www.samajalive.in
Tuesday, December 9, 2025
26.1 C
Bhubaneswar

ମାଲବାହୀ ଟ୍ରେନ ଲାଇନଚ୍ୟୁତ : ୪ ଘଣ୍ଟା ଯାତାୟାତ ଠପ

ସମ୍ବଲପୁର : ସମ୍ବଲପୁର ରେଳ ମଣ୍ଡଳ ଅର୍ନ୍ତଗତ ସିଟି ଷ୍ଟେସନ ଓ ସରଲା ଷ୍ଟେସନ ମଧ୍ୟରେ ଶନିବାର ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଯାଇଥିଲା। ଫଳରେ ଏହି ରୁଟରେ ପ୍ରାୟ ୪ ଘଣ୍ଟାରୁ ଉର୍ଦ୍ଦ୍ବ ସମୟ ଧରି ରେଳ ଚଳାଚଳ ଠପ ହୋଇଯାଇଥିଲା।

ସୂଚନା ଅନୁଯାୟୀ, ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ସମ୍ବଲପୁରର ଉପକଣ୍ଠସ୍ଥ ସିଟି ଓ ସରଲା ରେଳ ଷ୍ଟେସନ ମଧ୍ୟରେ ଥିବା ରେଳ ଧାରଣା ଉପରେ ଏକ ମାଲବାହୀ ଟ୍ରେନ ରେଢ଼ାଖୋଲ ପଟରୁ ବିଲାସପୁର ପଟକୁ ଯାଉଥିବା ବେଳେ ଲାଇନଚ୍ୟୁତ ହୋଇଥିଲା। ଏହି ରେଳ ରୁଟରେ ଏକ ମୋଡାଣୀ ସ୍ଥାନରେ ରେଳ ଧାରଣା ତଳେ ରହିଥିବା ସ୍ଲିପର ଗୁଡିକ ପୁରୁଣା ହୋଇଯାଇଥିବାରୁ ଏଭଳି ଦୁର୍ଘଟଣା ହୋଇଥିବାର କୁହାଯାଉଛି। ଏହି ମାଲବାହୀ ଦୁର୍ଘଟଣା ଘଟିବାର ଠିକ ପରେ ସେହି ରୁଟରେ ରାଜଧାନୀ ଏକ୍ସପ୍ରେସ ଯିବାର ଥିଲା। କିନ୍ତୁ ସୌଭାଗ୍ୟବଶତଃ ରାଜଧାନୀ ଭଳି ଏକ ଦ୍ରୃତଗାମୀ ଏକ୍ସପ୍ରେସ ଦୁର୍ଘଟଣାରୁ ବର୍ତ୍ତି ଯାଇଛି। ଦୁର୍ଘଟଣା ଖବର ମିଳିବା ପରେ ସମ୍ବଲପୁର ରେଳ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର ତୁରନ୍ତ ଦଳବଳ ସହିତ ଘଟଣାସ୍ଥଳକୁ ପହଞ୍ଚି ରେଳ ଲାଇନକୁ ଯାତାୟାତ ଯୁକ୍ତ କରିବା ପାଇଁ ଲାଗିଥିଲେ। ଏ ସର୍ମ୍ପକରେ ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର କହିଛନ୍ତି ଯେ, ଦିନ ପ୍ରାୟ ୧୧ଟା ୨୦ ମିନିଟରେ ଏକ କୋଇଲା ବୋଝେଇ ମାଲବାହୀ ଗାଡି ସିଟି ରେଳ ଷ୍ଟେସନ ପଟରୁ ବିଲାସପୁର ପଟକୁ ଯାଉଥିବା ବେଳେ ଗୋଟିଏ ୱାଗନ ଲାଇନଚ୍ୟୁତ ହୋଇଥିଲା। ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ବେଳେ କ୍ଷତିଗ୍ରସ୍ତ ହୋଇଥିବା ବଗି ଓ ଗାର୍ଡ ଭ୍ୟାନକୁ କିଛି ସମୟ ମଧ୍ୟରେ ରେଳ ଧାରଣାରୁ ଅପସାରଣ କରାଯାଇ ଧାରଣାର ମରାମତି କାର୍ଯ୍ୟ କରାଯାଇଛି। ଏଥିପାଇଁ ରେଳ ଚଳାଚଳ ବ୍ୟାହତ ହୋଇ ନାହିଁ।  ଦୁର୍ଘଟଣାର କାରଣ ବିଭାଗୀୟ ତଦନ୍ତ ପରେ ଜଣାପଡିବ ବୋଲି ମଣ୍ଡଳ ପ୍ରବନ୍ଧକ ପ୍ରଦୀପ କୁମାର କହିଛନ୍ତି।

Hot this week

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

Related Articles

Popular Categories