www.samajalive.in
Thursday, December 11, 2025
18.1 C
Bhubaneswar

୫୦ ଫୁଟ ଉଚ୍ଚ ନିର୍ମାଣାଧୀନ ପାଣିଟାଙ୍କିରେ ଚଢ଼ି କାର୍ଯ୍ୟ ଦେଖିଲେ ଗଞ୍ଜାମ ଜିଲାପାଳ

ସୋରଡ଼ା : ଗତ କିଛି ଦିନ ହେବ ଗଞ୍ଜାମ ଜିଲ୍ଲାପାଳ ସକାଳୁ ସକାଳୁ ଅଚାନକ ଭାବେ ବିଭିନ୍ନ ବ୍ଲକ ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟର ତଦାରଖ କରୁଛନ୍ତି. ମଙ୍ଗଳବାର ସକାଳରେ ଜିଲାପାଳ ବିଜୟ ଅମୃତ କୂଲାଙ୍ଗେ ସୋରଡ଼ା ସହରରେ ପହଁଚି ଥିଲେ। ବ୍ଲକ କାର୍ଯ୍ୟାଳୟକୁ ଯାଇ ସେଠାରେ ସମୀକ୍ଷା କରିବା ପରେ ବ୍ଲକର ବଡ଼ଗଡ଼, ବୋରଦା, ମେରିକୋଟ ଓ ରାଇବନ୍ଧ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଗ୍ରାମୀଣ ଆବାସ ଯୋଜନା କାର୍ଯ୍ୟ ତଦାରଖ କରିଥିଲେ। ବଡ଼ଗଡ଼ ଠାରେ ଓଡିଶା ଜୀବିକା ମିଶ ର ମହିଳା ସିଲେଇ କେନ୍ଦ୍ର ପରିଦର୍ଶନ କରିବା ପରେ ମେରିକୋଟର ବାର ଭଣିଆ ଗ୍ରାମ କୁ ଯାଇ ଥିଲେ। ସେଠାରେ ନିର୍ମାଣାଧୀନ ୫୦ ଫୁଟ ଉଚ୍ଚ ପାଣି ଟାଙ୍କି ଉପରକୁ ଯାଇ ଉନ୍ନୟନ କାର୍ଯ୍ୟର ତଦାରଖ କରିବା ସହ କାର୍ଯ୍ୟରତ ଶ୍ରମିକ ମାନଙ୍କ ସହ ଆଲୋଚନା କରିଥିଲେ। ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀଙ୍କୁ ଶୀଘ୍ର କାମ ସାରିବା ପାଇଁ କହିଥିଲେ। ଜିଲ୍ଲପାଳଙ୍କ ଏହିପରି କାର୍ଯ୍ୟ ପାଇଁ ସ୍ଥାନୀୟ ଅଞ୍ଚଳର ଜନସାଧରଣ ବେଶ ପ୍ରଶଂସା କରି ଥିଲେ। ଏହି ଅବସର ରେ ବିଡିଓ ସିମାଞ୍ଚଳ ମଣ୍ଡଳ ଏବିଡିଓ ସଞ୍ଜିବ ରାଜ ସେନାପତି ସହକାରୀ ଯନ୍ତ୍ରୀ ଅମୀୟ ପ୍ରଧାନ ଉପସ୍ଥିତ ଥିଲେ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories