www.samajalive.in
Thursday, December 11, 2025
13.1 C
Bhubaneswar

ସତ ନୁହେଁ, ଗୁଜବ – “କରୋନା ସଂକ୍ରମିତ ୨୦ ହଜାର ଲୋକଙ୍କୁ ହତ୍ୟା କରିବାକୁ ଚୀନ ଲୋଡ଼ିଲା କୋର୍ଟର ଅନୁମତି”

ସମାଜ ପୋର୍ଟାଲ ଡେସ୍କ: ଗତ ୨୪ ଘଣ୍ଟା ହେବ ଏଭଳି ଏକ ସମ୍ବାଦ ଗଣମାଧ୍ୟମରେ ଘୁରି ବୁଲୁଛି ଯାହାକୁ ସହଜରେ ନା ବିଶ୍ୱାସ କରିହେଉଛି ନା କିଛି କାରଣ ମିଳୁଛି। ସମ୍ପ୍ରତି ଚୀନରେ ବ୍ୟାପିଥିବା କରୋନା ଭୁତାଣୁ ସଂକ୍ରମଣକୁ ନେଇ ହ୍ଵାଟ୍ସଆପ, ଫେସବୁକ ଏବଂ ଏକ ଓଡ଼ିଆ ଖବରକାଗଜ ସମେତ କେତେକ ଜାତୀୟ ଓ ଆନ୍ତର୍ଜାତିକ ଖବରକାଗଜ ମଧ୍ୟ ଏହି ସମ୍ବାଦକୁ ସ୍ଥାନିତ କରିଛନ୍ତି। ତେବେ ଏହି ସମ୍ବାଦଟି ସମ୍ପୂର୍ଣ୍ଣ ଭାବେ ମିଥ୍ୟା ଓ ଗୁଜବ ବୋଲି ଜଣାପଡିଛି।

ସମ୍ବାଦଟି ହେଉଛି ଯେ ଚୀନରେ ବ୍ୟାପୁଥିବା କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ସେଠାକାର ସରକାର ୨୦ ହଜାର ସଂକ୍ରମିତଙ୍କୁ ହତ୍ୟା କରିବା ପାଇଁ ନ୍ୟାୟାଳୟର ଅନୁମତି ଲୋଡିଛନ୍ତି। ପୂର୍ବରୁ ମିଥ୍ୟା ଓ କପୋଳକଳ୍ପିତ ସମ୍ବାଦ ପରିବେଷଣ କରୁଥିବା ୱେବସାଇଟ ‘ab-tc.com’ର ସିଟି ନିୟୁଜ ଭାଗରେ ଏହି ତଥ୍ୟ ପ୍ରକାଶ ପାଇଛି। ସେଥିରେ ପ୍ରକାଶିତ ଲେଖାରେ ‘China’କୁ ‘Chhina’ ଏବଂ ସର୍ବୋଚ୍ଚ ନ୍ୟାୟାଳୟକୁ ‘The highest level of court in Chhina, Supreme People’s Court’ ବୋଲି ଲେଖା ଅଛି ଯାହା ଗୁରୁତର ବନାନଗତ ଅଶୁଦ୍ଧି। ତେଣୁ ଏଭଳି ସମ୍ବାଦ ଉପରେ ଭରସା କରନ୍ତୁ ନାହିଁ ଓ ପ୍ରଚାର ପ୍ରସାର ମଧ୍ୟ କରନ୍ତୁ ନାହିଁ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories