www.samajalive.in
Friday, December 12, 2025
27.1 C
Bhubaneswar

ଆଜି ଦିଲ୍ଲୀ ବିଧାନସଭା ମତଦାନ, ୧୧ରେ ଭୋଟ ଗଣତି

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଶନିବାର (ଫେବୃଆରୀ ୮)ରେ ମତଦାନ ହେବ। ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ। ମତଦାନ ପାଇଁ ୨୬୮୯ଟି ମତଦାନ କେନ୍ଦ୍ର ଖୋଲାଯାଇଛି। ଏହି ମତଦାନ କେନ୍ଦ୍ର ମଧ୍ୟରୁ ୫୪୫ଟିକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ମତଦାନକୁ ଶୃଙ୍ଖଳିତ କରିବା ଲାଗି ଦିଲ୍ଲୀ ପୁଲିସର ୪୦ହଜାର କର୍ମଚାରୀ ସହିତ ୧୯ହଜାର ହୋମଗାର୍ଡ ଓ ୧୯୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ କରାଯାଇଛି। ମତଦାନ କେନ୍ଦ୍ରକୁ ଭୋଟର ଓ ନିର୍ବାଚନ ପରିଚାଳନାରେ ନିଯୁକ୍ତ କର୍ମଚାରୀଙ୍କୁ ନେବା ଲାଗି ଭୋର ୪ଟାରୁ ଦିଲ୍ଲୀ ମେଟ୍ରୋ ଚଳାଚଳ କରିବ ବୋଲି ଘୋଷଣା କରାଯାଇଛି। ସେହିପରି ଭୋଟରଙ୍କୁ ମତଦାନ କେନ୍ଦ୍ରରେ ମାଗଣାରେ ପହଞ୍ଚାଇବା ଲାଗି ବାଇକ ଟ୍ୟାକ୍ସ ଏଗ୍ରିଗେଟର ଘୋଷଣା କରିଛି। ବିଧାନସଭାର ସମସ୍ତ ୭୦ଟି ଆସନରେ ଶାସକ ଆମ୍ ଆଦମୀ ପାର୍ଟି (ଆପ୍) ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ୬୬ଟି, ବିଜେପି ୬୭ଟି, ଜେଡିୟୁ ୨ଟି, ଏଲଜେପି ୧ଟି, ଆରଜେଡି ୪ଟି ଆସନରେ ପ୍ରାର୍ଥୀ ଦେଇଛି। ୩୯୭ ଜଣ ଅନ୍ୟାନ୍ୟ ଦଳ ଓ ସ୍ବାଧୀନ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ନିର୍ବାଚନ ପାଇଁ କଟକଣା ଲାଗୁ ହେବା ପରଠାରୁ ୯୬,୭୯୮ ଲିଟର ମଦ, ୭୭୪ କିଲୋ ମାଦକଦ୍ରବ୍ୟ, ୪୯୪ଟି ବେଆଇନ ମାରାଣାସ୍ତ୍ର ଏବଂ ୭୩୯୭ଟି ପଞ୍ଜିକୃତ ମାରାଣାସ୍ତ୍ର ଜବତ କରାଯାଇଥିବା ପୁଲିସ କହିଛି। ଫେବୃଆରୀ ୧୧ରେ ଭୋଟ ଗଣତି ହେବ।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories