ? ଏସବୁ ପ୍ରଶ୍ନର ଉତ୍ତର ପାଇବା ଆପଣଙ୍କ ପକ୍ଷେ ସମ୍ଭବ ହେବନି, କାରଣ ରାସ୍ତାକଡ଼ ଖାଦ୍ୟର ଯାଞ୍ଚ ହେଉନାହିଁ। ଭୁବନେଶ୍ବର ପାଇଁ ଖାଦ୍ୟ ସୁରକ୍ଷା ଯାଞ୍ଚ ଅଧିକାରୀ ନାହାନ୍ତି କହିଲେ ଚଳେ। ଖୋର୍ଦ୍ଧା-ଭୁବନେଶ୍ବର ପାଇଁ ମାତ୍ର ଜଣେ ଖାଦ୍ୟ ସୁରକ୍ଷା ଅଧିକାରୀ ଅଛନ୍ତି। ହଜାର ହଜାର ଦୋକାନରେ ଖାଦ୍ୟ ସୁରକ୍ଷା ନେଇ କିପରି ଯାଞ୍ଚ ପ୍ରକ୍ରିୟା ଚାଲିଛି ତାହା ଜଳଜଳ ହୋଇ ବାରି ହୋଇପଡୁଛି।

ଭୁବନେଶ୍ବରର ଲୋକସଂଖ୍ୟା ୧୩ ଲକ୍ଷ ଉପରେ। ଖୋର୍ଦ୍ଧା ସହର ସମେତ ଅନ୍ୟାନ୍ୟ ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି ପାଉଛି। କଳେବର ଦ୍ରୁତଗତିରେ ବୃଦ୍ଧି ପାଉଛି। ହୋଟେଲ, ଫାଷ୍ଟଫୁଡ୍‌, ଷ୍ଟ୍ରୀଟ୍‌ ଫୁଡ୍‌ ଦୋକାନ ବହୁ ସଂଖ୍ୟାରେ ବଢୁଛି। ଜଣେ ଅଧିକାରୀ ଖୋର୍ଦ୍ଧା ଓ ଭୁବନେଶ୍ବରରେ ଥିବାରୁ ଉଭୟ ସହରରେ ଠିକ୍‌ ଭାବେ ତନଖି କରିବା ତାଙ୍କଦ୍ବାରା ସମ୍ଭବ ହୋଇପାରୁନାହିଁ। ଓଡ଼ିଶାରେ ପ୍ରତି ଜିଲା ପାଇଁ ଜଣେ ଜଣେ ଖାଦ୍ୟ ସୁରକ୍ଷା ଯାଞ୍ଚ ଅଧିକାରୀଙ୍କୁ ନିଯୁକ୍ତି ମିଳିଛି। ସେହି ହିସାବରେ ଖୋର୍ଦ୍ଧା ଜିଲା ପାଇଁ ଜଣେ ଅଧିକାରୀ କାର୍ଯ୍ୟ କରୁଛନ୍ତି। ବିଭିନ୍ନ ଦୋକାନରେ ଖାଦ୍ୟର ମାନ ଯାଞ୍ଚ କରାଯାଇ ଗତବର୍ଷ ୨ ଲକ୍ଷ ୨୦ ହଜାର ଟଙ୍କା ଆଦାୟ କରାଯାଇଥିଲା। ଆବଶ୍ୟକ ସଂଖ୍ୟକ ଅଧିକାରୀ ଏବଂ କର୍ମଚାରୀଙ୍କୁ ନିଯୁକ୍ତି ମିଳିଲେ ଖାଦ୍ୟ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଇ ପାରନ୍ତା ବୋଲି ଜଣେ ଅଧିକାରୀ କହିଛନ୍ତି।

- Advertisement -

ସମ୍ପୃକ୍ତ ଅଧିକାରୀଙ୍କ କହିବା ଅନୁସାରେ, ଲୋକସଂଖ୍ୟାକୁ ଦେଖିଲେ ଭୁବନେଶ୍ବର ପାଇଁ ଅତି କମରେ ୩ରୁ ୫ ଜଣ ଖାଦ୍ୟ ସୁରକ୍ଷା ଅଧିକାରୀ ଆବଶ୍ୟକ। ଏହାଦ୍ବାରା ଖାଦ୍ୟ ତନଖି ବ୍ୟବସ୍ଥା ଠିକଣା ଭାବେ କରାଯାଇପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ନିଯୁକ୍ତି ପାଇଁ ଓଡ଼ିଶା ଷ୍ଟାପ୍‌ ସିଲେକ୍‌ସନ କମିସନଙ୍କ ଦ୍ବାରା ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା ପାଇଁ ମୋଟ ୧୨ଟି ପଦବୀ ବାହାରିଛି। ଅଧିକ ସଂଖ୍ୟାରେ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତି ଦେବା ପାଇଁ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସରକାରଙ୍କ ନିକଟରେ ଦାବି କରାଯାଇଛି। ଖୁବ୍‌ଶୀଘ୍ର ଏହି ପଦବୀ ପୂରଣ ହେବ ବୋଲି ସୂଚନା ମିଳିଛି। ଅତୀତରେ ଭୁବନେଶ୍ବରରେ ଖାଦ୍ୟରେ ଅପମିଶ୍ରଣ ଏବଂ ବାସି ଖାଦ୍ୟ ପ୍ରସ୍ତୁତି ଆଦି ବହୁ ଘଟଣା ପଦାକୁ ଆସିଛି। ହେଲେ ଅଧିକାରୀଙ୍କ ଅଭାବରୁ ଠିକ୍ ଭାବେ ଯାଞ୍ଚ ହୋଇପାରୁନି। ଯାଞ୍ଚ ପ୍ରକ୍ରିୟା ଜୋରଦାର କରିବାକୁ ଦାବି ହେଉଛି।

Hot this week

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

Related Articles

Popular Categories