www.samajalive.in
Monday, December 8, 2025
14.1 C
Bhubaneswar

ଇତିହାସରେ ସବୁଠୁ ଲମ୍ବା ବଜେଟ୍ ଭାଷଣ କିନ୍ତୁ ଫମ୍ପା : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ:ଇତିହାସର ସବୁଠୁ ଲମ୍ବା ବଜେଟ ଅଭିଭାଷଣରେ କୌଣସି ନୂତନତ୍ବ ନାହିଁ। ଏହା ଏକ ଫମ୍ପା ବଜେଟ ଅଟେ ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଶନିବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ଦ୍ବିତୀୟ ବଜେଟ୍ ଉପସ୍ଥାପନ କରିଛନ୍ତି। ଶନିବାର ବଜେଟ୍ ଉପସ୍ଥାପନ ସମୟରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରାୟ ୨ଘଣ୍ଟା ୪୦ ମିନିଟର ଦୀର୍ଘ ଅଭିଭାଷଣ ରଖିଥିଲେ ଯାହା ସ୍ବାଧୀନ ଭାରତର ସବୁଠୁ ଅଧିକ ସମୟ ବଜେଟ୍ ଭାଷଣ ଥିଲା। ବଜେଟ୍ ଉପସ୍ଥାପନ ପରେ ପରେ ବିଭିନ୍ନ ରାଜନୌତିକ ଦଳ ପକ୍ଷରୁ ଚଳିତ ବଜେଟକୁ ନେଇ ପ୍ରତିକ୍ରିୟା ଆସିବାରେ ଲାଗିଛି। କେତେକ ରାଜନୌତିକ ଦଳ ଏହି ବଜେଟକୁ ପ୍ରଶଂସା କରୁଥିବା ବେଳେ କେତେକ ରାଜନୌତିକ ଦଳ ଏହି ବଜେଟକୁ  ଏକ ନୈରାଶ ଜନକ ବଜେଟର ଆଖ୍ୟା ଦେଇଛନ୍ତି। ଏହି କ୍ରମରେ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ବଜେଟକୁ ନେଇ ନିଜର ପ୍ରତିପ୍ରିୟା ଦେଇ ଏହି ବଜେଟକୁ ଏକ ଫମ୍ପା ବଜେଟ ବୋଲି ଅଭିହିତ କହିଛନ୍ତି।

କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଚଳିତ ବଜେଟକୁ ନେଇ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି, ଚଳିତ ବଜେଟରେ ଅର୍ଥ ମନ୍ତ୍ରୀ କେବଳ ଲମ୍ବା ସମୟ ଧରି ବଜେଟ ଅଭିଭାଷଣ ରଖି ରେକର୍ଡ କରିଛନ୍ତି କିନ୍ତୁ ଏଥିରେ କିଛି ଲାଭ ନାହିଁ ଏହି ଅଭିଭାଷଣ ଫମ୍ପା ଥିଲା। ଚଳିତ ବଜେଟରେ କିଛି ନୂତନତ୍ବ ନଥିଲା। ଭାରତର ବର୍ତ୍ତମାନ ସବୁଠୁ ବଡ ସମସ୍ୟା ବେରୋଜଗାରୀ ହୋଇଥିବା ବେଳ ଏହି ବଜେଟରେ ସେଥିପ୍ରତି କୌଣସି ଧ୍ୟାନ ଦିଆଯାଇନଥିବା ଅଭିଯୋଗ କରିଛନ୍ତି ରାହୁଲ।

- Advertisement -

ସେ ଆହୁରି ମଧ୍ୟ କହିଛନ୍ତି ଯେ ବଜେଟରେ ଯୁବକଙ୍କ ପାଇଁ କିଛି ନାହିଁ। ଏମିତି କିଛି ବି ଘୋଷଣା ହୋଇନାହିଁ ଯେଉଁଥରୁ ଯୁବକମାନେ ଲାଭବାନ ହୋଇପାରିବେ। ଏଥରୁ ସ୍ପଷ୍ଟ ହେଉଛି ଯେ କେନ୍ଦ୍ର ସରକାର ଯୁବକଙ୍କ ପାଇଁ କେବଳ ଭାଷଣ ଦିଅନ୍ତି ହେଲେ କିଛି କରନ୍ତି ନାହିଁ। ଅର୍ଥମନ୍ତ୍ରୀ ନିର୍ମଳା ଭଲ ଭାଷଣ ଦେଲେ। କିନ୍ତୁ ବଜେଟ ସମ୍ବନ୍ଧୀୟ ଗଣିତ ସ୍ପଷ୍ଟ କରିବାରେ ସେ ବିଫଳ ବୋଲି କହିଛନ୍ତି। ଅର୍ଥମନ୍ତ୍ରୀ ଅଭିଭାଷଣରେ ସ୍ବପ୍ନ ଦେଖାଇବା ଭଳି ଭାଷଣ ଦେଇଥିଲେ। କିନ୍ତୁ ସ୍ବପ୍ନକୁ ସତ କରିବା ପାଇଁ ଯେଉଁଭଳି ଭାବେ ବ୍ୟୟ ବରାଦ କରିବା କଥା ତାହା କରାଯାଉନି। ସରକାର କେବଳ କଥାରେ କହିଦେଉଛନ୍ତି କିନ୍ତୁ କାମରେ କଛି କରୁନାହାନ୍ତି ବୋଲି ରାହୁଲ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories