ରୁଷିଆରୁ ଆସିଲା ସବୁଠୁ ଶସ୍ତା ଗ୍ୟାସ୍‍

0

ଦାହେଜ୍‍ : ରୁଷିଆର ଗାଜପ୍ରମ୍‍ରୁ ଭାରତକୁ ସବୁଠୁ ଶସ୍ତାରେ ତରଳ ପ୍ରାକୃତିକ ଗ୍ୟାସ୍‍ (ଏଲ୍‍ଏନ୍‍ଜି) ମିଳିଛି। ଏହି ଏଲଏନ୍‍ଜି ସୋମବାର ପ୍ରଥମ କରି ଗୁଜରାତର ଦାହେଜଠାରେ ପହଞ୍ଚିଛି। ୨୦୧୨ରେ ଏ ନେଇ ଭାରତ ଓ ରୁଷିଆ ମଧ୍ୟରେ ୨୦ବର୍ଷିୟା ଦୀର୍ଘମିଆଦି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏଲଏନ୍‍ଜି ପହଞ୍ଚିବା ପରେ ନିଜେ କେନ୍ଦ୍ର ପେଟ୍ରୋଲୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାହେଜଠାରେ ଏହାକୁ ସ୍ୱାଗତ କରିଛନ୍ତିି ଓ ଏହି ଦିନଟି ଦେଶର ଶକ୍ତି କ୍ଷେତ୍ରରେ ସ୍ୱର୍ଣ୍ଣିମ ଦିବସ ବୋଲି ସେ କହିଛନ୍ତି। ପୂର୍ବରୁ ଅଷ୍ଟ୍ରେଲିଆ ଓ ଆମେରିକାଠାରୁ ଏଲଏନ୍‍ଜି ଆମଦାନି ହେଉଥିଲାବେଳେ ଏହା ବ୍ୟୟବହୁଳ ସାବ୍ୟସ୍ତ ହୋଇଆସିଛି। ରୁଷିଆରୁ ଆମଦାନି ଗ୍ୟାସ୍‍ ପାଇଁ ମୂଲ୍ୟ ୟୁନିଟ୍‍(ମିଲିୟନ୍‍ ବ୍ରିିଟିଶ ଥର୍ମାଲ ୟୁନିଟ) ପିଛା ୭ଡଲାର ଦେବାକୁ ପଡ଼ୁଥିବାବେଳେ ଏହା ଅଷ୍ଟ୍ରେଲିଆ ଓ ଆମେରିକା ତୁଳନାରେ ପ୍ରାୟ ଦେଢ଼ ଡଲାର କମ୍‍। ରାଷ୍ଟୟାୟତ କମ୍ପାନୀ ‘ଗେଲ୍‍’ ମାଧ୍ୟମରେ ଏହି ଗ୍ୟାସ୍‍ ଆମଦାନୀ ହେଉଛି। ଏହା ପ୍ରାଥମିକ ଭାବେ ବାର୍ଷିକ ୨୫ନିୟୁତ ଟନ୍‍ ଗ୍ୟାସ୍‍ ଭାରତକୁ ଆଣିବା କ୍ଷମତା ରଖିଛି।

Leave A Reply