ଯାଜପୁର : ଇଞ୍ଜେକସନ ନେବା ପରେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ଯାଜପୁର ଜିଲା ଅଟୀରାମହମ୍ମଦ ପୁର ଗ୍ରାମର ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହେବା ସହ ଏହାର ପ୍ରତିବାଦ କରି ସ୍ଥାନୀୟଲୋକେ ଶୁକ୍ରବାର ରାସ୍ତାରୋକ କରିଛନ୍ତି। ମୃତକ ହେଲେ ଅଟୀରାମହମ୍ମଦ ପୁର ଗ୍ରାମର କୈଳାସ ମଲ୍ଲିକ।
ସୂଚନା ଯୋଗ୍ୟ, ଆଜି ସେ ଇଞ୍ଜେକସନ ନେବା ପାଇଁ ଏକ ସ୍ଥାନୀୟ ଔଷଧ ଦୋକାନକୁ ଯାଇଥିଲେ। ଇଞ୍ଜେକସନ ନେବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ପ୍ରତିବାଦ କରି ସ୍ଥାନୀୟଲୋକେ ବରୀ ଯାଜପୁର ରାସ୍ତାରେ ଟାୟାର ଜାଳି ଆନ୍ଦୋଳନ କରିଥିଲେ। । ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଆନ୍ଦୋଳନ ଜାରି ରହିଛି। ସ୍ଥାନୀୟ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛି।
ଇଞ୍ଜେକସନ ନେବା ପରେ ବୃଦ୍ଧଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟଲୋକଙ୍କ ରାସ୍ତାରୋକ
Popular Categories



