www.samajalive.in
Monday, December 8, 2025
24.1 C
Bhubaneswar

ଟ୍ରାକ୍ଟର ଓଲଟି ଚାଳକ ମୃତ

କଳାପଥର : ବାଙ୍କୀ ଉପଖଣ୍ଡ ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କଢାମଲ୍ଲ ତାରେଣି ମନ୍ଦିର ପଛପାଖ ରାସ୍ତାର ଆରୁଡା ବନ୍ଧ ହୁଡାରେ ଶନିବାର ଅପରାହ୍ନରେ ଏକ ମୋରମ ବୋଝେଇ ଟ୍ରାକ୍ଟର ଓଲଟି ପଡିବାରୁ ଘଟଣା ସ୍ଥଳରେ ଗାଡି ଚାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି  ମୃତ ଟ୍ରାକ୍ଟର ଡ୍ରାଇଭର ଜଣକ ହେଉଛନ୍ତି ବୋଲଗଡ ଥାନା ବାଙ୍କୋଇ ଫାଣ୍ଡି ସାଗରୁଗାଁ ପଞ୍ଚାୟତ ସିଂହପୁର ଗ୍ରାମର ମନୋଜ ପରିଡା

ସୂଚନା ଅନୁଯାୟୀ, କଢାମଲ୍ଲ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କର ବାଡିରେ ମାଟି ପକାଇବା ପାଇଁ ବୋଲଗଡ ବ୍ଳକ ସାଗୁରଗାଁ ପଞ୍ଚାୟତ ସିଂହପୁର ଗ୍ରାମର ଜଣେ ଟ୍ରାକ୍ଟର ମାଲିକ ସମେତ ଜେସିବି ମାଲିକ ଜିତେନ୍ଦ୍ର ରାଉତଙ୍କୁ ଯୋଗାଯୋଗ କରିଥିଲେ ଟ୍ରାକ୍ଟର ମାଲିକ ମନୋଜ ପରିଡାଙ୍କ ହାତରେ ନିଜର ଟ୍ରାକ୍ଟରକୁ ଧରାଇ ଦେଇଥିଲେ ନିକଟସ୍ଥ ଆରୁଗୁଡା ବନ୍ଧ ଢିପରୁ ଜେସିବ ସହାୟତାରେ ମାଟି ତାଡି ଟ୍ରାକ୍ଟର ସହାୟତାରେ ମାଟି ବୋହୁଥିବା ସମୟରେ ଗାଡି ଚାଳକ ମନୋଜଙ୍କ ଅସାବଧାନତା ହେତୁ ଟ୍ରାକ୍ଟରଟି ବନ୍ଧ ତଳକୁ ଗଡିଲା ବେଳେ ଇଞ୍ଜନଟି ଓଲଟି ପଡିଥିଲା ଘଟଣା ସ୍ଥଳରେ ଟ୍ରାକ୍ଟର ତଳେ ଛଟପଟ ହୋଇ ଚାଳକ ମନୋଜଙ୍କ ମୃତ ହୋଇଥିବା ଅଭିଯୋଗ ହୋଇଛି  ବୈଦ୍ୟେଶ୍ୱର ଥାନାରେ ୧୧/୨୦ ରେ ମାମଲା ରୁଜୁ ହୋଥିବା ବେଳେ ମୃତ ମନୋଜର ସମ୍ପକୀୟ ମାମୁଁ ଟ୍ରାକ୍ଟରରେ ଚାପି ହୋଇ ମରିଥିବା ଲିଖିତ ଜଣାଇଥିବା ଥାନାର ଭାରପ୍ରପ୍ତ ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ସୁଚନା ଦେଇଛନ୍ତି 

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories