www.samajalive.in
Monday, December 8, 2025
13.1 C
Bhubaneswar

ପବିତ୍ର ମାଘ ସପ୍ତମୀର ପୌରାଣିକ କଥା

ଆଜି ହେଉଛି ପବିତ୍ର ମାଘ ସପ୍ତମୀ। ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ତିଥିକୁ ମାଘ ସପ୍ତମୀ ବା ରଥ ସପ୍ତମୀ କୁହାଯାଏ। ଏହି ଦିନକୁ ସକଳ ଶକ୍ତିର ଆଧାର ସୂର୍ଯ୍ୟ ଦେବତାଙ୍କ ଜୟନ୍ତୀ ଭାବେ ପାଳନ କରାଯାଏ। ଏହି ଦିନରେ ଚନ୍ଦ୍ରଭାଗାରେ ବୁଡ ପକାଇବା କିମ୍ବା ପବିତ୍ର ନଦୀରେ ସ୍ନାନ କରିବାର ପରମ୍ପରା ରହିଛି। ବିଶ୍ବାସ କରାଯାଏ ଏହି ଦିନ ଚନ୍ଦ୍ରଭାଗାରେ ବୁଡ ପକାଇବା ଦ୍ବାରା ଅନେକ ରୋଗବ୍ୟାଧିରୁ ମୁକ୍ତି ମିଳିବା ସହ ଉତ୍ତମ ସ୍ବାସ୍ଥ୍ୟ ଲାଭ ହୋଇଥାଏ। ତେଣୁ ମାଘ ସପ୍ତମୀରେ ବୁଡ ପକାଇବାକୁ ଦେଶ ବିଦେଶରୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ।

ପୌରାଣିକ କଥା ଅନୁଯାୟୀ, ମାଘ ସପ୍ତମୀରେ ଅଦିତିଙ୍କ ଗର୍ଭରୁ ସୂର୍ଯ୍ୟଦେବତା ଜନ୍ମ ଲାଭ କରିଥିଲେ। ରାଜା ଯଶୋବର୍ମାଙ୍କ ରୁଗ୍ଣ-ବ୍ୟାଧିଗ୍ରସ୍ତ ପୁତ୍ର ମାଘ ସପ୍ତମୀ ଦିନ ସୂର୍ଯ୍ୟ ଦେବତାଙ୍କୁ ପୂଜା କରି ରୋଗ ମୁକ୍ତ ହୋଇଥିଲେ। ସେହି ଦିନଠାରୁ ଏହି ପରମ୍ପରା ପ୍ରଚଳିତ ହୋଇ ଆସୁଛି। ଏହା ସହ ମାଘ ସପ୍ତମୀରେ କେତେକ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ ହେବାର ପରମ୍ପରା ରହିଛି। ଦକ୍ଷିଣ ଭାରତର କେତେକ ବୈଷ୍ଣବ ମନ୍ଦିରରେ ଆଜିର ଦିନରେ ସ୍ବତନ୍ତ୍ର ପୂଜାପାଠ ଅନୁଷ୍ଠିତ ହୋଇଥାଏ। ସେହିପରି ଉତ୍ତର ଭାରତରେ ଏହି ଦିନ ‘ଅଚଳା ସପ୍ତମୀ’, ତଥା ‘ସୂର୍ଯ୍ୟ ସପ୍ତମୀ’ ଭାବେ ଖ୍ୟାତ ।

Hot this week

ସମ୍ପାଦକୀୟ : ସବୁଜ ଶକ୍ତି

କାମରେ ପ୍ରତିଫଳିତ ହେବା ଉଚିତ ପୁରୀରେ ଆୟୋଜିତ ‘ଗ୍ଲୋବାଲ ଏନର୍ଜି ଲିଡର୍ସ ସମିଟ-୨୦୨୫’ରେ...

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

Related Articles

Popular Categories