www.samajalive.in
Wednesday, December 10, 2025
26.1 C
Bhubaneswar

୧୯ବର୍ଷରୁ କମ୍ ବିଶ୍ବକପ କ୍ରିକେଟ : ନ୍ୟୁଜିଲାଣ୍ଡକୁ ୬ୱିକେଟରେ ହରାଇ ଫାଇନାଲରେ ବାଂଲାଦେଶ

ପୋଚେଫ୍‌ଷ୍ଟ୍ରୁମ୍ (ଦକ୍ଷିଣ ଆଫ୍ରିକା) : ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ଗୁରୁବାର ଖେଳାଯାଇଥିବା ୧୯ବର୍ଷରୁ କମ ବିଶ୍ୱକପର ଦ୍ବତୀୟ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳକୁ ୬ୱିକେଟରେ ପରାସ୍ତ କରିଛି ବାଂଲାଦେଶ। ଏହା ସହ ଦଳ ଫାଇନାଲକୁ ଉତ୍ତିର୍ଣ୍ଣ ହୋଇଛି। ୦୯ରେ ଭାରତ ଓ ବାଂଲାଦେଶ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ। ଏହି ବିଜୟ ସହ ବାଂଲାଦେଶ ଦଳ ପ୍ରଥମ ଥର ପାଇଁ ବିଶ୍ବକପ ଫାଇନାଲରେ ପହଞ୍ଚିଛି।

ଆଜିର ମ୍ୟାଚରେ ବାଂଲାଦେଶ ପ୍ରଥମେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ଓଭରରେ ୮ୱିକେଟ ହରାଇ ୨୧୧ରନ କରିଥିଲା। ୨୧୨ ରନର ବିଜୟ ଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ଦଳ ୪୪.୧ ଓଭରରେ ୪ ୱିକେଟ୍ ହରାଇ ୨୧୫ ରନ୍ କରି ବିଜୟୀ ହୋଇଛି। ବାଂଲାଦେଶ ପକ୍ଷରୁ ମହମ୍ମଦ ହସନ ଜୟ ସର୍ବାଧିକ ରନ କରିଥିଲେ। ସେ ୧୨୭ଟି ବଲରୁ ୧୦୦ରନ କରିଥିଲେ।

- Advertisement -

 

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories