www.samajalive.in
Wednesday, December 10, 2025
18.1 C
Bhubaneswar

ଆଜି ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ, ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ବାପୁଙ୍କୁ ଅର୍ପଣ କଲେ ଶ୍ରଦ୍ଧାଞ୍ଜଳି 

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଜି ୭୨ତମ ତିରୋଧାନ ଦିବସ। ଏହି ଅବସରରେ ସାରା ଦେଶରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କର ପୁଣ୍ୟତିଥି ପାଳନ କରାଯାଉଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼ଃ ମନମୋହନ ସିଂହ, ପୂର୍ବତନ କେନ୍ଦ୍ରୀୟ ମନ୍ତ୍ରୀ ପି. ଚିନ୍ଦବରମ ଓ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜଘାଟ ଯାଇ ସେଠାରେ ବାପୁଜୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।

ଏହା ସହ ଟୁଇଟ ମାଧ୍ୟମରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ, ରକ୍ଷା ମନ୍ତ୍ରୀ ରାଷ୍ଟ୍ରପିତାଙ୍କୁ ପ୍ରଣାମ କରିବା ସହ ନିଜର ପ୍ରତିକ୍ରିୟା ଦେଇଛନ୍ତି।

- Advertisement -

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟରେ ଲେଖିଛନ୍ତି, ଅନ୍ତିମ ଆତ୍ମବଳିରେ ଗାନ୍ଧିଜୀ ଆମ ପାଇଁ ଅପରିବର୍ତ୍ତନୀୟ ସ୍ମାରକୀ ଛାଡ଼ି ଯାଇଛନ୍ତି। ମୋର ଦୃଢ ବିଶ୍ୱାସ, ଆମମାନଙ୍କ ମଧ୍ୟରୁ ଅଧିକରୁ ଅଧିକ ଗାନ୍ଧିଜୀଙ୍କ ବାର୍ତ୍ତାର ସତ୍ୟତା ଆବିଷ୍କାର କରିବେ। ଯେପରି ରାଷ୍ଟ୍ରପିତା କୌଣସି ସର୍ତ୍ତ ନରଖି ସଭିଁଙ୍କୁ ଭଲ ପାଇବା ପାଇଁ ମନ୍ତ୍ର ଛାଡ଼ି କରି ଯାଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ବାପୁଜୀଙ୍କୁ ପ୍ରଣାମ ଜଣାଇଛନ୍ତି। ରାଷ୍ଟ୍ରପତି ଭବନରେ ଶହୀଦ ଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମହାନଆତ୍ମା ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ନିଜର ଶେଷ ବଳିଦାନରେ ଗାନ୍ଧିଜୀ ଆମ ପାଇଁ ଏକ ସ୍ମାରକ ଛାଡ଼ି ଯାଇଛନ୍ତି ଯେ ବିନା ସର୍ତ୍ତରେ ଅନ୍ୟ ମାନଙ୍କ ପାଇଁ ଭଲ ପାଇବା। ମୋର ବିଶ୍ୱାସ ବହୁ ଲୋକେ ଗାନ୍ଧିଜୀଙ୍କର ସତ୍ୟ ସନ୍ଦେଶର ନିଶ୍ଚୟ ସନ୍ଧାନ କରିବେ।

ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ ଯୋଗେ ପ୍ରତିକ୍ରିୟା ରଖିଛନ୍ତି, ଶ୍ରାଦ୍ଧବାର୍ଷିକୀରେ ଜାତିର ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି ଅବସରରେ ତାଙ୍କୁ କୋଟି କୋଟି ପ୍ରଣାମ। ବାପୁଙ୍କର ବ୍ୟକ୍ତିତ୍ୱ, ବିଚାର ଓ ଆଦର୍ଶ ଏକ ବଳିଷ୍ଠ, ସମର୍ଥ ଏବଂ ସମୃଦ୍ଧ ନୂଆ ଭାରତ ନିର୍ମାଣ ନିମନ୍ତେ ଆମକୁ ପ୍ରେରଣା ଦେବ।

ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ବିଚାର ଆଜି ମଧ୍ୟ ସେତେ ଶାଶ୍ୱତ ଯାହା ବହୁ ପୂର୍ବରୁ ମଧ୍ୟ ଥିଲା। ସେ କେବଳ ଭାରତକୁ ନୁହେଁ ବରଂ ସମଗ୍ର ବିଶ୍ୱକୁ ସତ୍ୟ ଓ ଅହିଂସା ମାର୍ଗରେ ଯିବାକୁ ପ୍ରେରିତ କରିଥିଲେ। ଗାନ୍ଧିଜୀଙ୍କ ସ୍ୱଚ୍ଛ ଭାରତର ସ୍ୱପ୍ନକୁ ଆଜି ପ୍ରଧାନମନ୍ତ୍ରୀ ମୋଦୀ ପୂରଣ କରିଛନ୍ତି। ଗାନ୍ଧିଜୀଙ୍କୁ କୋଟି କୋଟି ପ୍ରଣାମ।

ରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥିରେ ମୁଁ  ତାଙ୍କୁ ଶ୍ରଦ୍ଧାପୂର୍ବକ ସ୍ମରଣ ଏବଂ ପ୍ରଣାମ କରୁଛି। ଯେଉଁ ସ୍ୱପ୍ନର ଭାରତ ନିର୍ମାଣ ପାଇଁ ସେ କଳ୍ପନା କରିଥିଲେ ତାହାର ନିର୍ମାଣ ପାଇଁ ଆମେ ସଭିଏଁ ପ୍ରାଣପ୍ରଣେ ଚେଷ୍ଟା କରୁଛୁ।

 

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories