www.samajalive.in
Monday, December 8, 2025
13.1 C
Bhubaneswar

୨୦୨୦-୨୧ ବଜେଟ: କୃଷି କ୍ଷେତ୍ରକୁ ୨.୮୩ ଲକ୍ଷ କୋଟି, ୭୦ ଲକ୍ଷ ଚାଷୀଙ୍କୁ ସବ୍‌ସିଡୀରେ ମିଳିବ ସୋଲାର ଓ ବିଦ୍ୟୁତ ଚାଳିତ ପମ୍ପ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ସଂସଦରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି। ବଜେଟରେ କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦିଆଯାଇଛି। କୃଷି କ୍ଷେତ୍ରର ବିକାଶ ଲାଗି ୨.୮୩ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆକାଂକ୍ଷୀ ଭାରତରେ କୃଷି, ଜଳସେଚନ, ଗ୍ରାମ୍ୟ ଉନ୍ନୟନ, ମତ୍ସ୍ୟଚାଷ, ଗୋପାଳନକୁ ଗୁରୁତ୍ଵ ଦିଆଯାଇଛି। କୃଷି କ୍ଷେତ୍ରର ଉନ୍ନତି ଲାଗି ୧୬ଟି ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି। ପ୍ରାୟ ୭୦ ଲକ୍ଷ ଚାଷୀଙ୍କୁ ସବ୍‌ସିଡୀରେ ସୋଲାର ଏବଂ ବିଦ୍ୟୁତ ଚାଳିତ ପମ୍ପ ଯୋଗାଇ ଦିଆଯିବ। ୨୦ ଲକ୍ଷ ଚାଷୀଙ୍କୁ ସୋଲାର ପମ୍ପ ଏବଂ ୫୦ ଲକ୍ଷ ଚାଷୀଙ୍କୁ ବିଦ୍ୟୁତ ଚାଳିତ ପମ୍ପ ଯୋଗାଣ ହେବ। ଜମିରେ ଅତିମାତ୍ରାରେ ସାର ପ୍ରୟୋଗ ନ ହେବା ଉପରେ ଫୋକସ୍‌ କରାଯିବା ସହିତ ଯେଉଁ ପରିମାଣରେ ସାର ଏବଂ ଜଳ ଆବଶ୍ୟକ ସେତିକି ପ୍ରୟୋଗ ଉପରେ ପ୍ରାଧାନ୍ୟ ଦିଆଯିବ। ସେହିପରି ପଚନଶୀଳ ଦ୍ରବ୍ୟ ଚାଲାଣ ପାଇଁ କିଷାନ ରେଳ ଏବଂ କୃଷି ଦ୍ରବ୍ୟ ପରିବହନ ପାଇଁ କୃଷି ଉଡାନ ଯୋଜନା ହେବ। ବେସାମରିକ ବିମାନ ଚଳାଚଳ ବିଭାଗ କୃଷି ଉଡାନ ଆରମ୍ଭ କରିବ।

ସେହିପରି ଉଦ୍ୟାନ କୃଷି ପାଇଁ ‘ଏକ ଉତ୍ପାଦନ, ଏକ ଜିଲା’ ବ୍ୟବସ୍ଥା ଲାଗୁ କରାଯିବ। ୨୦୨୦-୨୧ ପାଇଁ ୧୫ ଲକ୍ଷ କୋଟି ଟଙ୍କାର କୃଷି ଋଣ ବଣ୍ଟନ କରିବାକୁ ଲକ୍ଷ୍ୟ ରହିଛି। ୨୦୧୫ ସୁଦ୍ଧା ଦୁଗ୍ଧ ଉତ୍ପାଦନ ୧୦୮ ନିୟୁତ ମେଟ୍ରିକ ଟନକୁ ବୃଦ୍ଧି କରାଯିବ। ଉପକୂଳ ଜିଲାରେ ମତ୍ସ୍ୟଚାଷ ପାଇଁ ଯୁବକଙ୍କୁ ପ୍ରୋତ୍ସାହନ ଦିଆଯିବ।

Hot this week

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

Related Articles

Popular Categories