www.samajalive.in
Wednesday, December 10, 2025
26.1 C
Bhubaneswar

୧୯ବର୍ଷରୁ କମ ବିଶ୍ୱକପ ସେମିଫାଇନାଲ : ଭାରତ ପାଇଁ ୧୭୩ରନର ବିଜୟ ଲକ୍ଷ୍ୟ

ପୋଚେଫ୍‌ଷ୍ଟ୍ରୁମ୍ (ଦକ୍ଷିଣ ଆଫ୍ରିକା) : ଭାରତ ଓ ପାକିସ୍ତାନ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଉଥିବା ୧୯ବର୍ଷରୁ କମ ବିଶ୍ୱକପ ସେମିଫାଇନାଲରେ ମଙ୍ଗଳବାର ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଭାରତ ସାମ୍ନାରେ ୧୭୩ରନର ବିଜୟ ଲକ୍ଷ୍ୟ ଧାର୍ୟ୍ୟ କରିଛି। ପାକିସ୍ତାନ ପକ୍ଷରୁ ଅଧିନାୟକ ରୋହେଲ ନାଜିର ୧୦୨ଟି ବଲରୁ ସର୍ବାଧିକ ୬୨ରନ କରିଛନ୍ତି। ଯେର୍ଉଥିରେ ତାଙ୍କର ୬ଟି ଚୌକା ସାମିଲ ରହିଛି। ସେହିଭଳି ଓପନିଂ ବ୍ୟାଟ୍ସମ୍ୟାନ ହାଇଦର ଅଲ୍ଲି ୭୭ବଲରୁ ୫୬ରନ(ଚୌକା-୯) କରିଛନ୍ତି।

ଭାରତ ପକ୍ଷରୁ ସୁଶାନ୍ତ ମିଶ୍ର ସର୍ବାଧିକ ତିନୋଟି ୱିକେଟ ନେଇଛନ୍ତି। ସେହିଭଳି କାର୍ତ୍ତିକ ତ୍ୟାଗି ଓ ରବି ବିଶ୍ନୋଇ ଦୁଇଟି ଲାଖେ ୱିକେଟ ନେଇଥିବା ବେଳେ ଅଥର୍ବ ଆଙ୍କୋଲେକର ଓ ଯଶସ୍ବି ଜେଶୱାଲ ଗୋଟିଏ ଲାଖେ ୱିକେଟ ନେଇଛନ୍ତି।

- Advertisement -

୪ଥର ଚମ୍ପିଆନ୍‌ ଭାରତ ସେମିଫାଇନାଲରେ ଏହି ଟାର୍ଗେଟକୁ ହାସଲ କରି କ୍ରମାଗତ ଭାବେ ୩ୟ ଥର ପାଇଁ ଏହି ବିଶ୍ବକପ୍‌ର ଫାଇନାଲରେ ପ୍ରବେଶ କରିବାକୁ ଚେଷ୍ଟାକରିବ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories